Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନାରେ ଦୋହରା ମାଡ଼ ! ନୋଏଡା ସେକ୍ଟର-୫୦ରେ ଜଳିଗଲା ଗାଁ

4/05/2021 at 10:16 PM

ନୋଏଡା ୪।୫: ନୋଏଡା ସେକ୍ଟର-୫୦ରେ ଥିବା ବରୋଲା ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଗାଁକୁ ୧୨ଟି ଦମକଳ ପହଞ୍ଚିଥିବା ବେଳେ ନିଆଁ  ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି।  ଦିଲ୍ଲୀ ସମେତ ଏବେ ନୋଏଡାରେ କରୋନାର ପ୍ରକୋପ ଜାରି ରହିଛି। ଏଥିରେ ଅଗ୍ନିକାଣ୍ଡ ଗ୍ରାମବାସୀଙ୍କ ଲାଗି ବିପଦ ଭାବେ ଉଭା ହୋଇଛି।

ଘଟଣାସ୍ଥଳରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଲୋକେ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡ ନେଇ ଭିଡିଓ ଓ ସୂଚନା ସେୟାର କରିବା ପରେ ନୋଏଡା ପୋଲିସ ଦମକଳ ବିଭାଗକୁ ସୂଚିତ କରିଥିଲା। ଗାଁରେ ଅନେକ ଚାଳ ଛପର ଘର ଥିଲା। ନିଆଁ ଲାଗି ପୁରା ଗାଁଟି ଜଳି ଯାଇଥିବା ଆଶଙ୍କା କରାଯାଉଛି। ବରୋଲା ଗାଁ ଅଗ୍ନିକାଣ୍ଡ ନୋଏଡାର ଦୂରଦୂରାନ୍ତକୁ ମଧ୍ୟ ଦେଖା ଯାଉଛି।

ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା  ନଥିବା ଫାୟାର ଅଫିସର କହିଛନ୍ତି। ଅଗ୍ନିକାଣ୍ଡ ଯୋଗୁ କ୍ଷୟକ୍ଷତିର ବିବରଣୀ ମଧ୍ୟ ମିଳି ନାହିଁ। ତେବେ ଗୋଟିଏ ଗୋଟିଏ ପରିବାରର ସବୁକିଛି ପୋଡି ଜଳି ଛରାଖାର ହୋଇଯାଇଥିବା କୁହାଯାଇଛି।

   Related Posts