ୟୁପି ପୋଲିସ ହାତକୁ ଗଲା ବିକାଶ ଦୁବେ, ସେପଟେ ପତ୍ନୀ, ପୁତ୍ର ଓ ଚାକର ଗିରଫ

Published By : Prameya-News7 Bureau | July 09, 2020 IST

ଉଜ୍ଜୈନ ୯।୭:  ଉତ୍ତରପ୍ରଦେଶରୁ ଫେରାର ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଉଜ୍ଜୈନ ପୋଲିସ ଗିରଫ କରିବା ପରେ ଗୁରୁବାର କୋର୍ଟରେ ହାଜର କରିଥିଲା।  କୋର୍ଟ ତାକୁ କାନପୁର ପୋଲିସକୁ ସମର୍ପି ଦେଇଛନ୍ତି। ଉଜ୍ଜୈନ ଏସପି ମନୋଜ କୁମାର ସିଂହ  ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦିନତମାମ ପୋଲିସ ତାକୁ ଜେରା କରିବା ପରେ କୋର୍ଟରେ ହାଜର କରିଥିଲା। ସେଠାରୁ ୟୁପି ପୋଲିସ ତାକୁ ନିଜ ହେପାଜତକୁ ନେଇଥିବା ସିଂହ କହିଛନ୍ତି।

ସେପଟେ ଉତ୍ତରପ୍ରଦେଶ ପୋଲିସ ବିକାଶର ପତ୍ନୀ ଋଚା ଦୁବେ ଓ ତା ପୁଅକୁ ଲକ୍ଷ୍ନୌର ଗିରଫ କରିଛି। ସେହିପରି ତାଙ୍କ ଘର ଚାକର ମଧ୍ୟ ଗିରଫ ହୋଇଥିବା ଜଣାପଡିଛି। ଏସପି ମନୋଜ କୁମାର ମହାକାଳେଶ୍ୱର ମନ୍ଦିର ନିକଟରେ ଫୁଲ ବିକୁଥିବା ମାଳିର ବୁଦ୍ଧିମତା ଯୋଗୁ  ଆଜି ପୋଲିସ ବିକାଶକୁ ଗିରଫ କରିବାରେ ସଫଳ ହୋଇଥିବା କହିଛନ୍ତି। ଉଜ୍ଜୈନରେ ପୋଲିସ ଏବେ ଗୁଣ୍ଡା ଅଭିଯାନ ହାତକୁ ନେଇଛି। ଏହି କ୍ରମରେ ଜିଲ୍ଲାର ଗୁଣ୍ଡାଙ୍କ ସମେତ ବାହର ଜିଲ୍ଲା ଓ ରାଜ୍ୟର ଗୁଣ୍ଡାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରୁଛି।

ଉତ୍ତରପ୍ରଦେଶ ଘଟଣା ରାଜ୍ୟରେ ଏବେ ଚା଼ଞ୍ଚଲ୍ୟ ସୃଷ୍ଟି କରିଛି। ଟେଲିଭିଜନ ଚାନେଲରେ ବିକାଶ ଦୁବେର ଚିତ୍ର ବାରମ୍ବାର ପ୍ରସାରିତ ହେଉଛି। ସକାଳେ ଅଚାନକ ଜଣେ ଭକ୍ତ ମନ୍ଦିରକୁ ଆସିବା ଓ ପୂଜା ଲାଗି ଫୁଲ ଓ ଅନ୍ୟ ସାମଗ୍ରୀ କିଣିବା ବେଳେ ଟେଲିଭିଜନରେ ଦେଖା ଯାଉଥିବା ଅପରାଧୀ ସହ ଭକ୍ତର ଚେହେରା ସାମଞ୍ଜସ୍ୟ ଦେଖିଥିଲା ମାଳି । ଏଣୁ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଘରୋଇ ସିକ୍ୟୁରିଟିର କର୍ମଚାରୀଙ୍କୁ ତୁରନ୍ତ ସୂଚିତ କରିଥିଲା। ସେହି ଅନୁସାରେ ଘରୋଇ ସୁରକ୍ଷା ସଂସ୍ଥା କର୍ମୀ ଦୁବେ ନେଇ ସୂଚନା ଦେବାମାତ୍ରେ ସେଠାକୁ ପୋଲିସ ପହଞ୍ଚି ତାକୁ କାବୁ କରିନେଇଥିଲା ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.