ଗୋଟିଏ ପରିବାରର ୭ଜଣ କରୋନା ପଜିଟିଭ୍, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଗାଁ

Published By : Prameya-News7 Bureau | April 24, 2021 IST

ପାଟଣା ୨୪।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳା ଗ୍ରାମର ୫ ନମ୍ବର ୱାର୍ଡ (ଚତୁରୀ ସାହି)ରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଗ୍ରାମରେ ଚମ୍ପୁଆ ତହସିଲଦାର ଓ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବା ସହ ମେଡିକାଲ ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହାସହ ଗ୍ରାମବାସୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଉଛି ।  ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ସହ ଅନ୍ୟ ସାହିଗୁଡିକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି ଚମ୍ପୁଆ ତହସିଲଦାର ଡ. ସାଇଶ୍ମିତା ହୋତା କହିଛନ୍ତି।

{"align":"center","id":443358,"sizeSlug":"large","linkDestination":"none"}
{"align":"center","id":443359,"width":708,"height":1058,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.