Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଖୋଲିବ ବିକେଶ ଦୁବେ କଳାଟଙ୍କା ସାମ୍ରାଜ୍ୟର ଗୁମର , ପୋଲିସ କବ୍‌ଜାରେ ଗ୍ୟାଙ୍ଗଷ୍ଟାରର ରାଇଟହ୍ୟାଣ୍ଡ ଜୟ ବାଜପେୟୀ

20/07/2020 at 10:03 AM

କାନପୁର ୨୦।୦୭: ଖୋଲିବା ଗ୍ୟାଙ୍ଗଷ୍ଟାର ବିକୋଶ ଦୁବେର କଳାସାମ୍ରାଜ୍ୟର କଳାପୋଥି ।  ପୋଲିସ ହାତରେ ଧରିପଡିଛି ବିକାଶ ଦୁବେର ରାଇଟହ୍ୟାଣ୍ଡ । ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ ଜୟକାନ୍ତ ବାଜପେୟୀ ଓ ତାହାର ସାଥୀ ପ୍ରଶାନ୍ତ ଶୁକ୍ଲା ଦୀର୍ଘଦିନ ଧରି ଲୁଚକାଳି ଖେଳ ପରେ ଏବେ ପୋଲିସ କବ୍‌ଜାରେ ପଡିଛି । ଅଭିଯୁକ୍ତ ଜୟକାନ୍ତ ବାଜେପାୟୀ ଓରଫ ଜୟ ବାଜପେୟୀ ବିକାଶ ଦୁବେ ଟଙ୍କା ପଇସା କାରାବାରର ପ୍ରମୁଖ୍ୟ ସୁତ୍ରଧର ଥିଲା ।ବିକାଶ ଦୁବେର ଏମିତିକି ସମସ୍ତ କଳା କାରାବାର ସମ୍ପର୍କରେ ମଧ୍ୟ ଜୟ ବାଜପେୟୀ ନଜର ରଖୁଥିଲା । ତେଣୁ ଜୟ ବାଜପେୟୀ ଧରିପଡିବା ପୋଲିସ ପାଇଁ ବଡ ଖବର । ବିକାଶ ଦୁବେର ନିହତ ପରେ କାଳ ସାମ୍ରାଜ୍ୟ ସମ୍ପର୍କରେ ତଥ୍ୟ ଯୋଗାଡା କରୁଛି ପୋଲିସ ।

ଜୟ ବାଜପେୟୀର ଗିରଫ ନେଇ କାନପୁର ପୋଲିସ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୨-୩ରେ ବିଳମ୍ବିତ ରାତିରେ ଆଠ ଜଣ ପୋଲିସକର୍ମୀଙ୍କୁ ହତ୍ୟା ଘଟଣାରେ ଜୟ ବାଜପେୟୀ ଓ ତାର ସାଥୀ ପ୍ରଶାନ୍ତ ଶୁକ୍ଲା ମଧ୍ୟ ସାମିଲ ଥିଲେ। ଏହି ଦୁଇ  ବିକାଶ ଦୁବେକୁ ସହଯୋଗ କରିଥିଲେ । ଜୁଲାଇ ୧ରେ ବିକାଶ ଦୁବେ ହିଁ  ଜୟ ବାଜେପେୟୀକୁ ଫୋନ୍‌ କରିଥିଲା , ଏବଂ ଜୁଲାଇ ୨ରେ ଜୟ ଓ ପ୍ରଶାନ୍ତ ବିକାରୁ ଗାଁରେ ପହଞ୍ଚିଥିଲେ ।

କାନପୁର ପୋଲିସ ମୁତାବାକି, ଜୁଲାଇ ୨ରେ ଜୟ ବାଜପେୟୀ ବିକାଶ ଦୁବେକୁ ୨ଲକ୍ଷ ଟଙ୍କା ଓ ବନ୍ଧୁକ, ଗୁଳି ଦେଇଥିଲା । ଆଠ ଜଣ ପୋଲିସକର୍ମୀଙ୍କୁ ହତ୍ୟା ପରେ ବିକାଶ ଦୁବେ ଓ ତାର ଗ୍ୟାଙ୍ଗକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାରେ ଜୟ ବାଜପେୟୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ବିକାଶ ଦୁବେ ଓ ତାର ସହଯୋଗୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ଦାମୀ ଗାଡି ପଠାଇଥିଲା । କିନ୍ତୁ ପୋଲିସର ସକ୍ରିୟତା ପାଇଁ ଏହା ସଫଳ ହୋଇନଥିଲା ।

କିଏ ଏହି ଜୟ ବାଜପେୟୀ…

ଆଠ ବର୍ଷ ପୂର୍ବ ଜୟ ବାଜପେୟୀ ଏକ ପ୍ରିଣ୍ଟିଙ୍ଗ ପ୍ରେସ୍‌ରେ ୪ହାଜର ଟଙ୍କା ପାଇଁ ଚାକିରି କରୁଥିଲା । ପ୍ରିଣ୍ଟିଙ୍ଗ ପ୍ରେସ୍‌ରେ ଚାକିରି କରିବା ସମୟରେ ବିକାଶ ଦୁବେର ସଂପର୍କରେ ଆସିଥିଲା । ଏହାପରେ ବିକାଶ ଦୁବେ ସହିତ ମିଳିମିଶି ଜୟ ବାଜପେୟୀ ବିବାଦୀୟ ଜମିବାଡି କିଣାବିକା କରୁଥିଲେ । ବିକାଶ ଦୁବେକୁ ଜୟ ବାଜପେୟୀ କହିବା ପରେ ବଡ ଆକାରରେ ଟଙ୍କା ନିବେଶ କରୁଥିଲା । ଜମିବାଡି କାରବାର ସହ ସହିତ ଟଙ୍କା ସୁଧକୁ ମଧ୍ୟ ଲଗାଉଥିଲା। ବିକାଶ ଦୁବେର କାଳ କାରବାରରେ ସହଯୋଗ କରୁକରୁ ଜୟ ବାଜପେୟୀ ମଧ୍ୟ ଢେର କଳା ସାମ୍ରାଜ୍ୟର ମାଲିକ ହୋଇଯାଇଥିଲା।

ଏମିତିକି ଜୟ ବାଜପେୟୀର ଲକ୍ଷ୍ନୌ-କାନପୁରରେ ଅନେକ ବେନାମୀ ସମ୍ପତ୍ତି ରହିଛି । ସେପଟେ ବିକାଶ ଦୁବେର କାଳ କାରାବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଆରମ୍ଭ କରିଛି । ଜୟ ବାଜପେୟୀ ଓ ବିକାଶ ଦୁବେ ମଧ୍ୟରେ କେତେ କେତେ ଟଙ୍କାର କଳା କାରବାର ଚାଲିଥିଲା । ତାହାର ମଧ୍ୟ ଛାନ୍‌ଭିନ୍‌ ଜାରି ରହିଛି । ଏପରିକି ବିକାଶ ଦୁବେ ଓ ଜୟ ବାଜପେୟୀ ମିଶି ଉତ୍ତରଖଣ୍ଡ-ମୁମ୍ବାଇ-ନୋଏଡ଼ାରେ ଅନେକ ଜାଗା କିଣିଛନ୍ତି । ଦୁବାଇ ଓ ବ୍ୟାଙ୍କକ୍‌ରେ ୨୫ କୋଟି ଟଙ୍କାର ଦୁଇଟି ବିଳାସମୟ ଘର କିଣିଛନ୍ତି ବୋଲି ସୂଚନା ରହିଛି ।

   Related Posts