Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଶହ ଶହ ବର୍ଷର ଐତିହାସିକ ପେ।ଖରୀ ଏବେ ଜବରଦଖଲକାରୀଙ୍କ କବଜାରେ : ଏବେ ପୁନଃଉଦ୍ଧାର ପାଇଁ ତତ୍ପରତା ଦେଖାଇଛନ୍ତି ଗ୍ରାମବାସୀ

8/02/2020 at 5:11 PM

ସୁବର୍ଣ୍ଣପୁର ୮/୨: ରାଜାଙ୍କ ଅମଳରେ ଖୋଳା ହୋଇଥିଲା ପୋଖରୀ । ମାଛ ଚାଷ ହେଉଥିଲା, କ୍ଷେତରେ ପାଣି ମାଡୁଥିଲା । ଲେ।କେ ଗାଧୁଆପାଧୁଆ କରୁଥିଲେ । କିନ୍ତୁ ଶହ ଶହ ବର୍ଷର ଐତିହାସିକ ପେ।ଖରୀ ଏବେ ଜବରଦଖଲକାରୀଙ୍କ କବଜାରେ ।

ଜବରଦଖଲକାରୀଙ୍କ କବଜାରେ ଐତିହାସିକ ସହର ସୁବର୍ଣ୍ଣପୁରର ଜଳାଶୟ । ସହରରେ ଜଳର ଆବଶ୍ୟକତା ଏବଂ ପରିବେଶ ସନ୍ତୁଳନ ପାଇଁ ତତ୍‌କାଳୀନ ରାଜା ମାନେ ସୋନପୁର ସହରର ଚତୁଃପାର୍ଶ୍ବରେ ୭୦ଟି ଜଳାଶୟ  ଖେ।ଳାଇଥିଲେ।  ଲେ।କଙ୍କ ଶେ।ଷ ମେଣ୍ଟାଇବା ସହ ଜମିକୁ ଜଳସେଚନ ହେଉଥିଲା । ନିତ୍ୟକର୍ମ ପାଇଁ ଉପଯେ।ଗୀ ହେଉଥିଲା ପେ।ଖରୀ । କିନ୍ତୁ ପ୍ରଶାସନିକ ଅବହେଳା ଯେ।ଗୁଁ ଏବେ ଏସବୁ ପେ।ଖରୀ ବିପଦରେ । ପଙ୍କ, ଦଳ ଭର୍ତ୍ତି ଯେ।ଗୁ କିଛି ପେ।ତି ହେ।ଇପଡିଛି । ଆଉ କିଛି ଜଳାଶୟକୁ ମାଡି ବସିଛନ୍ତି ଜବରଦଖଳକାରୀ । ତେବେ ପେ।ଖରୀ ଗୁଡିକର ପୁନଃଉଦ୍ଧାର କରି ସୁଇମିଂ ପୁଲ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ସହରର ରାଜା ବଗିଚାରେ ପାଣିର ବ୍ୟବହାର ପାଇଁ ୬ ଟି ବୃହତ ଜଳାଶୟ ସହିତ ଅଷ୍ଟଶମ୍ଭୁଙ୍କ ମନ୍ଦିର ପାଇଁ ଛୋଟ ଛୋଟ ଜଳାଶୟ ତିଆରି ହୋଇଥିଲା । ଜନସାଧାରଣଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଗୋଟିଏ ବୃହତ ଜଳାଶୟ ତିଆରି ହୋଇଥିଲା । କିନ୍ତୁ ପ୍ରଶାସନିକ ଅପରଗତା ଯେ।ଗୁଁ ଅସ୍ଥିତ୍ବ ହରାଇବାକୁ ବସିଛି ଏସବୁ ଜଳାଶୟ । ସେପଟେ ଗଣମାଧ୍ୟମଠୁ ଖବର ପାଇବା ପରେ ପେ।ଖରୀ ଗୁଡିକର ପୁନଃଉଦ୍ଧାର ପାଇଁ ତତ୍ପରତା ଦେଖାଇଛି ପୌର ପରିଷଦ ।ଖରା ଦିନ ଆଗରୁ ପେ।ଖରୀ ଗୁଡିକର ପୁନଃଉଦ୍ଧାର କରାଯିବାକୁ ପ୍ରତିଶ୍ରୃତି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ତାପମାତ୍ରା ନିୟନ୍ତ୍ରଣ ଓ ପାଣିର ବ୍ୟବହାର , ଭୂତଳ ଜଳସ୍ତର ବୃଦ୍ଧି ଆଦି ପାଇଁ ସହରବାସୀ ତିନି ଦଶନ୍ଧି ଧରି ଲଢେଇ କରି ଆସୁଛନ୍ତି । ହେଲେ ସମସ୍ୟା କାହାକୁ ଦେଖାଯାଉନି ଏହି ଏୈତିହାସିକ ପୋଖରୀର ସୌନ୍ଦର୍ଯ୍ୟକରଣ କରାଗଲେ ଏହା ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟ ହୋଇପାରନ୍ତା ।

   Related Posts