Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଥରୁଟିଏ ଶବ ଦେଖିବାକୁ ଦିଅ… ଭୋ ଭୋ କାନ୍ଦି ପୋଲିସ୍‌କୁ ଆକୁଳ ନିବେଦନ କଲା ବିକାଶର ପତ୍ନୀ

10/07/2020 at 3:12 PM

କାନପୁର ୧୦।୦୭: ଆଠ ପୋଲିସ୍‌କର୍ମୀଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ୟୁପି ପୋଲିସ୍‌ର ଏନକାଉଣ୍ଟରରେ ଆଜି ପ୍ରାଣ ହରାଇଛି। ବିକାଶର ଏନକାଉଣ୍ଟର ଖବର ଶୁଣିବା ମାତ୍ରେ ପତ୍ନୀ ରିଚା ଦୁବେ ଭୋ ଭୋ ହୋଇ କାନ୍ଦି ଉଠିଛି। ସୂଚନା ଅନୁଯାୟୀ ଏନକାଉଣ୍ଟରରେ  ବିକାଶର ମୃତ୍ୟୁ ଘଟିଥିବାର ସୂଚନା ପୋଲିସ୍‌ ରିଚାକୁ ଦେଇନଥିଲା। ମାତ୍ର ରିଚାକୁ ପୋଲିସ୍‌କର୍ମୀଙ୍କ ବ୍ୟବହାରକୁ ଦେଖି ହୃଦବୋଧ ହୋଇ ଯାଇଥିଲା ଯେ, ବିକାଶକୁ ଏନକାଉଣ୍ଟର କରାଯାଇଛି। ସୂତ୍ର ଅନୁଯାୟୀ ବିକାଶର ଚେହେରା ଥରୁଟିଏ ଦେଖାଇ ଦେବାକୁ ରିଚା ପୋଲିସ୍‌ଠାରେ ନେହୁରା ହେଉଛି।

ଗୁରୁବାର ସନ୍ଧ୍ୟାରେ ଏସଟିଏଫ ଲକ୍ଷ୍ନୌ ସ୍ଥିତ କୃଷ୍ଣାନଗରରୁ ରିଚା ଓ ତାର ପୁଅକୁ ଗିରଫ କରିଥିଲା। ଏସଟିଏଫ କାନପୁରରେ କୌଣସି ଏକ ଅଜଣା ସ୍ଥାନରେ ରଖି ଚିରାକୁ ଜେରା କରୁଛି। ଅନ୍ୟପକ୍ଷେ ଗୁରୁବାର ସକାଳେ ମଧ୍ୟ ପ୍ରଦେଶର ମହାକାଳେଶ୍ଵର ମନ୍ଦିରରୁ ବିକେଶକୁ ଧରିବାରେ ପୋଲିସ୍ ସଫଳ  ହୋଇଥିଲା। ଏହା ପରେ ଏସଟିଏଫ ଶୁକ୍ରବାର ସକାଳେ ବିକାଶକୁ ଧରି କାନପୁର ଅଭିମୁଖେ ବାହାରିଥିଲା। ଏହି ସମୟରେ ଏସଟିଏଫର ଗୋଟିଏ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୁଯୋଗର ଫାଇଦା ଉଠାଇ ଦୁବେ ପୋଲିସକର୍ମୀଠୁ ପିସ୍ତକ ଛଡାଇ ଖସି ପଳାଇବାକୁ ଚେଷ୍ଟା କରିଥିଲା। ପୋଲିସ୍‌ ତାକୁ ରହିଯିବାକୁ କହିବାରୁ ସେ ପୋଲିସକର୍ମୀଙ୍କ ଉପରେ ଗୁଳି ଚଳାଇଥିଲା। ପୋଲିସ୍‌ର ପାଲଟା ଗୁଳିମାଡରେ ବିକାଶର ମୃତ୍ୟୁ ଘଟିଥିଲା।

ଏହି ଏନକାଉଣ୍ଟରରେ ନଓ୍ଵାବଗଞ୍ଜ ଇନ୍ସପେକ୍ଟର ରମାକାନ୍ତ ପଚୌରୀ ସମେତ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଲ୍ୟାଣପୁର ସିଏସଚି ପଠାଇ ଦିଆଯାଇଥିଲା। ପ୍ରାଥମିକ ଉପଚାର ପରେ ପୋଲିସକର୍ମୀଙ୍କ ହେଲେଟ୍‌  ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବିକାଶକୁ ମଧ୍ୟ ହେଲେଟ୍ ହସ୍ପିଟାଲ ନିଆଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ସୂଚନା ଅନୁଯାୟୀ, ରିଚା ସହ ପଚରାଉଚୁରାରେ ଏସଟିଏଫକୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି। ଏସଟିଏଫ ବିକାଶର ବ୍ୟାଙ୍କ ଆକାଉଣ୍ଟ ଓ ସଂପତ୍ତି ସମ୍ବନ୍ଧିତ ସୂଚନା ଯୋଗାଡ କରିଛି। ଏବେ ଏହା ଦେଖିବା ବାକି ରହିଲା ଯେ, ପୋଲିସ୍ ରିଚାକୁ ବିକାଶର ଶବ ଦେଖିବାକୁ ଅନୁମତି ଦେବ ନା ନାହିଁ।

   Related Posts