Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏକାଥରେ ଚିହ୍ନଟ ହେଲେ ୭ କରୋନା ସଂକ୍ରମିତ, ଗାଁକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

30/04/2021 at 4:15 PM

ବ୍ରହ୍ମଗିରି ୩୦।୪: ଓଡିଶାରେ ବଢୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଖିରିସାହି ଗ୍ରାମରୁ ୭ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଗାଁକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବ୍ଲକ୍ ପ୍ରଶାସନ । ସମସ୍ତଙ୍କୁ କଣ୍ଟେନମେଣ୍ଟର ସମସ୍ତ ନିୟମ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆକ୍ରାନ୍ତ ବ୍ୟକ୍ତିମାନେ ପ୍ରବାସୀ ଫେରନ୍ତା ଥିଲେ ବୋଲି ଜଣାପଡିଛି । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ବାହାର ରାଜ୍ୟରୁ ଫେରିଥିଲେ ସଙ୍ଗରୋଧରେ ରହିବେ ।  କିନ୍ତୁ ଏହି ଫେରନ୍ତାମାନେ କୌଣସି ସଙ୍ଗରୋଧରେ ରହୁନଥିଲେ । ଗାଁରେ ଅବାଧରେ ବୁଲାବୁଲି କରୁଥିଲେ । ଏମାନେ ପଜିଭିଟ୍ ଚିହ୍ନଟ ହେବା ପରେ ଗାଁ ଲୋକଙ୍କ ମନରେ ଭୟ ଖେଳିଯାଇଛି ।

   Related Posts