ବିବାଦରେ ଆଇପିଏସ୍ ଅମିତାଭ୍ ଠାକୁର ଓ ତାଙ୍କ ପତ୍ନୀ : ବିକାଶ ଦୁବେ ଏନକାଉଣ୍ଟର ହୋଇଥିବା ସ୍ଥଳକୁ ଯିବା ପୂର୍ବରୁ ତଲବ କଲେ ଉତ୍ତର ପ୍ରଦେଶ ଡିଜିପି

Published By : Prameya-News7 Bureau | July 13, 2020 IST

କାନପୁର ୧୩/୦୭ : ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ପୋଲିସ ଆଗରେ ନାନା ପ୍ରଶ୍ନ ଛିଡା ହୋଇଛି | ସମାଜବାଦୀ ପାର୍ଟି-ବହୁଜନ ସମାଜବାଦୀ ପାର୍ଟି-କଂଗ୍ରେସ ବିଭିନ୍ନ ଦଳ ମାମଲାର ତଦନ୍ତ ଦାବି କରିଛନ୍ତି | ବିକାଶ ଦୁବେ ଏନକାଉଣ୍ଟର ସ୍ଥଳ ଓ ଵିକରୁ ଗାଁ ଗସ୍ତରେ ଥିବା ସିଭିଲ ଡିଫେନ୍ସ ଆଇଜି ଅମିତାଭ ଠାକୁର ଏବଂ ତାଙ୍କ ଆକ୍ଟିଭିଷ୍ଟ ପତ୍ନୀ ଡାକ୍ତର ନୂତନ ଠାକୁରଙ୍କୁ ଉତ୍ତର ପ୍ରଦେଶ ଡିଜିପି ଏସଚି ଅବସ୍ତି ଲଖନଉକୁ ଡାକିଛନ୍ତି | ନୂତନ ଠାକୁର କହିଛନ୍ତି ଯେ, ଡିଜିପି କହିଛନ୍ତି ଯେ ସେ ଵିକରୁ ଗାଁ ଏବଂ ଏନକାଉଣ୍ଟର ସ୍ଥଳ ଯାଇପାରିବେ ନାହିଁ | ସେଥିପାଇଁ ସେମାନଙ୍କୁ ଲଖନଉ ଫେରିବାକୁ ପଡିଛି | ତେବେ ସେ ଶୀଘ୍ର ଉଭୟ ଜାଗାକୁ ଯିବେ ବୋଲି କହିଛନ୍ତି |

wp:core-embed/twitter {"url":"https://twitter.com/Amitabhthakur/status/1282574969881260032","type":"rich","providerNameSlug":"twitter","className":""}
https://twitter.com/Amitabhthakur/status/1282574969881260032
/wp:core-embed/twitter

କାନପୁର ଵିକରୁ ଗାଁରେ ଜୁଲାଇ ୨ ତାରିଖରେ ୮ ପୋଲିସକର୍ମୀଙ୍କୁ ହତ୍ୟା କରାଯାଇଥିଲା | ଘଟଣାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଜୁଲାଇ ୧୦ ତାରିଖରେ ଏନକାଉଣ୍ଟର କରାଯାଇଥିଲା | ବର୍ତ୍ତମାନ ସରକାର ବିକାଶ ଦୁବେ ପଚାର ସମସ୍ତ କାହାଣୀକୁ ଉଜାଗର କରିବାକୁ ଚାହୁଁଛନ୍ତି | ଏଥିପାଇଁ ଏସଆଇଟି, ଇଡି, ଆୟକର ବିଭାଗ ଘଟଣାର ତଦନ୍ତ କରୁଛନ୍ତି |

{"id":299952,"sizeSlug":"large"}

ବିକାଶ ଦୁବେର ଏନ୍କାଉଣ୍ଟରର ପାଖାପାଖି ୨୦ ଘଣ୍ଟା ପୂର୍ବରୁ ଆଇପିଏସ ଅମିତାଭ ଠାକୁର ଏକ ଟ୍ୱିଟ କରିଥିଲେ | ଅମିତାଭ ଠାକୁରଙ୍କ ଏହି ଟ୍ୱିଟ ବର୍ତ୍ତମାନ ଭାଇରାଲ ହୋଇଛି | ଅମିତାଭଙ୍କ ଟ୍ୱିଟରେ ବିକାଶ ଦୁବେ ଏନକାଉଣ୍ଟର ନେଇ ଆଶଙ୍କା ଜାହିର କରିଥିଲେ | ଜୁଲାଇ ୧୦ ତାରିଖରେ ଆକ୍ଟିଭିଷ୍ଟ ନୂତନ ଠାକୁର ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିଥିଲେ | ସେ କହିଥିଲେ ଯେ ବିକାଶ ଜଘନ୍ୟ ଅପରାଧ କରିଥିଲା, କିନ୍ତୁ ପୋଲିସ ଯେଉଁଭଳି ଭାବେ ବେଆଇନ କାମ କରିଛି ତାହା ନିନ୍ଦନୀୟ |

wp:core-embed/twitter {"url":"https://twitter.com/Amitabhthakur/status/1281128705335521281","type":"rich","providerNameSlug":"twitter","className":""}
https://twitter.com/Amitabhthakur/status/1281128705335521281
/wp:core-embed/twitter

ଅଭିଯୋଗ ହୋଇଛି ଯେ, ବିକାଶର ମାମୁ ପ୍ରେମ ପ୍ରକାଶ ପାଣ୍ଡେ ଓ ଅତୁଳ ଦୁବେକୁ ତାଙ୍କ ଗାଁରେ ଗୁଳି କରାଯାଇଥିଲା କିନ୍ତୁ ସେମାନେ ଏହି ମାମଲାରେ ସାମିଲ ନଥିଲେ | ସେହିଭଳି ତାର ସହଯୋଗୀ ପ୍ରଭାତ ମିଶ୍ର, ପ୍ରବୀଣ ଦୁବେ ଓ ପୋଲିସବଳ ଉପସ୍ଥିତିରେ ବିକାଶ ଦୁବେ ନିହତ ହେବ କେହି ସ୍ୱୀକାର କରୁନାହାନ୍ତି | ପୋଲିସ ବଖାଣି ଥିବା କାହାଣୀରେ ଅନେକ ଗଡବଡ ଅଛି | ଆଦେଶ ବିନା ବିକାଶର ଘର ଭାଙ୍ଗି ଦିଆଯାଇଥିଲା | ବିକାଶର ପତ୍ନୀ ଓ ପୁଅ ସହିତ ମଧ୍ୟ ଅନୁଚିତ ବ୍ୟବହାର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.