Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କୋଟି କୋଟି ଟଙ୍କା କରଜରେ ଡୁବିଛନ୍ତି ବିକାଶ ଗୁପ୍ତା, ସମ୍ପତ୍ତିରୁ ବେଦଖଲ କଲେ ପରିବାର ଲୋକେ

29/01/2021 at 3:33 PM

ମୁମ୍ବାଇ ୨୯/୦୧ : ଏଥର ବିଗବସ୍-୧୪ ରେ ସେଲିବ୍ରେଟିଙ୍କ ସହିତ ଜଡିତ ନୂଆନୂଆ ତଥ୍ୟ ସାମ୍ନା କୁ ଆସୁଛି । କେବେ ରାଖୀ ସାୱନ୍ତ ନିଜର ପରିବାର ବିଷୟରେ କହୁଛନ୍ତି ତ ଆଉ କେତେବେଳେ ବିକାଶ ଗୁପ୍ତା ନିଜର ବ୍ୟକ୍ତିଗତ ଜୀବନ କୁ ନେଇ କଥା ହେଉଥିବା ଦେଖିବାକୁ ମିଳିଛି । ନିକଟରେ ପରିବାର ସହ ଚାଲିଥିବା ବିବାଦ ଏବଂ ସେ କରିଥିବା କରଜକୁ ନେଇ ଖୁଲାସା କରିଛନ୍ତି ବିକାଶ ଗୁପ୍ତା । ବିଗବସ୍-୧୪ରେ ସେ ଏହାକୁ ଖୁଲାସା କରିଛନ୍ତି । ବିକାଶଙ୍କର କହିବା କଥା , ସେ ଗଭୀର ଆର୍ଥିକ ସଂକଟରେ ଥିଲେ ଏବଂ ଇଣ୍ଡଷ୍ଟ୍ରିରେ ତାଙ୍କ ବନ୍ଧୁମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିନଥିଲେ ।

ବିଗ୍‌ବସ୍‌ର ଗତ ଏପିଷୋଡ଼ରେ ଅଲ୍ଲୀ ଗୋନୀ , ରୁବିନା ଏବଂ ଅଭିନବଙ୍କୁ, ବିକାଶ ନିଜର ପାରିବାରିକ ବିବାଦ ଏବଂ ଆର୍ଥିକ ପରିସ୍ଥିତି ବିଷୟରେ କହୁଥିବାର ଦେଖିବାକୁ ମିଳିଥିଲା । ବିକାଶ କହିଥିଲେ, ‘ଏମିତି ସମୟ ଆସିଲା ଯାହାଫଳରେ ତାଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଲା । ସେହି ସମୟରେ ଟିଭି ଇଣ୍ଡଷ୍ଟ୍ରିର କିଛି ବନ୍ଧୁ ତାଙ୍କ ପାଖରୁ ମୁହଁ ମଧ୍ୟ ଫେରାଇ ନେଇଥିଲେ ।

ଏହା ବ୍ୟତୀତ  ତାଙ୍କ ଉପରେ ୧.୮ କୋଟି ଟଙ୍କା କରଜ ରହିଛି ବୋଲି ବିକାଶ କହିଛନ୍ତି । ତାଙ୍କର ପରିବାରର ଲୋକମାନେ ମଧ୍ୟ ତାଙ୍କୁ ସମସ୍ତ ସମ୍ପତ୍ତିରୁ ବେଦଖଲ କରିଛନ୍ତି । ବିକାଶ ତାଙ୍କ ମାଙ୍କ ବିଷୟରେ କହୁଥିବା ସମୟରେ ଅଲ୍ଲୀ ତାଙ୍କୁ ଅଟକାଇଥିଲେ । ସେତେବେଳେ ବିକାଶ କହିଥିଲେ, ‘ଯେଉଁ ସମସ୍ୟା ଦେଇ ମୁଁ ଗତି କରୁଛି, ତାହାକୁ ଟିକେ ଭାବି ଦେଖ । ମୋର ବାପା-ମା  କହିଛନ୍ତି ଯଦି ମୁଁ ମିଡ଼ିଆ ସାମ୍ନାରେ ସେମାନଙ୍କ ବିରୋଧରେ କହିବି ତେବେ ମୋତେ ସମ୍ପତ୍ତିର ଅଧିକାର ହରାଇବାକୁ ପଡିବ’।

ବିକାଶଙ୍କର ମା ଟିଭି ରେ ନିଜ ପୁଅଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ,’ସବୁ ପରିବାର ମଧ୍ୟରେ ବାଦବିବାଦ ରହିଛି । ତଥାପି ମୁଁ ନିଜ ପୁଅକୁ ଭେଟି ତାକୁ ସରପ୍ରାଇଜ୍ ଦେବାକୁ ଚାହୁଁଛି । ମୁଁ ଖାଲି ଏତିକି ଚାହୁଁଛି ସେ ସବୁ କିଛି ଭୁଲି ନିଜ ଜୀବନରେ ଖୁସିରେ ଆଗକୁ ବଢୁ’ ।

   Related Posts