ଗାଁ ଭିତରେ ହେବାକୁ ଯାଉଥିବା ବ୍ରଏଲର କୁକୁଡ଼ା ଫାର୍ମକୁ ବିରୋଧ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Published By : Prameya-News7 Bureau | November 13, 2021 IST

ପାଟଣା, ୧୩/୧୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତରେ ଗ୍ରାମବାସୀଙ୍କ ବିରୋଧ । ଅଙ୍କୁରା ଗ୍ରାମର ଝପାସାହିରେ ହେବାକୁ ଯାଉଥିବା ଏକ ବ୍ରଏଲର ଫାର୍ମକୁ ଗ୍ରାମାବାସୀ ବିରୋଧ କରି ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଗ୍ରାମ ଭିତରେ ହେବାକୁ  ଯାଉଥିବା ୧୩ ହଜାର କ୍ଷମତା ସମ୍ପନ୍ନ କୁକୁଡ଼ା ଫାର୍ମ ହେଲେ  ଲୋକେ ସ୍ବଭାବିକ ଜୀବନ ଯାପନ କରିପାରିବେ ନାହିଁ । ତା ଛଡ଼ା ଦୁର୍ଗନ୍ଧ ଓ କୁକୁଡ଼ା ଫାର୍ମରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟ କର ପରିବେଶ ସୃଷ୍ଟି କରିବା ଅଭିଯୋଗ ଆଣି ବିରୋଧ କରିଛନ୍ତି। ସ୍ଥାନୀୟ ସରପଞ୍ଚ ରାଞ୍ଜୁଲତା ନାଏକ ବିନା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡଙ୍କ ଅନୁମତିରେ ଏଠାରେ କୁକୁଡ଼ା ଫାର୍ମ ନିର୍ମାଣ ପାଇଁ ଅନୁମତି ଦେଇଥିବା ଅଭିଯୋଗ ଆଣିବା ସହ ସରପଞ୍ଚ କିଛି ଲୋକଙ୍କୁ ପାଇପ ଯୋଗେ ପାଣି ଆସିବ କହି ସାଧା କାଗଜରେ ଦସ୍ତଖତ ନେଇ ବ୍ରଏଲର ଫାର୍ମ କରିବାକୁ ଅନୁମତି ଦେଇଥିବା ପୂର୍ବରୁ ଅଭିଯୋଗ ଆଣିଥିଲେ ।

ଅଭିଯୋଗ ପରେ ଉକ୍ତ ଫାର୍ମରେ ମାଲିକ ଏବେ ଜୋର ଜବରଦସ୍ତ କୁକୁଡ଼ା ଛାଡିବା ପରେ ଗ୍ରାମରେ ଅସନ୍ତୋଷ ସାଙ୍ଗକୁ ଉତ୍ତେଜନା ଦେଖା ଦେଇଛି । ଉକ୍ତ ଗ୍ରାମରେ ବ୍ରଏଲର ଫାର୍ମକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିବା ଦାବିରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ପାଟଣା ଥାନା ଏବଂ ତହସିଲର ଦ୍ୱାରସ୍ଥ ହୋଇଛନ୍ତି । ଆଗକୁ  ଉକ୍ତ ଜାଗାରେ କୁକୁଡ଼ା ଫାର୍ମ ବନ୍ଦ କରାନଗଲେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.