ଜୟପୁର ୨୬।୧୨ -ଜୋର ଧରୁଛି ଜୟପୁର ବିକ୍ରମ ଦେବ କଲେଜକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦାବି।ଏହି କଲେଜ ରାଜ୍ୟର ସର୍ବ ପୁରାତନ କଲେଜ ମଧ୍ୟରୁ ଅନ୍ୟତମ।ତଥାପି ବହୁ ବାର ଦାବି ସତ୍ତ୍ୱେ ଏହା ଆଜି ପର୍ଯ୍ୟନ୍ତ ବିଶ୍ବ ବିଦ୍ୟାଳୟ ମାନ୍ୟତା ପାଇ ପାରିଲାନି।ଏପରିକି କଲେଜଟି ସ୍ବୟଂଶାସିତ କଲେଜର ମାନ୍ୟତା ପାଇଥିଲେ ବି ଗତ ବର୍ଷଠାରୁ ଏହାର ନବୀକରଣ ହୋଇନାହିଁ।ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।
{"id":202999,"sizeSlug":"large"}ଜୟପୁର ବିକ୍ରମ ଦେବ କଲେଜକୁ ନେଇ ଛାତ୍ର ରାଜନୀତି ଏବେ ସରଗରମ।କଲେଜକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦାବିରେ ଧୀରେ ଧୀରେ ଦାନା ବାନ୍ଧୁଛି ଆନ୍ଦୋଳନ।ଏବେକାର ଛାତ୍ରଙ୍କ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଲେଜର ପୂର୍ବତନ ଛାତ୍ର ଓ ଛାତ୍ର ନେତା।୧୯୪୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜ ରାଜ୍ୟର ସର୍ବ ପୁରାତନ କଲେଜ ମଧ୍ୟରୁ ଅନ୍ୟତମ।ଏହାରି ମଧ୍ୟରେ ଅନେକ କଲେଜ ବିଶ୍ବ ବିଦ୍ୟାଳୟରମାନ୍ୟତା ପାଇଥିଲେ ବି ଜୟପୁର ବିକ୍ରମ ଦେବ କଲେଜ ଏଥିରୁ କିନ୍ତୁ ବଂଚିତ।ବିଧାନ ସଭାରେ ବି ବହୁବାର ଏହି ଦାବି ହୋଇଥିଲେ ବି ଫଳ ଶୂନ। ତେଣୁ ଏଥର ଲଢ଼େଇ ପାଇଁ ଅଣ୍ଟା ଭିଡିଲେଣି ଛାତ୍ରଛାତ୍ରୀ।ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା କଲେଜଟି ସ୍ବୟଂଶାସିତ କଲେଜର ମାନ୍ୟତା ପାଇଥିଲେ ବି ବର୍ଷେ ହେଲା ଏହାର ନବୀକରଣ ହୋଇ ପାରିନି।ଯାହାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ।ସେହିପରି କଲେଜରେ ଫୁଟ ଓଭରବ୍ରିଜ କାମ କେବଳ ଶିଳାନ୍ୟାସରେ ସିମୀତ ରହିଛି।ଆଉ ଏହା ସହ କଲେଜରେ ଅଧ୍ୟାପକଙ୍କ ମରୁଡି ଦୀର୍ଘ ବର୍ଷ ହେବ ଲାଗି ରହିଥିବା ବେଳେ କ୍ୟାଣ୍ଟିନ ପରି ସର୍ବନିମ୍ନ ସୁବିଧା ନଥିବାରୁ ଏ ସବୁ ତୁରନ୍ତ ପୂରଣ ପାଇଁ ଦାବି କରିଛନ୍ତି କଲେଜର ଛାତ୍ରଛାତ୍ରୀ ।
{"id":203000,"sizeSlug":"large"}ଦାବି ପୂରଣ ପାଇଁ ଛାତ୍ରଛାତ୍ରୀଙ୍କ ସହ ବୁଦ୍ଧିଜୀବୀ ଓ ପୂର୍ବତନ ଛାତ୍ର ବି ଅଣ୍ଟା ଭିଡିଲେଣି।ବୁଦ୍ଧିଜୀବୀ ସମ୍ମିଳନୀ ସହ ଧାରଣାରେ ବସିଲେଣି।ତେବେ ବିଶ୍ବବିଦ୍ୟାଳୟ ମାନ୍ୟତା ରାଜ୍ୟ ସରକାରଙ୍କ ହାତରେ ଥିବାରୁ ଏ ନେଇ ଅସହାୟତା ପ୍ରକାଶ କରିଛନ୍ତି କଲେଜ କତୄପକ୍ଷ।ତେବେ ସ୍ବୟଂଶାସିତ ମାନ୍ୟତା ନବୀକରଣ ପାଇଁ ୟୁଜିସିକୁ ଚିଠି ଲେଖା ଯାଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷା।ତେବେ କ୍ୟାଣ୍ଟିନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କଲେଜରେ ଖୁବ୍ ଶୀଘ୍ର କରାଯିବାର ପ୍ରତିଶ୍ରୁତି ବି ଦେଇଛନ୍ତି । ଆଉ ସେପଟେ ଜାତୀୟ ରାଜପଥ କତୄପକ୍ଷଙ୍କ ତରଫରୁ ଅନୁମତି ମିଳୁନଥିବାରୁ ଫୁଟ ଓଭରବ୍ରିଜ ନିର୍ମାଣ ଟେଣ୍ଡର ପରେ ବି ଆରମ୍ଭ ହୋଇ ପାରୁନଥିବା କହିଛନ୍ତି ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ।
ରାଜ୍ୟର ଏହି ସର୍ବ ପୁରାତନ କଲେଜରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ଏବେ ଉଚ୍ଚ ପଦରେ ଅବସ୍ଥିତ।କିନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ମାତ୍ର ସରକାରୀ ସ୍ବୟଂଶାସିତ କଲେଜର ଉନ୍ନତି ଚିନ୍ତା କାହାରି ନାହିଁ । ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଲେ ପଛୁଆ ଅଂଚଳରେ ଏହା ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇ ପାରନ୍ତା ।