କାନପୁର ୧୦।୦୭: କାନପୁରରେ ଆଠ ପୋଲିସ୍କର୍ମୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିବା ପରେ ବି ଗ୍ୟାଙ୍ଗଷ୍ଟାର ବିକେଶ ଦୁବେର ଦବଙ୍ଗଗିରି ତିଳେ ହେଲେ କମିନଥିଲା। ଉଜ୍ଜୈନରେ ନିଜକୁ କାନପୁରର କହି ଗାର୍ଡଙ୍କୁ ପିଟିବାକୁ ଚେଷ୍ଟା କରିଥିଲା। ଏପରିକି ଗିରଫ ହେବା ପରେ ବି ରାସ୍ତାରେ ସେ ପୋଲିସକର୍ମଚାରୀଙ୍କୁ ଧମକ ଦେଉଥିଲା। କୁହାଯାଉଛି ଯେ, ପୂରା ରାସ୍ତାରେ ସେ ପୋଲିସ୍କର୍ମୀଙ୍କୁ ଗାଳି ଦେଇ ଚାଲିଥିଲା। ପୋଲିସ୍ ଉଜ୍ଜୈନରେ ବିକାଶ ଦୁବେ ସହ ହୋଇଥିବା ପଚରା ଉଚୁରାର ରିପୋର୍ଟ ମାଗିଛି।
ପୋଲିସ୍ ହାତରେ ଧରା ପଡିବା ପରେ ଏବଂ ଉଜ୍ଜୈନ ରାସ୍ତାରେ ପୋଲିସ୍ ତାକୁ ଚଲେଇ ଚଲେଇ ଆଣିବା ସମୟରେ ବିକାଶର ଚେହେରାରେ ପଶ୍ଚାତାପ ତିଳେ ହେଲେ ଝଲକ ଦେଖିବାକୁ ମିଳି ନଥିଲା। ଯେବେ ପୋଲିସ୍ ତାକୁ ଜେରା କରିବା ଆରମ୍ଭ କଲେ ସେ ଧମକ ଦେଇ କହିଥିଲା ଯେ, ଏହି ଆଠ ସଂଖ୍ୟା କେତେବେଳେ ଦୁଇ ଗୁଣ ହୋଇଯିବ ଜାଣି ପାରିବ ନାହିଁ। ସେ ଏହା ମଧ୍ୟ ପୋଲିସ୍କୁ କହିଥିଲା, ତୁମେମାନେ ମୋତେ ଏନକାଉଣ୍ଟର କରିବାକୁ ଆସିଥିଲ। ମୋ ଦେହରେ ହାତ ଦେଇ ପାରିବନି। ମୋର କିଛି ବିଗାଡି ପାରିବନି। ଏମିତି କେତେ କଣ ପୋଲିସ୍କୁ ସେ ଗାଳି ଦେଇ ଚାଲିଥିଲା।
{"id":298827,"sizeSlug":"large"}ଓଗାଳିଲା ଡର୍ଜନେ ପୋଲିସ୍କର୍ମୀଙ୍କ ନାମ
ଉଜ୍ଜୈନ ପୋଲିସ୍ ଯେବେ ବିକାଶକୁ ଜେରା କଲା, ସେଠାରେ ବିକାଶ ତା ଯୋଗାଯୋଗରେ ଥିବା କିଛି ନେତା, ବ୍ୟବସାୟୀ ଓ ପ୍ରାୟ ଏକ ଡର୍ଜନେ ପୋଲିସ୍କର୍ମୀଙ୍କ ନାଁ କହିଥିଲା। ପୋଲିସ୍ ଜେରା ସମୟର ସମସ୍ତ ତଥ୍ୟ ୟୁପି ପୋଲିସ୍କୁ ପ୍ରଦାନ କରିଛି। ଉଜ୍ଜୈନର ପୋଲିସ୍ ଓ ୟୁପି ପୋଲିସ୍ ମଧ୍ୟରେ ନିରନ୍ତର ଯୋଗାଯୋଗ ଚାଲିଥିଲା। ଏହା ସହିତ ଅନେକ କିଛି ବଳିଷ୍ଠ ତଥ୍ୟ ସେ ପୋଲିସ୍କୁ ଦେଇଛି, ଯାହା ଏବେ ବି ସାମ୍ନାକୁ ଆସିନି।
{"id":298828,"sizeSlug":"large"}ବିକାଶ ମରିବା ପରେ ବି ପୋଲିସ୍ର ଅପରେସନ ଜାରି
ବିକାଶ ଦୁବେର ଏନକାଉଣ୍ଟର ପରେ ପୋଲିସ୍ ପୂରା ଦିନ ତା ସହ ଜଡିତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା। ବିକରୁ ଗାଁ ସ୍ଥିତ ଏହାର ସହଯୋଗୀ ଘରେ ପୋଲିସ୍ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ବିକାଶ ଗୋଷ୍ଠୀର ସହଯୋଗୀଙ୍କ ଦୋକାନରୁ ଦେଶୀ ବମ ମଧ୍ୟ ଜବତ ହୋଇଛି। ଏହା ବ୍ୟତୀତ ଏହି କେସ୍ରେ ଫେରାର ୧୪ ଜଣଙ୍କୁ ଧରିବା ପାଇଁ ପୋଲିସ୍ ବିକରୁ ଓ ଏହାର ଆଖପାଖ ଗାଁରେ ଚଢଉ ଜାରି ରଖିଛି।