Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଫୋନ୍‌ରେ ଆସିଲା ନିର୍ଦ୍ଦେଶ, ଚୋର ଧରିବାକୁ ଗାଁରେ ବୁଲିଲା ବିକ୍ରମ…

1/03/2020 at 6:12 PM

ଭଦ୍ରକ୧/୩: ଚୋରା ଧରିବାକୁ ବୁଲିଲା ବିକ୍ରମ। କିନ୍ତୁ ନା ଚୋର ଧରା ହେଲା ନା ଚୋରା ଜିନିଷ । ସବୁ ଚେଷ୍ଟା ଓ ଭରଷା ଫେଲ୍ ମାରିଲା । ଏବେ ସବୁ ଶେଷ ହେବା ପରେ ପୁଣି ଅନ୍ଧ ବିଶ୍ବାସକୁ ଜାବୁଡ଼ି ଧରିଛନ୍ତି। ଗୁଣିଆକୁ ଭରସା କରି ଖଟ ବୁଲାଇଲେ ଗାଁ ଲୋକେ । ଏବେ ଖଟ ଗାଁର ଜନୈକ ଲୋକଙ୍କ ଘରେ ପଶିଥିଲା। ଉପସ୍ଥିତ ଲୋକେ କହିଲେ ସେହି ପରିବାର ଲୋକେ ଚୋରି କରିଥାଇପାରନ୍ତି । ସିଧା ଚାଲ। ଚାଲ ବିକ୍ରମ ଚାଲ।  ସିଧା ଲାଇନରେ ଯିବୁ। ଧୀରେ ଧୀରେ ଚାଲ।  କାଟି କି ଚାଲ୍। ଯିଏ ଜିନିଷ ଚୋରୀ କରିଛି ତା ଘରକୁ ଚାଲ୍। ଚୋରକୁ ଧର। ଚୋର ନ ଥିଲେ ତା ଘରକୁ ଚାଲ।

ବିକ୍ରମ କିଏ ଜାଣିଛନ୍ତି ? ବିକ୍ରମ ହେଉଛି ଖଟର ନାଁ। ଏଠି ବିକ୍ରମ ମାନେ ଖଟ ଚୋର ଖୋଜୁଛି । ଭଦ୍ରକ ଜିଲ୍ଲା ରାହାଞ୍ଜ ପଞ୍ଚାୟତର ଅସୁରା , ହାଟସାହି  ଗାଁରେ ଏଭଳି ଘଟଣା ଘଟିଛି। ଏହି ଗାଁର ଗଙ୍ଗାଧର ବେହେରାଙ୍କ ଟେଣ୍ଟ ହାଉସରୁ ଚୋରୀ ହୋଇଥିଲା। ମାଇକ ଓ ଅନ୍ୟାନ୍ୟ ସରଞ୍ଜାମ ଚୋରୀ ହୋଇଛି। ଯାହାର ମୂଲ୍ୟ ହେବ ପ୍ରାୟ ୪ ଲକ୍ଷ ଟଙ୍କା ହେବ। ଗଙ୍ଗାଧର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଚୋରକୁ ଧରି ପାରିଲା ନାହିଁ। ଶେଷରେ ମାଲିକ ଗୁଣିଆ ଖୋଜିଲେ ଆଉ ଗୁଣିଆ କହିଲା ଯେ ଖଟ ଚୋରା ଧରିବ । ତା ପରେ ଆରମ୍ଭ ହେଲା ଖଟିଆ ବୁଲା। ଗୁଣିଆ ଜଣକ ଏଠି ନାହାନ୍ତି । ଫୋନରେ କହୁଛନ୍ତି ଆଉ ଫୋନ ଶୁଣି ଜଣେ କମାଣ୍ଡ ଦେଉଛି ଆଉ ଖଟ ଚାଲୁଅଛି । 

ବିଜ୍ଞାନ ଯୁଗରେ ମଙ୍ଗଳ ଗ୍ରହରେ ମଣିଷ ପହଞ୍ଚିଲେଣି । କିନ୍ତୁ ଆଜି ବି ସହରୀ ସଭ୍ୟତା ଓ ସହରୀ ଜୀବନରେ ଅନ୍ଧବିଶ୍ଵାସ ଏମିତି ବସା ବାନ୍ଧିଛି । ଆଉ ପୋଲିସ ଫେଲ ମାରୁଛି ଯେ ଗୁଣିଆ ଭରସା ଦେଉଛି । ଖଟ ବୁଲାଉଥିବା ଲୋକେ ବି କହୁଛନ୍ତି ଯେ ଆପେ ଆପେ ଚାଲୁଅଛି । ଆମକୁ ଟାଣି ନେଉଛି । ଖୁବ ଓଜନ ଲାଗୁଛି । ଖଟଟି ଗାଁର ଜନୈକ ବ୍ୟକ୍ତିଙ୍କ ଘର ସାମ୍ନାରେ ରହୁଛି । ବାରମ୍ବାର ଗାଁ ବୁଲୁଛି ପୁଣି ସେହି ଘର ଆଗକୁ ଆସୁଛି । ଲୋକେ କହିଲେଣି ସେହି ଘରର ଲୋକେ କାଳେ ଚୋର ହୋଇଥିବେ । ଏବେ ଖଟ ସିନା ବୁଲିବ । ଲୋକଙ୍କ ଅନ୍ଧବିଶ୍ଵାସ ପାଇଁ ସେହି ନିରୀହ ପରିବାର କଣ ଲୋକଙ୍କ ଆକ୍ରୋଶରୁ ବଞ୍ଚିବ ? ପୋଲିସ ଆଉ ବିଜ୍ଞାନ ଆଗରେ କଣ ଖଟ ବିକ୍ରମ ଚୋରା ଧରିବ । ଏଠି ପୋଲିସ ଓ ପ୍ରଶାସନର ହସ୍ତକ୍ଷେପର ଆବଶ୍ୟକତା ରହିଛି ।

ଚୋରୀ ସାମଗ୍ରୀର ମାଲିକ ସିନା ବ୍ୟତିବ୍ୟସ୍ତ ହୋଇ ଗୁଣିଆ ସରଣ ପଶିଲେ । କିନ୍ତୁ ଗାଁ ଲୋକେ କଣ ଗୁଣିଆ ର ମଧ୍ୟ ସେହି କଥା କୁ ବିଶ୍ଵାସ କରୁଛନ୍ତି । ଏବେ ବି ସମୟ ଅଛି ଅନ୍ଧବିଶ୍ଵାସ ର ଅନ୍ଧ ଗଳି ରେ ମଣିଷ ଦିଗ ହରା ନହେଉ । ନହେଲେ ଏମିତି ଖଟ ବୁଲିବ । ଆଉ ପୋଲିସ ହାରିବ । ଲୋକ ଙ୍କ ଆକ୍ରୋଶ ର ଶିକାର ହେବେ ନିରୀହ ଜନତା ।

   Related Posts