ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନରେ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ମହତ୍ୱ ଥିଲା ଅନେକ : ଏହି ପୋଷ୍ଟରୁ ହେଲା ଖୁଲାସା

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଦୋହଲାଇ ଦେଇଛି | ତାଙ୍କ ନିଧନ ପରେ ସୋସିଆଲ ମିଡ଼ିଆରେ ନାନା ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଜଣାଶୁଣା ଟିଭି ପ୍ରଯୋଜକ ବିକାଶ ଗୁପ୍ତା ମଧ୍ୟ ସୁଶାନ୍ତ ସିଂହଙ୍କ ନିଧନକୁ ନେଇ ଏକ ଇମୋସନାଲ ପୋଷ୍ଟ କରିଛନ୍ତି | ଏହି ପୋଷ୍ଟରେ ସେ ସୁଶାନ୍ତ ସିଂହ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସମ୍ପର୍କକୁ ନେଇ ଅନେକ ମହତ୍ଵପୂର୍ଣ୍ଣ ଖୁଲାସା କରିଛନ୍ତି |

{"id":288196,"sizeSlug":"large"}

 

ବିକାଶ ଗୁପ୍ତା ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯାହା ବହୁତ ପୁରୁଣା | ଏହି ଫଟୋରେ ସୁଶାନ୍ତ ସିଂହ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଥିବା ଦେଖିବାକୁ ମିଳିଛି | ଏହି ଫଟୋ ସେତେବେଳର ଯେତେବେଳେ ଉଭୟ ପବିତ୍ର ରିସ୍ତାରେ କାମ କରୁଥିଲେ | ଏହି ଫଟୋ ସହିତ ସେ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଛନ୍ତି ଏବଂ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ ସୁଶାନ୍ତ ସିଂହଙ୍କ ଜୀବନରେ ଅଙ୍କିତାଙ୍କର କେତେ ମହତ୍ୱ ଥିଲା |

{"id":288197,"sizeSlug":"large"}

ବିକାଶ ଗୁପ୍ତା ଏହି ପୋଷ୍ଟରେ ଲେଖିଛନ୍ତି, 'ସେହି ସମୟରେ ସେ ବିନ୍ଦାସ ଏବଂ ଖୁଶ ରହୁଥିଲେ | ସେତେବେଳେ ସେ କୌଣସି କଥା ପାଇଁ ଚିନ୍ତା କରୁନଥିଲେ | ସେ ଟିଭିର ୧ ନମ୍ବର ଶୋ' ଛାଡି ଚା' କଫି ସହ ଫିଲ୍ମ ପ୍ଲାନ କରୁଥିଲେ | ସେ ଔରାଙ୍ଗଜେବ ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ | କାରଣ ଫିଲ୍ମରେ ତାଙ୍କୁ ଭାଇ ଚରିତ୍ର ଦିଆଯାଇଥିଲା | ସେ ୟସରାଜଙ୍କୁ କିଭଳି ମନା କରିବେ ସେ ନେଇ ସେ ଚିନ୍ତିତ ଥିଲେ | କିନ୍ତୁ ସେତେବେଳେ ଅଙ୍କିତା କହିଥିଲେ ଯେ, 'ଯାହା ତୁମକୁ ଖୁସି ଦଉଛି ସେହି କାମ କର |' ଏହି କଥା ଶୁଣି ସୁଶାନ୍ତ ସିଂହ ରାଜପୁତ ବହୁତ ଖୁସି ହୋଇଯାଇଥିଲେ |

wp:html https://www.instagram.com/p/CBj2GEeHJDg/ /wp:html

ବିକାଶ ଗୁପ୍ତା ଆହୁରି କହିଛନ୍ତି ଯେ, 'ମୁଁ ତାଙ୍କୁ ଏକ ହସମୁଖ ପିଲା ଭାବେ ମନେ ରଖିବାକୁ ଚାହୁଁଛି | ଯିଏ ଟେନସନ ଫ୍ରି ରହୁଥିଲା | ଅଙ୍କିତାଙ୍କୁ ଦେଖି ତାଙ୍କର ଟେନସନ ଦୂର ହୋଇଯାଉଥିଲା | ଅଙ୍କିତା ଲୋଖଣ୍ଡେ ତୁମ ତାର shock ଅଵସରବେର ଥିଲା ଏବଂ ତାଙ୍କ ସାଥ ସେପର୍ଯ୍ୟନ୍ତ ଛାଡୁନଥିଲେ ଯେପର୍ଯ୍ୟନ୍ତ ସୁଶାନ୍ତଙ୍କ ମୁହଁର ହସ ଫେରୁନଥିଲେ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.