Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ହଟୁଛି ପରଦା: ବ୍ୟବସାୟୀଙ୍କ କଳାଧନର ‘ସଂରକ୍ଷକ’ ଥିଲା ବିକାଶ ଦୁବେ, ଉପହାରରେ ମିଳୁଥିଲା ଫର୍ଚ୍ୟୁନ୍ କାର

11/07/2020 at 4:05 PM

କାନପୁର ୧୧।୦୭: ଆଠ ପୋଲିସ୍‌ କର୍ମଚାରୀଙ୍କ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ବିକାଶ ଦୁବେର ଏନକାଉଣ୍ଟର ପରେ ଅପରାଧର ଗୁଢ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି। ବିକାଶ ଦୁବେ ନିଜ ଅପରାଧର ସାମ୍ରାଜ୍ୟ କେମିତି ବିସ୍ତାର କଲା, କାହା ଅର୍ଥରେ ବଳିଆନ ହୋଇଥିଲା, ଏହା ଉପରୁ ଏବେ ପରଦା ହଟିବାରେ ଲାଗିଛି।

ବିକାଶ ଦୁବେର ମୃତ୍ୟୁ ପରେ ପୋଲିସ୍‌ ଫାଇଲ୍‌ ଖୋଲି ସଂପତ୍ତିର ଯାଞ୍ଚ ଆରମ୍ଭ କରି ଦେଇଛି। ଏଥିରୁ ଆଚମ୍ବିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ବିକାଶ ଦୁବେର କଳାଧନର ସାମ୍ରାଜ୍ୟ ଭାରତ ନୁହେଁ ବିଦେଶ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଛି। ବିକାଶ ଦୁବେ ବିମୁଦ୍ରାୟନ ସମୟରେ ଖୁବ୍‌ କଳାଧନ ଅର୍ଜନ କରିଥିଲା। ଇଲାକାରେ ଦୁବେର ଖାତିର ଏମିତି ବଢି ଯାଇଥିଲା ଯେ, ତା ପାଖକୁ ବଡ ବଡ ବ୍ୟବସାୟୀ ନିଜର କଳାଧନ ସୁରକ୍ଷିତ  ରଖିବାକୁ ଆସୁଥିଲେ। ପ୍ରତିବଦଳରେ ବିକାଶକୁ ଉପହାରରେ ଫର୍ଚ୍ୟୁନ କାର ମିଳୁଥିଲା। ଏହି ସବୁ  ବ୍ୟବସାୟୀ କିଏ, ଏହାର ଖୁଲାସା ହେବା ବାକି ରହିଛି। ପ୍ରଶ୍ନ ଏହା ଯେ, ବଡ ବଡ ବ୍ୟବସାୟୀ ବିକାଶକୁ ଏତେ ବଡ ମହଙ୍ଗା କାର କାହିଁକି ଦେଉଥିଲେ, ଏହା ଉପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ଘର-କୋଠା-କାର ଉପରେ ଇଡିର ନଜର

ବିକାଶ ଦୁବେର ସଂପତ୍ତି ଯାଞ୍ଚରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସାମିଲ ହୋଇ ଯାଇଛି। ଇଡି ଲକ୍ଷ୍ନୌ ଜୋନାଲ ଅଫିସ୍‌ କାନପୁର ରେଞ୍ଜର ଆଇଜିଙ୍କୁ ଚିଠି ଲେଖି ବିକାଶ ଦୁବେର ସ୍ଥାବର ଅସ୍ଥାବର ସଂପତ୍ତିର ତଥ୍ୟ ମାଗିଛନ୍ତି। ଇଡିର ଚିଠି ପରେ ପୋଲିସ୍‌ ବିକାଶର ବେନାମୀ ସଂପତ୍ତିର ଚିଠା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛି। ବିକାଶ ଦୁବେର ଫରାରି ପରେ ଘର ଉପରେ ଚଢଉ ସମୟରେ ପୋଲିସ୍‌କୁ ସଂପତ୍ତି ସମ୍ବନ୍ଧିତ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍‌ ମିଳିଛି। ବିକାଶ ଦୁବେ ନିଜର କଳାଧନ ଲୁଚାଇବା ପାଇଁ ନିଜର ସଂପର୍କୀୟଙ୍କୁ ମଧ୍ୟ ମୋହରା କରିଥିଲା। ନିଜ ସଂପର୍କୀୟଙ୍କ ନାମରେ ମଧ୍ୟ ସେ ଜମିବାଡି କିଣି ରଖିଥିଲା।

ନୋଟ୍‌ବନ୍ଦୀ ସମୟରେ କିଣିଥିଲା ୫୦ କୋଟି ଟଙ୍କାର ସଂପତ୍ତି

ବିକାଶ ଦୁବେ ଅନେକ ଲୋକଙ୍କ ଅର୍ଥ ନୋଟ୍‌ବନ୍ଦୀ ସମୟରେ ନିବେଶ କରିଥିଲା। ସୂତ୍ର ଅନୁଯାୟୀ ବିକାଶ ଦୁବେ ନୋଟ୍‌ବନ୍ଦୀ ସମୟରେ ପାଖାପାଖି ୫୦ କୋଟି ଟଙ୍କାର ସଂପତ୍ତି କିଣିଥିଲା। ଏଥିରେ ଅଧିକ ଅର୍ଥ କାନପୁରର ଜଣେ ବ୍ୟବସାୟୀଙ୍କ ଥିଲା। ଏହି ବ୍ୟବସାୟୀ ଜଣକ କିଏ ? ଦୁବେ ସହ ତାର ସଂପର୍କ କଣ ? ଏହା ଉପରୁ ପରଦା ହଟିବା ବାକି ରହିଛି। କେବଳ ଏତିକି ନୁହେଁ ବିକାଶ ଦୁବେ କିଛି ସରକାରୀ ଅଧିକାରୀଙ୍କ ସଂପତ୍ତି ମଧ୍ୟ ନିବେଶ କରିଥିଲା।

ସୁଧ ଉପରେ କୋଟି କୋଟି ନେଣଦେଣ

ପୋଲିସ୍‌କୁ ମିଳିଥିବା ସୂଚନା ଅନୁଯାୟୀ, ନୋଟ୍‌ବନ୍ଦୀ ପୂର୍ବରୁ ପ୍ରାୟ ୬ କୋଟି ୩୦ ଲକ୍ଷ ନଗଦ ଅର୍ଥରାଶିକୁ ବିକାଶ ୨ ପ୍ରତିଶତ ସୁଧରେ ଲଗାଇଥିଲା। କୁହାଯାଏ ଯେ, ଜୟ ବାଜପେୟୀ ଏହି ୨ ପ୍ରତିଶତକୁ ୫ ପ୍ରତିଶତ ରିଆତିରେ ମାର୍କେଟ୍‌କୁ ଦେଇଥିଲା।

ବିକାଶ ଦୁବେ ନାମରେ ଲକ୍ଷ୍ନୌରେ ଦୁଇଟି ବଡ କୋଠା ରହିଛି। ଏହା ବ୍ୟତୀତ ଲକ୍ଷ୍ନୌ-କାନପୁରରେ ବିକାଶ ଦୁବେ ଅନେକ ଫ୍ଲାଟ୍‌ ଓ କୋଠା କିଣି କି ରଖିଛି। ସୂଚନା ଏହା ମଧ୍ୟ ରହିଛି ଯେ, ଜୟ ବାଜପେୟୀ ନାମକ ବ୍ୟକ୍ତି ବିକାଶ ଦୁବେର  ବିଶ୍ଵସନୀୟ ସହଯୋଗୀ। ଜୟ ମାଧ୍ୟମରେ ବିକାଶ ଦୁବେ ନିଜର କଳାଧନ ଦୁବାଇ ଓ ଥାଇଲାଣ୍ଡରେ ନିବେଶ କରିଛି।

   Related Posts