Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ବିକ୍ରମ ବେଦା’ ରିମେକ ସୁଟିଂ ପୁଣି ସ୍ଥଗିତ: ରକ୍ତମୁଖା ଗ୍ୟାଙ୍ଗଷ୍ଟର ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

27/06/2021 at 8:50 PM

ମୁମ୍ବାଇ ୨୭/୦୬ : ଦର୍ଶକ ହ୍ରିତିକ ରୋଶନ ଓ ସୈଫ ଅଲି ଖାନଙ୍କୁ ଏକାସଙ୍ଗେ ବଡ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଉଭୟ କଳାକାର ତାମିଲ ଫିଲ୍ମ ‘ବିକ୍ରମ ବେଦା’ର ହିନ୍ଦୀ ରିମେକରେ ଏକାସଙ୍ଗେ କାମ କରୁଛନ୍ତି। ଖବର ଅନୁଯାୟୀ ଦର୍ଶକଙ୍କୁ ଏହି ଦୁଇ ଅଭିନେତାଙ୍କୁ ଏକାସଙ୍ଗେ ଦେଖିବାକୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। କାରଣ ଫିଲ୍ମ ସୁଟିଂ ପୁଣିଥରେ ଅଟକି ଯାଇଛି। ରିପୋର୍ଟ ଅନୁଯାୟୀ, କରୋନା ଭାଇରସର ଡେଲଟା ଭାରିଏଣ୍ଟ ମାମଲା ବୃଦ୍ଧି ପାଉଥିବାରୁ ନିର୍ମାତା ଫିଲ୍ମ ସୁଟିଂ ସ୍ଥଗିତ କରିଛନ୍ତି। ନିର୍ମାତା ବିଦେଶରେ ଫିଲ୍ମ ସୁଟିଂ କରିବାକୁ ଯୋଜନା କରିଛନ୍ତି।

୨୦୧୭ରେ ତାମିଲ ଫିଲ୍ମ ବିକ୍ରମ ବେଧା ରିଲିଜ ହୋଇଥିଲା। ଫିଲ୍ମ ବକ୍ସ ଅଫିସରେ ଧୁମ ମଚେଇ ଦେଇଥିଲା। ଏହାର ହିନ୍ଦୀ ରିମେକରେ ହ୍ରିତିକ ରୋଶନ ଓ ସୈଫ ଅଲି ଖାନ ଅଭିନୟ କରୁଛନ୍ତି। ତାମିଲ ଫିଲ୍ମରେ ଆର.ମାଧବନ ଓ ବିଜୟ ସେତୁପତି ଆକର୍ଷଣୀୟ ଅଭିନୟ କରିଥିଲେ। ଫିଲ୍ମ ବକ୍ସ ଅଫିସରେ ଖୁବ ଆୟ କରିଥିଲା। ବିଜୟ ସେତୁପତି ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଥିଲେ।

ହିନ୍ଦୀ ରିମେକ ମଧ୍ୟ ତାମିଲ ଫିଲ୍ମ କାହାଣୀ ଭଳି। ଫିଲ୍ମ ଜଣେ ଗ୍ୟାଙ୍ଗଷ୍ଟର ଓ ଜଣେ ଏନକାଉଣ୍ଟର ସ୍ପେସିଆଲିଷ୍ଟଙ୍କ ଶତ୍ରୁତା ଉପରେ ଆଧାରିତ। ରିପୋର୍ଟ ଅନୁଯାୟୀ, ସୈଫ ଅଲି ଖାନ ଏନକାଉଣ୍ଟର ସ୍ପେସିଆଲିଷ୍ଟ ଓ ହ୍ରିତିକ ରୋଶନ ଗ୍ୟାଙ୍ଗଷ୍ଟର ଚରିତ୍ରରେ ନଜର ଆସିବେ। ପ୍ରଥମେ ଗ୍ୟାଙ୍ଗଷ୍ଟର ଚରିତ୍ର ପାଇଁ ଅମୀର ଖାନଙ୍କୁ ବଛା ଯାଇଥିଲା। କିନ୍ତୁ ସେ କୌଣସି କାରଣ ହେତୁ ଏହି ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। ପୁସ୍କର ଗାୟତ୍ରୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

   Related Posts