Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଅପରାଧୀ ବିକାଶ ଦୁବେର ରାଇଟ୍ ହ୍ୟାଣ୍ଡ୍ ଅମର ଦୁବେ ପୋଲିସ ଗୁଳିରେ ନିହତ : ଜେଜେମା କହିଲେ, ‘ମୋ କଥା ଶୁଣିଥିଲେ ଆଜି ମରିନଥାନ୍ତା’

8/07/2020 at 12:14 PM

କାନପୁର ୦୮/୦୭ : କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ରାଇଟ ହ୍ୟାଣ୍ଡ ବୋଲାଉଥିବା ଅମର ଦୁବେ ପୋଲିସ ଗୁଳିରେ ନିହତ ହୋଇଛି | ଅମର ଦୁବେ ଵିକରୁ ସୁଟଆଉଟର ମାଷ୍ଟରମାଇଣ୍ଡ ବିକାଶ ଦୁବେର ସମ୍ପର୍କୀୟ ଥିଲା | ବିକାଶ ଓ ଅମର ଆଖି ବନ୍ଦ କରି ପରସ୍ପର ଉପରେ ବିଶ୍ୱାସ କରୁଥିଲେ | ସେଥିପାଇଁ ଅମରକୁ ବିକାଶର ରାଇଟ ହ୍ୟାଣ୍ଡ ବୋଲି କୁହାଯାଉଥିଲା | ଅମର ଲକ୍ଷ୍ୟ ଭେଦ କରିବାରେ ପାରଙ୍ଗମ ଥିଲା | କିନ୍ତୁ ଆଜି ସେ ପୋଲିସ ଗୁଳିର ଶିକାର ହୋଇଛି | ହମିରପୁରରେ ପୋଲିସ ଅମରକୁ ଏନକାଉଣ୍ଟର କରିଛି | ଜୁନ ୨୯ ତାରିଖରେ ଅମରର ବାହାଘର ହୋଇଥିଲା | ସ୍ତ୍ରୀ ହାତରୁ ମେହେନ୍ଦି ଲିଭି ନଥିଲା | ସଂସାର ଆରମ୍ଭ କରିବା ପୂର୍ବରୁ ଅମର ଦୁବେର ସ୍ତ୍ରୀ ବିଧବା ହୋଇଗଲେ | ଅମରର ମୃତ୍ୟୁକୁ ନେଇ ତାଙ୍କ ଜେଜେମା କହିଛନ୍ତି ଯେ ଯଦି ସେ ଆଗରୁ ମୋ କଥା ଶୁଣିଥାନ୍ତା ତାହେଲେ ଆଜି ମରିନଥାନ୍ତା |

ଅମର ଦୁବେ ମଙ୍ଗଳବାର ରାତିରେ ମୌଦହା ଅନ୍ତର୍ଗତ ଅରତରା ଗାଁରେ ନିଜର ଜଣେ ସମ୍ପର୍କୀୟ ନରୋତ୍ତମଃ ଦୀକ୍ଷିତଙ୍କ ଘରକୁ ଯାଇଥିଲେ | ତାଙ୍କ ସମ୍ପର୍କୀୟ ଅମରଙ୍କୁ ଘରକୁ ଫେରିଯିବାକୁ କହୁଥିଲେ କିନ୍ତୁ ସେ ରାତି ୧୦ଟା ରୁ ଭୋର ୪ଟା ପର୍ଯ୍ୟନ୍ତ ସେଠାରେ ହିଁ ଥିଲେ | ସକାଳେ ସେଠାରୁ ବାହାରିବାରୁ ପୋଲିସ ତାକୁ ଏନକାଉଣ୍ଟର କରିଥିଲା | ଅମର ଦୁବେ ଉପରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା | ଜୁଲାଇ ୨ ତାରିଖରେ ବିକାଶ ଦୁବେ ଘରେ ଚଢାଇ କରିବାକୁ ଯାଇଥିବା ପୋଲିସ ଟିମ ଉପରେ ଅମର ଦୁବେ ଗୁଳି ବର୍ଷା କରିଥିଲା | ଘଟଣା ପରେ ସେ ମଧ୍ୟ ବିକାଶ ଦୁବେ ସହ ଫେରାର ହୋଇଯାଇଥିଲା ଏବଂ ଫରିଦାବାଦରେ ପହଞ୍ଚିଥିଲା | ଫରିଦାବାଦ ହମିରପୁର ମଝିରେ ଥିବା ଅରତରା ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲା |

ଅମର ଦୁବେ ବିରୋଧରେ ଦେହାତ ଓ ଚୋବେପୁର ଥାନାରେ ମାମଲା ରହିଛି | ଏଥିରେ ୮ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ, ଡକାୟତି ଏବଂ ଧମକ ଭଳି ଗମ୍ଭୀର ମାମଲା ରହିଛି | ପୋଲିସ ଆଗରୁ ତାକୁ ଅନେକଥର ଗିରଫ କରିଥିଲା କିନ୍ତୁ ବିକାଶ ତାକୁ ଜାମିନରେ ନେଇ ଆସୁଥିଲା | ମଦ ଭାଟି ଏବଂ ମଦ ଦୋକାନରୁ ଚାନ୍ଦା ଆଦାୟ କରୁଥିବା ଦାୟିତ୍ୱ ଅମରକୁ ଦେଇଥିଲା ବିକାଶ ଦୁବେ |

ଅମରର ଘର ଶିବଲି ଥାନା ଅନ୍ତର୍ଗତ କିନ୍ତୁ ଗତ କିଛି ବର୍ଷ ହେଲା ସେ ଵିକରୁ ଗାଁରେ ରହୁଥିଲା | ଓରେୟାରେ ଡିବିୟାପୁର ରାଜପଥରେ ରବିବାର ଦିନ ଏକ ଅଜଣା କାର ମିଳିଥିଲା | କାରରେ ଅମରର ଡକ୍ୟୁମେଣ୍ଟ ଥିଲା ଯେଉଁଥିରେ ଲଖନଉରେ ମଧ୍ୟ ଅମରର ଘର ଥିବା ଜଣାପଡିଥିଲା |  

   Related Posts