ବିକାଶ ଦୁବେ ଏନକାଉଣ୍ଟର ମାମଲାର ତଦନ୍ତ କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି : ଦୁଇ ମାସରେ ତଦନ୍ତ ସାରିବାକୁ ନିର୍ଦେଶ

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨/୦୭ : କୁଖ୍ୟାତ ଅପରାଧୀ ବିକାଶ ଦୁବେ ମାମଲାରେ ମୁଖ୍ୟ ବିଚାରପତି ଏସ.ଏ.ବୋବିଡେଙ୍କ ନେତୃତ୍ୱରେ ଜଷ୍ଟିସ ଏ.ଏସ.ବୋପନ୍ନା ଓ ଜଷ୍ଟିସ ବି.ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଗୋଟିଏ ସପ୍ତାହ ମଧ୍ୟରେ ତଦନ୍ତ କମିଶନ ତଦନ୍ତ ଆରମ୍ଭ କରିବାକୁ ଏବଂ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି | ତଦନ୍ତ କମିଶନରେ ଆଉ ଦୁଇ ଜଣ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି | ଅନ୍ୟ ଦୁଇ ଜଣ ସଦସ୍ୟ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି ଶଶୀକାନ୍ତ ଅଗ୍ରୱାଲ ଓ ଉତ୍ତର ପ୍ରଦେଶ ପୂର୍ବତନ ଡିଜି କେ.ଏଲ ଗୁପ୍ତା | ବେଞ୍ଚ ଉତ୍ତର ପ୍ରଦେଶ ସରକାରଙ୍କ ଡ୍ରାଫ୍ଟ ନୋଟିଫିକେସନକୁ ମଞ୍ଜୁରୀ ଦେଇଛନ୍ତି |

{"id":304133,"sizeSlug":"large"}

ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ଯେ କେନ୍ଦ୍ର ସରକାର ତଦନ୍ତ କମିଶନଙ୍କୁ ଯାଞ୍ଚରେ ସାହାଯ୍ୟ କରନ୍ତୁ | ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି (ଏନଆଇଏ) କିମ୍ବା ଅନ୍ୟ କୌଣସି କେନ୍ଦ୍ରୀୟ ଏଜେନ୍ସି ତଦନ୍ତରେ ସାହାଯ୍ୟ କରିପାରିବେ | କୋର୍ଟ କହିଛନ୍ତି ଯେ କମିଶନ ଅଫ ଇନକ୍ୱାରୀ ଆକ୍ଟ ଅନୁଯାୟୀ, କମିଶନ ଯାଞ୍ଚ ରିପୋର୍ଟ ସୁପ୍ରିମକୋର୍ଟଙ୍କ ସମେତ ରାଜ୍ୟ ସରକାରଙ୍କୁ ମଧ୍ୟ ହସ୍ତାନ୍ତର କରିବେ | ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କମିଶନର ବିସ୍ତୃତ ଭାବେ ମାମଲାର ତଦନ୍ତ କରନ୍ତୁ |

{"id":304134,"sizeSlug":"large"}

କୋର୍ଟଙ୍କ ଆଦେଶରେ କୁହାଯାଇଛି ଯେ କମିଶନ ୮ ଜଣ ପୋଲିସକର୍ମୀଙ୍କ ହତ୍ୟା ଘଟଣା ଓ ଘଟଣା ପରେ ବିକାଶ ଦୁବେ ତଥା ତାର ସହଯୋଗୀଙ୍କ ଏନକାଉଣ୍ଟରକୁ ନେଇ ସମସ୍ତ ତଦନ୍ତ କରାଯିବ | ସଲିସିଟର ଜେନେରାଲ ତୁଷାର ମେହତା ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ କୋର୍ଟରେ ହାଜର ହୋଇଥିଲେ | ସେ ବେଞ୍ଚକୁ ସୂଚିତ କରିଛନ୍ତି ଯେ ପୂର୍ବତନ ବିଚାରପତି ଜଷ୍ଟିସ ଚୌହାନ ତଦନ୍ତ କମିଶନରେ ସାମିଲ ହେବାକୁ ନିଜର ମଞ୍ଜୁରୀ ଦେଇଛନ୍ତି | ୬୫ଟି ମାମଲା ରୁଜ୍ଜୁ ହୋଇଥିବା ସତ୍ତ୍ୱେ ବିକାଶ ଦୁବେ କିଭଳି ଜାମିନ ପାଇ ଜେଲ ବାହାରେ ଥିଲା ତାର ଯାଞ୍ଚ ମଧ୍ୟ କମିଶନ କରିବ ବୋଲି ମେହତା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.