ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ବିକ୍ରମ୍ ଭଟ୍ଟଙ୍କ ଫିଲ୍ମରେ ଅଭିନୟ କରିବେ ହିନା ଖାନ୍

30/03/2019 at 3:22 PM

ମୁମ୍ୱାଇ୩୦|୩: ଟେଲି ଅଭିନେତ୍ରୀ ହିନା ଖାନଙ୍କୁ ନେଇ ଏବେ ବି-ଟାଉନରେ ଜୋରସୋର କଥାବାର୍ତ୍ତା ଚାଲିଛି। ବହୁ ପ୍ରତିକ୍ଷିତ ରିୟାଲିଟି ସୋ “ବିଗବସ୍‌-୧୧”ରୁ ହିନାଙ୍କୁ ପପୁଲାରିଟି ମିଳିଥିଲା। ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା “ୟେ ରିସ୍ତା କ୍ୟା କେହଲାତା ହୈ” ଧାରାବାହିକ ଦ୍ୱାରା ଏହି ଅଭିନେତ୍ରୀ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

ଏବେ ସେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ହିନା ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଲାଇଛନ୍ତି। ଏବେ ତାଙ୍କ ପାଖରେ ୩ଟି ଫିଲ୍ମର ଅଫର୍‌ ରହିଛି। ରିପୋର୍ଟ ଅନୁସାରେ ବଲିଉଡ୍‌ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ନିଜ ଫିଲ୍ମରେ ହିନା ଖାନ୍‌ଙ୍କୁ ସାଇନ୍‌ କରିଛନ୍ତି।

ନିଜ ଫିଲ୍ମକୁ ନେଇ ଏକ ସାକ୍ଷାତକାରରେ ବିକ୍ରମ ଭଟ୍ଟ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଏଥିନେଇ ସେ କହିଥିଲେ ଯେ, ହିନା ଖାନଙ୍କୁ ତାଙ୍କ ଚଳଚ୍ଚିତ୍ରରେ ସାଇନ କରିବା ପଛରେ କିଛି କାରଣ ଅଛି। ସେ କହିଥିଲେ ଯେ, ହିନାଙ୍କ ପାଖରେ କିଛି ଆକର୍ଷକ ଗୁଣ ଅଛି ଯେଉଁଥିପାଇଁ  ହୀନାଙ୍କୁ ବାଛିଛନ୍ତି। ହିନା ସେନ୍‌ସୁଆଲିଟି ଓ କ୍ଲାସର ମିଶ୍ରଣ ବୋଲି ବିକ୍ରମ କହିଥିଲେ। ସେ କହିଥିଲେ ଯେ, ହିନା ଜଣେ ଭଲ ଅଭିନେତ୍ରୀ ହେବା ସହ ଫ୍ୟାଶନ ବିଷୟରେ ସଚେତନ।

ଫିଲ୍ମରେ ଜଣେ ଫ୍ୟାଶନ୍‌ ମାଗାଜିନ୍‌ର ଏଡିଟର୍‌ ଭୂମିକାରେ ହିନା ଅଭିନୟ  କରିବେ। ସୂଚନାଯୋଗ୍ୟ ବିକ୍ରମ ଭଟ୍ଟ ହରର୍‌ ଫିଲ୍ମ କରିବା ପାଇଁ ପରିଚିତ। ଗତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ଫିଲ୍ମ ‘1921’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ବ୍ୟତୀତ ସେ ‘ରାଜ୍‌-ସିରିଜ୍’, ‘ଖାମୋସିୟାଁ’, ‘ହମାରି ଅଧୁରି କାହାନି’ ଓ ‘ହେଟ୍‌ ଷ୍ଟୋରୀ’ ପରି ଅନେକ ସୁପର ହିଟ୍ ଫିଲ୍ମ କରିଛନ୍ତି।

   Related Posts