ବିକାଶ ଦୁବେ ମାସକୁ ରୋଜଗାର କରୁଥିଲା ୧ କୋଟି, କିନ୍ତୁ କରୁନଥିଲା ଅୟସ କିମ୍ବା ବ୍ୟାଙ୍କ ଖାତାରେ ନାହିଁ ଟଙ୍କା, ଗ୍ୟାଙ୍ଗଷ୍ଟାର କଣ କରୁଥିଲା ଏତେ ଟଙ୍କା

Published By : Prameya-News7 Bureau | July 14, 2020 IST

କାନପୁର ୧୪।୦୭: ଜୁଲାଇ ୧୦ ତାରିଖରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆଠ ପୋଲିସକର୍ମୀଙ୍କ ହତ୍ୟାକାରୀ ବିକାଶ ଦୁବେକୁ ନେଇ ଦିନକୁ ଦିନ ନୂତନ ଖୁଲାସା ହେବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତରୁ ଜଣା ପଡିଛି ଯେ, ବିକାଶ ଦୁବେ ମାସକୁ ୧ କୋଟି ଟଙ୍କା ଆୟ କରୁଥିଲା।

କିନ୍ତୁ ଦୁବେ ଜଣେ ସାଧାରଣ ଜୀବନଯାପନ କରୁଥିବା ବ୍ୟକ୍ତି ଥିଲା। ସେ ସାଧାରଣ ପୋଷାକ ପିନ୍ଧୁଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା  ତାର ବ୍ୟାଙ୍କ ଆକାଉଣ୍ଟରେ ବଡ ପରିମାଣରେ ଅର୍ଥ ନଥିଲା ବୋଲି ଇଡି ତଦନ୍ତରୁ ଜଣା ପଡିଛି। ଯଦି ଆକାଉଣ୍ଟରେ ନଥିଲା ତେବେ ମାସିକ ଆୟ କରୁଥିବା ୧ କୋଟି ଟଙ୍କା ଆୟ କରୁଥିବା ବିକାଶ ଦୁବେ ଟଙ୍କା ଗଲା କୁଆଡେ। ଏବେ ଇଡି ଦୁବେର ସହଯୋଗୀ ଏବଂ ଅନ୍ୟ ନେଣଦେଣର ଯାଞ୍ଚ କରୁଛି।

ଇଡିର ସୂତ୍ର ଅନୁଯାୟୀ ଦୁବେ ମାସିକ ୯୦ ଲକ୍ଷରୁ ୧.୨୦ କୋଟି ଟଙ୍କା ଆୟ କରୁଥିଲା। ମାତ୍ର ସେ କେବେ ମଧ୍ୟ ବିଦେଶ ଯାତ୍ରାରେ ଟଙ୍କା ଖର୍ଚ୍ଚ କରିନାହିଁ। କେବେ ବି ମହଙ୍ଗା ସାମଗ୍ରୀ କିଣୁନଥିଲା। ଇଡି ଏବେ ଏହାର ତଦନ୍ତ ଆରମ୍ଭ କରିଛି ଯେ, ଦୁବେ ଅର୍ଥ କିଏ ନିବେଶ କରୁଥିଲା ଏବଂ ତାର ପାଣ୍ଠି ଯୋଗାଡ କିଏ କରୁଥିଲା। ସୂତ୍ର ଅନୁଯାୟୀ ସେହି ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ବ୍ୟବସାୟୀ ମଧ୍ୟ ସାମିଲ ଏବଂ କେଉଁମାନେ ଗ୍ୟାଙ୍ଗଷ୍ଟାରର ନିକଟତର ଥିଲେ।

କାନପୁରର ବିକରୁ ଗାଁରେ ଆଠ ପୋଲିସକର୍ମୀଙ୍କ ହତ୍ୟା ମାମଲାର ମାଷ୍ଟର ହେଉଛି ବିକାଶ ଦୁବେ। ବିକାଶ ଦୁବେର ଘର ଉପରେ ଚଢଉ ଏବଂ ତାକୁ ଧରିବାକୁ ଯାଇଥିଲେ। ଏହା ପୂର୍ବରୁ ସୂଚନା ପାଇ ବିକାଶ ଦୁବେ ଓ ତାର ଗ୍ୟାଙ୍ଗ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ ଏବଂ ପୋଲିସ୍ ଟିମ୍‌ ଉପରେ ଅତର୍କିତ ଗୁଳିମାଡ କରିଥିଲେ।

ପୋଲିସ୍‌କୁ ଗୁଳି କରି ହତ୍ୟା କରିବା ପରେ ବିକାଶ ଦୁବେ ଗାଁରୁ ଫେରାର ହେବାରେ ସଫଳ ହୋଇଥିଲା। ପାଞ୍ଚ ଦିନ ପର୍ଯ୍ୟନ୍ତ ପୋଲିସ୍‌କୁ ଚକମା ଦେଇ ଚାଲିଥିଲା। ଶେଷରେ ଜୁଲାଇ ୯ରେ ମଧ୍ୟ ପ୍ରଦେଶର ଉଜ୍ଜୟିନୀରୁ ପୋଲିସ୍ ତାକୁ ଧରିବାରେ ସଫଳ  ହୋଇଥିଲେ।

ଏହା ପରେ ଦୁବେକୁ ଉଜ୍ଜୟିନୀରୁ କାନପୁର ଅଣାଯାଉଥିବା ବେଳେ ସେ ବସିଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ସୁଯୋଗ ନେଇ ଦୁବେ ପୋଲିସ ବନ୍ଧୁକ ଛଡାଇ ଫେରାର ମାରିବାକୁ ଚେଷ୍ଟା କରିଥିଲା।  ପୋଲିସ୍‌ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ ମଧ୍ୟ ସେ ଶୁଣିନଥିଲା ଏବଂ ପୋଲିସ୍ ଉପରକୁ ଗୁଳିମାଡ କରିଥିଲା। ଏହା ପରେ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.