ଗୁଳି ମାରି ଖସିଯାଉଥିବା ୨ଜଣଙ୍କୁ ଧରିଦେଲେ ଗ୍ରାମବାସୀ: ତାପରେ ଆରମ୍ଭ ହେଲା ଉତ୍ତମ ମଧ୍ୟମ, ଛାଲ ଛାଡିଗଲା ପିଠିରୁ…
6/11/2019 at 6:18 PM

କୋଣାର୍କ୬|୧୧: ଠିକାଦାରି ପାଇଁ ଝରସୁଗୁଡ଼ାରେ ଗୁଳି ଫୁଟିଛି ଆଉ ସେହି ଠିକାଦାରୀ ପାଇଁ ଗୋପଦାଣ୍ଡ ହୋଇଥିଲା ରକ୍ତାକ୍ତ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଠିକାଦାର ଉମାକାନ୍ତ ସାହୁ ଆହତ ହୋଇଛନ୍ତି ।ତେବେ ଗୁଳି ଚଳାଇଥିବା ଦୁଇ ଦୁର୍ବୃତ୍ତଙ୍କୁ ଲୋକେ କାବୁ କରିନେଇଥିଲେ। ତାପରେ କଣ ହୋଇଥିବା ଆପଣ ଅନୁମାନ କରନ୍ତୁ।
ଦୁଇ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ। ଖୁବ ପିଟିଲେ । ଏମିତି କି ପିଟିପିଟି ପିଠିରୁ ରକ୍ତ ବାହାର କରିଦେଇଛନ୍ତି। ଲୋକେ ଏଭଳି ତାତିଛନ୍ତି କି ପୋଲିସ ବି ଅସହାୟ। ଜଣେ ବ୍ୟକ୍ତିକୁ କେମିତି ଘୋଷାରି ଘୋଷାରି ନେଲେ।ଏମାନେ ଗୁଳି କରି ଖସି ପଳେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଲୋକେ କାବୁ କରିନେଇଥିଲେ। ଘଟଣା ଆଜି ସକାଳର ଥିଲା ।

ପୁରୀ ଜିଲ୍ଲା ଗୋପ ସୁବର୍ଣ୍ଣପୁରରେ ମର୍ଣ୍ଣିଂକରେ ବାହାରିଥିଲେ ଠିକାଦାର ଉମାକାନ୍ତ ସାହୁ। ଏହି ସମୟରେ ଦୁଇଜଣ ଏକ ସ୍କୁଟିରେ ଆସି ଚଳାଇଥିଲେ ଗୁଳି। ଉମାକାନ୍ତଙ୍କ ଦୁଇ ଗୋଡ ଓ ପେଟରେ ଗୁଳିବାଜିଛି। ଗୁଳି କରି ଖସି ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଉପରକୁ ଇଟା ମାଡ଼ କରିଥିଲେ ଉମାକାନ୍ତଙ୍କ ଡ୍ରାଇଭର । ସେହିଠାରେ ଉଭୟ ପଡ଼ିଯାଇଥିଲେ ଆଉ ସେମାନଙ୍କୁ ଘେରିଯାଇଥିଲେ ଗାଁ ଲୋକେ। ଖସି ଯାଉଥିବା ୨ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ସ୍ଥାନୀୟ ଲୋକେ

ଗୁରୁତର ଅବସ୍ଥାରେ ଉମାକାନ୍ତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁଳିକାଣ୍ଡରେ ବ୍ୟବହୃତ ଗୋଟିଏ ପିସ୍ତଲ ଜବତ କରିବା ସହିତ ୨ ଜଣ ଦୁର୍ବୃତ୍ତଙ୍କୁ ହେପାଜତକୁ ନେଇଛି। ଗୁଳି ଚଳାଇଥିବା ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପୁରୀ ଏବଂ ଅନ୍ୟଜଣେ ରାମଚଣ୍ଡୀ ଅଞ୍ଚଳର । ବଟି ଆଦାୟକୁ ନେଇ ଗୁଳିକାଣ୍ଡ ହୋଇଥିବା ପୁରୀ ଏସ୍ପି କହିଛନ୍ତି ।…

ଠିକାଦାରଙ୍କୁ ଗୁଳିମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ଲାଗିରହିଛି ।
