Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିକାଶ ଦୁବେଙ୍କ ଘନିଷ୍ଠ ସହଯୋଗୀ ଗୋପାଳ ସୈନି କୋର୍ଟରେ କଲେ ଆତ୍ମସମର୍ପଣ

30/07/2020 at 3:18 PM

କାନପୁର ୩୦।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଅନ୍ତରଙ୍ଗ ସହଯୋଗୀ ଗୋପାଳ ସୈନି ବୁଧବାର ଦିନ କାନପୁର ଦେହାଟ ଜିଲ୍ଲାର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଛି । ଗୋପାଳ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସରକାରୀ ଓକିଲ ରାଜୁ ପୋରୱାଲ ଗୁରୁବାର କହିଛନ୍ତି ଯେ ଗୋପାଳ ସୈନି ବିକରୁ ଗାଁରେ ୮ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ । ବିକାଶ ଦୁବେ ଏବଂ ତାଙ୍କ ଗ୍ୟାଙ୍ଗ ଜୁଲାଇ ୩ରେ କାନପୁରର ଚୌବେପୁର ପୋଲିସ ଷ୍ଟେସନ ଅଞ୍ଚଳର ବିକରୁ ଗ୍ରାମରେ ପୋଲିସ ଉପରେ ଗୁଳି ଚଳାଇଥିଲେ । ଏଥିରେ ପୋଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ନିହତ ହୋଇଥିଲେ । ପୋଲିସ ଟିମ୍ ସେଠାରେ ବିକାଶ ଦୁବେଙ୍କୁ ଧରିବା ପାଇଁ ସେଠାକୁ ଯାଇଥିଲେ ।

ପୋରୱାଲ କହିଛନ୍ତି ଯେ, ସୈନି କାନପୁର ଗ୍ରାମାଞ୍ଚଳର ମାଟି ସ୍ଥିତ ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଛି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଜୁଲାଇ ୩ରୁ ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ କାନପୁର ପୋଲିସ ସୈନିଙ୍କୁ ଖୋଜୁଥିଲେ । ପୋରୱାଲ କହିଛନ୍ତି ଯେ ସୈନିଙ୍କ ଓକିଲ କୋର୍ଟରେ ଆତ୍ମସମର୍ପଣ ପାଇଁ ଆବେଦନ କରିଛନ୍ତି । ତେବେ ସେ ଏ ବାବଦରେ କୌଣସି ବିସ୍ତୃତ ସୂଚନା ଦେଇନାହାଁନ୍ତି ।

ପୋଲିସ ଅଧୀକ୍ଷକ (ଗ୍ରାମୀଣ) ବ୍ରଜେଶ ଶ୍ରୀବାସ୍ତବ ନିଶ୍ଚିତ କରିଛନ୍ତି ଯେ, ବିକରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସୈନି କାନପୁର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କୁ ପୋଲିସ ହେପାଜତକୁ ନେବାକୁ ଆମେ କୋର୍ଟରେ ଏକ ଆବେଦନ କରିବୁ ବୋଲି ସେ କହିଛନ୍ତି । ଶ୍ରୀବାସ୍ତବ କହିଛନ୍ତି ଯେ ପୂର୍ବରୁ ସୈନିଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । ​​କିନ୍ତୁ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

   Related Posts