ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ: ଏତେ କେସ୍ ଥିଲା ତ ବିକାଶ ଦୁବେ ବାହାରେ କେମିତି ଥିଲା ? ଏହା ସିଷ୍ଟମର ବିଫଳତା

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୦୭: ବିକାଶ ଦୁବେ ଏନକାଉଣ୍ଟର  ମାମଲାରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରକୁ କଡା ଟିପ୍ପଣୀ କରିଛନ୍ତି। କୋର୍ଟ ଏହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ଯେ ଏତେ ସବୁ କେସ୍‌ ଥିବା ପରେ ବି ବିକାଶ ଦୁବେକୁ ଜାମିନ କେମିତି ମିଳିଥିଲା ? ଯେଉଁ ବ୍ୟକ୍ତିକୁ ଜେଲ୍‌ର ଚାରିକାନ୍ଥ ଭିତରେ ରହିବାର ଥିଲା ତାକୁ ଜାମିନ ଦିଆଗଲା। ଏହା ସଂସ୍ଥା ଓ ସିଷ୍ଟମର ବିଫଳତା।

ବିକାଶ ଦୁବେର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ଦାଖଲ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ବେଳେ ୟୁପି ସରକାର ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଏନକାଉଣ୍ଟରକୁ ସଠିକ୍ ଦର୍ଶାଇଛନ୍ତି। କିନ୍ତୁ କୋର୍ଟ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବା ରାଜ୍ୟ ସରକାରଙ୍କ ଦାୟିତ୍ଵ। ମାମଲାର ଟ୍ରାଏଲ ହେବାର ଥିଲା। ଏହା ସହିତ କୋର୍ଟ କହିଛନ୍ତି, ତଦନ୍ତ କମିଟିରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ ଓ ଆମ ପକ୍ଷରୁ ଜଣେ ପୋଲିସ୍ ଅଧିକାରୀ ରହିବେ। ଉତ୍ତର ପ୍ରଦେଶ ସରକାର ମଧ୍ୟ କମିଟି ପୁନର୍ଗଠନ ଉପରେ ସହମତ ପ୍ରକାଶ କରିଛନ୍ତି।

{"id":303017,"sizeSlug":"large"}

ସୋମବାର ଶୁଣାଣି ସମୟରେ ୟୁପି ସରକାର ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଏନକାଉଣ୍ଟର ସଠିକ୍ ଥିଲା ଏବଂ ସେ ପାରୋଲରେ ଥିଲା। ପୋଲିସ୍ ହେପାଜତରୁ ଫେରାର ମାରିବାକୁ ଚେଷ୍ଟା କରିଥିଲା। ତୁଷାର ମେହଟ୍ଟାଙ୍କ ଦଲିଲ୍ ଉପରେ ମୁଖ୍ୟ ବିଚାରପତି ଏସଏ ବୋବଡେ କହିଛନ୍ତି ତେଲଙ୍ଗାନା ଏନକାଉଣ୍ଟର ଏବଂ ଏହି ଏନକାଉଣ୍ଟର ମଧ୍ୟରେ ପ୍ରଭେଦ ରହିଛି। ତୁଷାର ମେହଟ୍ଟା କହିଛନ୍ତି ଅବସର ପ୍ରାପ୍ତ ଜଜଙ୍କ ନେତୃତ୍ଵରେ ତଦନ୍ତ ମଧ୍ୟ ଆରମ୍ଭ କରିଛି। ପ୍ରଶାନ୍ତ ଭୂଷଣ ମଧ୍ୟ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି।

ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଛନ୍ତି ଆଶ୍ଚର୍ଯ୍ୟକର କଥା ଏତେ ବଡ ବଡ କେସ୍‌ରେ ସାମିଲ ଅପରାଧୀ ଜାମିନରେ କେମିତି ଥିଲା ଏବଂ ଏହା ପରେ ଏସବୁ ଘଟଣା ଘଟିଲା। ଅପରାଧୀକୁ ପାରୋଲ କେମିତି ମିଳିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ସିଷ୍ଟମର ବିଫଳତାକୁ ଦର୍ଶାଉଛି ବୋଲି ବୋବଡେ କହିଛନ୍ତି। ଏଥିରେ କେବଳ ଗୋଟିଏ ଘଟଣାର କଥା ନୁହେଁ ବରଂ ପୂରା ସିଷ୍ଟମ ଉପରେ  ପ୍ରଶ୍ନ ଉଠୁଛି। ଦୋଷୀକୁ ଗିରଫ କରି ଟ୍ରାଏଲ ହୋଇ ଦଣ୍ଡ ମିଳିବାର ଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ, ୟୁପି ସରକାର ଏନକାଉଣ୍ଟରର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ଜଜଙ୍କୁ ନେଇ ବିଚାର ବିଭାଗୀୟ ତଦନ୍ତ ଆୟୋଗ ଗଠନ କରିବାକୁ କଥା କହିଥିଲେ। କିନ୍ତୁ ଯାଚିକାକର୍ତ୍ତାଙ୍କ ପକ୍ଷରୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଶୁଣାଣି ବେଳେ ତଦନ୍ତ ଆୟୋଗରେ ପରିବର୍ତ୍ତନ କଥା କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ହେବ। ୟୁପି ସରକାରଙ୍କ ପକ୍ଷରୁ ବିଚାରବିଭାଗୀୟ ତଦନ୍ତ ଉପରେ ଡ୍ରାଫ୍ଟ ନୋଟିଫିକେସନ ଉପସ୍ଥାପନ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.