Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଅଫିସରଙ୍କ ବହିରେ ଡନ୍‌ ପାଠ: ଟ୍ରେନିଂ ସମୟରେ ଆଇପିଏସ୍‌, ପିପିଏସ୍‌ଙ୍କୁ ପଢ଼ାଯିବ ‘ବିକାଶ ଦୁବେ କେସ୍‌’

31/10/2020 at 5:04 PM

ନୂଆଦିଲ୍ଲୀ ୩୧/୧୦: ଡନ୍‌ ପାଠ ପଢ଼ିବେ ପୋଲିସ ବାବୁ। ପୋଲିସ୍‌ ଅଧିକାରୀଙ୍କ ବହିରେ ରହିବ ବିକାଶ ଦୁବେ ମାମଲା। ଉତ୍ତରପ୍ରଦେଶ କାନପୁରର ବହୁଚର୍ଚ୍ଚିତ ବିକାଶ ଦୁବେ ମାମଲା ସମ୍ପର୍କରେ ପଢ଼ିବେ ଆଇପିଏଏସ୍‌ ଓ ପିପିଏସ୍‌ ଅଧିକାରୀ। ଆଇପିଏସ୍ ଓ ପିପିଏସ୍ ଅଧିକାରୀଙ୍କୁ ବିକାଶ ଦୁବେ ମାମଲାରେ ପୋଲିସର ଭୂମିକାକୁ ନେଇ ମଧ୍ୟ ପଢ଼ାଯିବ। ଏହାସହ ଜ୍ୟୋତି ହତ୍ୟାକାଣ୍ଡ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯାଇଛି।

ଆଇପିଏସ୍‌ ଓ ପିପିଏସ୍‌ ଅଧିକାରୀ ଟ୍ରେନିଂ ଓ ସିଲାବସ୍‌କୁ ଉନ୍ନତ୍ତ ଧରଣର କରିବାକୁ ଏକ କମିଟି ଗଠନ କରାଯାଇଥିଲା। ତେବେ କେନ୍ଦ୍ର ସରକାର ଏନେଇ କମିଟିକୁ ପଚାରିଥିଲେ ଯେ, ପାଠ୍ୟକ୍ରମରେ କଣ ସୁଧାର କରିବାର ଆବଶ୍ୟତା ଅଛି। ତେବେ କମିଟି ବିକାଶ ଦୁବେ ମାମଲାକୁ ପାଠ୍ୟକ୍ରମରେ ଯୋଗ କରିବାକୁ ପ୍ରସ୍ତାବ ଦେଇଥିଲା।

ବିକାଶ ଦୁବେ ମାମଲାରେ ପୋଲିସ କରିଥିବା ଭୁଲ ଯେଭଳି ପୁନର୍ବାର ନଘଟୁ, ଏଭଳି ମାମଲାକୁ ପୋଲିସ କିଭଳି ଭଲଭାବେ ଯାଞ୍ଚ କରିପାରିବ ସେଥିପାଇଁ କମିଟି ଏଭଳି ମାମଲାକୁ ସିଲାବସ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ବିକେରୁ କାଣ୍ଡ ପରେ ବିକାଶ ଦୁବେକୁ ପୋଲିସ ଗିରଫ କରିବାକୁ ଯାଇଥିବା ବେଳେ ତାର ପ୍ରତିଆକ୍ରମଣରେ ୮ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏ ସମସ୍ତ ମାମଲରେ ପୋଲିସର ବହୁ ଭୁଲ ମଧ୍ୟ ଦେଖିବାକୁ ମିଳିଛି। ବିକାଶ ଦୁବେ ମାମଲା ଆଇପିଏସ୍‌ ଓ ପିପିଏସ୍‌ ଅଧିକାରୀଙ୍କୁ ଶିକ୍ଷା ଦେବା ଦ୍ବାରା ସେମାନେ ଦକ୍ଷ ଓ ଭଲ ପୋଲିସିଂ କରିପାରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି।

   Related Posts