ପୋଲିସ ପଞ୍ଝାରେ ବିକାଶ ଦୁବେ, ଉଜ୍ଜେନରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟାର

Published By : Prameya-News7 Bureau | July 09, 2020 IST

କାନପୁର ୦୯।୦୭: କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି ।  

wp:html /wp:html

ସୂଚନାଯୋଗ୍ୟ ଯେ, ଜୁଲାଇ ୨ତାରିଖ ଦିନ ବିକାଶ ଦୁବେକୁ ଧରିବା ପୋଲିସ ଅପରେସନ ଆରମ୍ଭ କରିଥିଲା । ବିକାଶ ଦୁବେ ଲୁଚି ରହିଥିବା ସ୍ଥାନରେ ଚଢାଉ ମଧ୍ୟ କରିଥିଲା । କିନ୍ତୁ ବିକାଶ ଦୁବେ ସେଠାରେ ନିଜ ସାଥୀମାନଙ୍କ ସହିତ ପୂର୍ବରୁ ପ୍ରସ୍ତୁତ ହୋଇରହିଥିଲା । ବିକାଶ ଦୁବେକୁ ଧରିବା ପାଇଁ ଯାଇଥିବା ପୋଲିସ କର୍ମୀମାନଙ୍କୁ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏନ୍‌କାଉଣ୍ଟର ଜାରି ରହିଥିଲା । ବିକାଶ ଓ ତାର ସାଥୀମାନେ ଅପରେସନରେ ଯାଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଗୁଳିମାଡ କରିଥିଲା । ଏଥିରେ ୮ଜଣ ପୋଲିସ କର୍ମୀ ସହିଦ ହୋଇଥିଲା । ସହିଦ ହୋଇଥିବା ପୋଲିସ କର୍ମୀମାନଙ୍କ ଠାରୁ ବିକାଶ ଦୁବେ ଓ ତାର ସାଥୀମାନେ ଅସ୍ତ୍ରଶସ୍ତ୍ର ଲୁଟ୍‌ କରିନେଇଥିଲେ । ସେବେଠାରୁ ଉତ୍ତରପ୍ରଦେଶ ପୋଲିସ ଓ ସରକାର ପକ୍ଷରୁ ବିକାଶ ଦୁବେକୁ ଧରିବା ପାଇଁ ସ୍ପେଶାଲ ଟିମ୍‌ ପ୍ରସ୍ତୁତ କରାଯାଇଥିଲା ।

ରାଜ୍ୟ ଓ ରାଜ୍ୟ ବାହରକୁ କିପରି ବିକାଶ ଦୁବେ ଧରାଯିବା , ସେନେଇ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରାଯାଉଥିଲ । କିନ୍ତୁ ବିକାଶ ଦୁବେର କୌଣସି ପତ୍ତାମିଳିନଥିଲା । କାନ୍‌ପୁର ସୁଟ୍‌ଆଉଟ୍‌ ଘଟଣା ପରଠାରୁ ପୋଲିସ ବିକାଶ ଦୁବେ ସହିତ ଜଡିତ ଥିବା ସାଥୀ ଓ ଗ୍ୟାଙ୍ଗଷ୍ଠାରମାନଙ୍କୁ ଖୋଜି ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ଅନେକ ନିହତ ମଧ୍ୟ ହୋଇଛନ୍ତି । ଯେଉଁମାନେ କି ବିକାଶ ଦୁବେ ସହିତ କାନପୁର ସୁଟ୍‌ଆଉଟରେ ସହଯୋଗ ଓ ଉପସ୍ଥିତ ଥିଲେ । ପୋଲିସ ସେବେଠାରୁ ବିକାଶ ଦୁବେକୁ ଧରିବା ଓ ତାର କଳାସାମ୍ରାଜ୍ୟ ନଷ୍ଟ କରିବା ପାଇଁ ଯେପରି ପଣ ନେଇଥିଲା ।

ବିକାଶ ଦୁବେର ବିଭିନ୍ନ ସ୍ଥାନରେ ଥିବା ଘରକୁ ଭାଙ୍ଗିବା ଓ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ସିଜ କରିଥିଲା । ପୋଲିସ ଧୀରେ ଧୀରେ ବିକାଶର ସାଥୀ ବୋଲାଉଥିବା ପ୍ରାୟ ସମସ୍ତ ଗ୍ୟାଙ୍ଗଷ୍ଟାରକୁ ନିହତ କରିସାରିଛି । ଏପରିକି ଆଉ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଥିଲା । ହେଲେ ବିକାଶର କୌଣସି ପତ୍ତା ମିଳୁନଥିଲା । ଗତରାତିରେ ବିକାଶ ଦୁବେର ଦୁଇଜଣ ସାଥୀଙ୍କୁ ନିହତ କରିଥିଲା । ଫରିଦାବାଦରେ ବିକାଶ ଦୁବେ ଲୁଚିରହିଥିବାର ଖବର ପୋଲିସକୁ ମିଳିଥିଲା । ପୋଲିସ ଖବର ମିଳିବା ମାତ୍ରେ ସେହି ହୋଟେଲରେ ଚଢାଉ କରିଥିଲା । କିନ୍ତୁ ଚଢାଉ ସମୟରେ ବିକାଶ ଦୁବେ ହୋଟେଲରେ ନଥିଲା, ବରଂ ତାର ଜଣ ସାଥୀ ରହିଥିଲା । ତାକୁ ଗିରଫ କରି ଆଣିବା ସମୟରେ , ସେ ପୋଲିସ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରୁଥିଲା । ଶେଷରେ ପୋଲିସ ଗୁଳିରେ ନିହତ ହୋଇଥିଲା ବିକାଶ ଦୁବେର ସାଥୀ ।

ବିକାଶ ଦୁବେ ବିରୋଧରେ ୬୦ଟି ଅପରାଧିକ ମାମଲା ରହିଛି । ୧୯ ବର୍ଷ ପୂର୍ବରୁ ୨୦୦୧ ମସିହାରେ ସେ ଥାନାରେ ପଶି ରାଜ୍ୟମନ୍ତ୍ରୀ ସନ୍ତୋଷ ଶୁକ୍ଲାଙ୍କୁ ହତ୍ୟା କରିଥିଲେ । ଆକ୍ରମଣରେ ଜଣେ ମନ୍ତ୍ରୀଙ୍କ ସମେତ ୨ ପୋଲିସକର୍ମୀ ମଧ୍ୟ ନିହତ ହୋଇଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲା। ନଗର ପଞ୍ଚାୟତ ନିର୍ବାଚନ ମଧ୍ୟ ଜିତିଥିଲେ | ବିକାଶ ଦୁବେ ପୂର୍ବରୁ ଅନେକ ଥର ଗିରଫ ମଧ୍ୟ ହୋଇଛି। ରାହୁଲ ତିୱାରୀ ନାମକ ଯୁବକ ଵିକେଶ ଦୁବେ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ । ଏହାପରେ ପୋଲିସ ବିକାଶ ଦୁବେର ଗାଁ ବିକୃ ଅଞ୍ଚଳରେ ଚଢ଼ାଉ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.