ବିଫଳତା ନୁହେଁ, ସଫଳ ପ୍ରୟାସ : ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ, ଫଟୋ ଫଠାଇଲା ଚନ୍ଦ୍ରଯାନ ଅର୍ବିଟର

Published By : Prameya-News7 Bureau | September 08, 2019 IST

ବେଙ୍ଗାଲୁରୁ ୮।୯: ଆଶା ହରାଇନାହିଁ ଇସ୍ରୋ ।ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ମିଳିଛି । ଆଉ ଏହା ସହିତ ଯୋଗାଯୋଗ ସ୍ଥାପନ ପାଇଁ ଚେଷ୍ଟା ଚଳାଇଛନ୍ତି ଇସ୍ରୋର ବୈଜ୍ଞାନିକ ।ଆଉ କେଉଁ କାରଣରୁ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଠିକ୍‌ ପୂର୍ବରୁ ଯୋଗଯୋଗ ବିଚ୍ଛିନ୍ନ ହେଲା ତାହାର କାରଣ ଖୋଜା ଚାଲିଛି।

{"id":154899}

ବିଫଳତା ନୁହେଁ, ସଫଳ  ପ୍ରୟାସ ।ସଂପୂର୍ଣ୍ଣ ହଜିଯାଇନାହିଁ ବିକ୍ରମ ଲ୍ୟାଣ୍ଡର ।ବରଂ ତାର ପତ୍ତା ମିଳିଛି ।ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ କେଉଁ ସ୍ଥାନରେ ରହିଛି ତାହାର ଫଟୋ ପଠାଇଛି ଅର୍ବିଟର ବିକ୍ରମ । ଆଉ ଇସ୍ରୋ ପାଇଥିବା ଏହି ଥର୍ମାଲ୍‌ ଫଟୋ ବିକ୍ରମ ଲ୍ୟାଣ୍ଡର ସହିତ ସଂପର୍କ ସ୍ଥାପନ ପାଇଁ ନୂଆ ଆଶା ସଞ୍ଚାର କରିଛି ।ବିକ୍ରମ ଲ୍ୟାଣ୍ଡରର ମିଳିଥିବା ଫଟୋକୁ ନେଇ ଆନାଲିସିସ୍ ଚାଲିଥିବା ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି ।

{"id":154900}

ବିକ୍ରମ ଲ୍ୟାଣ୍ଡର ସେପ୍‌ଟେମ୍ବର ୭, ଗୋଟାଏ ୫୩ ମିନିଟରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିଥାନ୍ତା ।କିନ୍ତୁ ଏହା ଲ୍ୟାଣ୍ଡ କରିବାର ଠିକ୍ ୩ ମିନିଟ୍‌ ପୂର୍ବରୁ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।ଇସ୍ରୋ ପକ୍ଷରୁ ଫେଲ୍ୟୁୟର ଆନାଲିସିସ୍‌ କମିଟି ଏହି ବିଫଳତାର ଅନୁଧ୍ୟାନ କରୁଛି ।

{"id":154901}

ବିକ୍ରମ ସହିତ ଯେତେବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ସେତେବେଳେ ଇସ୍ରୋ, ଆମେରିକାର ନାସାର ସହାୟତା ନେଇଥିଲା । କିନ୍ତୁ ସେଠାକୁ ମଧ୍ୟ କୌଣସି ଯୋଗାଯୋଗ ମିଳିନଥିଲା । ବିକ୍ରମ ଲ୍ୟାଣ୍ଡରର ସଫ୍‌ଟ ଲ୍ୟାଣ୍ଡିଂ ଆଶା କରାଯାଉଥିବା ବେଳେ ଏହା ହାର୍ଡ ଲ୍ୟାଣ୍ଡିଂ କରିଥିବା ଅନୁମାନ କରାଯାଉଛି । ବିକ୍ରମ ଲ୍ୟାଣ୍ଡରର ଏହାଦ୍ବାରା କୌଣସି କ୍ଷତି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

{"id":154902}

୧୦୦୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଚନ୍ଦ୍ରୟାନ-୨ ମିଶନ ସଫଳ ହୋଇଥିଲେ ଆମେରିକା, ରୁଷିଆ ଓ ଚୀନ୍‌ ପରେ ଭାରତ ଚତୁର୍ଥ ରାଷ୍ଟ୍ରଭାବେ ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିଥାନ୍ତା । ଚନ୍ଦ୍ରପୃଷ୍ଠର ମାତ୍ର ୨.୧ କିଲୋମିଟର ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଇସ୍ରୋ ମୁଖ୍ୟାଳୟର ସଂପର୍କ ଛିନ୍ନ ହୋଇଥିଲା । ତେବେ ଏହି ସଫଳତା କିଛି କମ୍ ନୁହେଁ ବୋଲି ଆମେରିକା ସମେତ ବିଭିନ୍ନ ଦେଶର ଗଣମାଧ୍ୟମ ପକ୍ଷରୁ ପ୍ରଶଂସା କରାଯାଇଛି । ମିଶନର ଶେଷ ପର୍ଯ୍ୟାୟ ଠିକ୍‌ ଭାବେ କରାଯାଇ ପାରିନଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

{"id":154903}

ବିକ୍ରମ ଲ୍ୟାଣ୍ଡର ଏବଂ ଏହା ଭିତରେ ଥିବା ରୋଭର ପ୍ରଜ୍ଞା ଗୋଟିଏ ଲୁନାର ଡେ ବା ପୃଥିବୀରେ ୧୪ ଦିନ ପାଇଁ କାମ କରିବେ । ଏହା ଚନ୍ଦ୍ରପୃଷ୍ଠରୁ ବିଭିନ୍ନ ତଥ୍ୟ ପଠାଇବାର ଆଶା କରାଯାଉଥିଲା ।ତେବେ ବିକ୍ରମ ଓ ପ୍ରଜ୍ଞା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ବି ଅର୍ବିଟର ଆସନ୍ତା ୭ ବର୍ଷ ଯାଏଁ ଚନ୍ଦ୍ର ଚାରିପଟେ ବୁଲିବ ଏବଂ ଏହା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇସ୍ରୋକୁ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.