Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

୧୧ ଅଣ ଏନଡିଏ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ, କହିଲେ- ଏକାଠି ମିଶି କେନ୍ଦ୍ର ଉପରେ…

31/05/2021 at 11:17 PM

ତିରୁଅନନ୍ତପୁରମ ୩୧।୦୫: ଦେଶରେ ସଂପ୍ରତି ୧୮ ରୁ ୪୪ ବର୍ଷ ବର୍ଗଙ୍କ  ଟିକାକରଣ ଜାରି ରହିଛି।  ହେଲେ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉପଲବ୍ଧ ହୋଇ ପାରୁନଥିବାରୁ ଟିକାକରଣ ପ୍ରଭାବିତ  ହେଉଛି। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୀତି ଚାଲିଛି। ଏହା ମଧ୍ୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଶର ୧୧ ଅଣ ଏନଡିଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି , ୧୧ ରାଜ୍ୟ ସରକାର ଏକାଠି ହୋଇ ମାଗଣାରେ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ଉପରେ ଚାପ ପକାଯାଉ।

ବିଜୟନ ଲେଖିଛନ୍ତି, ସଂପ୍ରତି ଦେଶରେ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାଗଣାରେ ଭ୍ୟାକ୍ସିନ ଯୋଗାଇବା କଥା। ଏମିତି ହେଲେ ସବୁ ବର୍ଗର ଲୋକେ ଟିକାକରଣରେ ଉପକୃତ ହେବେ। କେବଳ ଏତିକି ନୁହେଁ ରାଜ୍ୟମାନଙ୍କ ଉପରୁ ମଧ୍ୟ ଆର୍ଥିକ ବୋଝ ହ୍ରାସ ପାଇବ। ସେମିତିରେ କରୋନା ଯୋଗୁଁ ଲାଗୁ କଟକଣାରେ ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଛି। ଉପରକୁ କେନ୍ଦ୍ର ରାଜ୍ୟମାନଙ୍କୁ ଟିକା କିଣିବାକୁ କହୁଛି। ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହେଉଛି।

ଯେତେବେଳେ ସମଗ୍ର ଦେଶ ଦ୍ଵିତୀୟ ଲହର ସହ ସଂଘର୍ଷ କରୁଛି, ସେହି ସମୟରେ କେନ୍ଦ୍ର ସରକାରଙ୍କ ଦାୟିତ୍ଵ ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ମାତ୍ରାରେ ଭ୍ୟାକ୍ସିନ ଯୋଗାଇ ଦେବା। ମାତ୍ର ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ନିଜର ମୌଳିକ କର୍ତ୍ତବ୍ୟ ମଧ୍ୟ କରୁ ନାହାନ୍ତି। ଅନ୍ୟପଟେ ଦ୍ଵିତୀୟ ଲହରର ପ୍ରଭାବ କେତେ ଦିନ ରହିବ ତାହା କହି ହେବ ନାହିଁ। ଏହା ସବୁ ରାଜ୍ୟ ପାଇଁ ସତର୍କ ଘଣ୍ଟି। ପୁଣି ବିଶେଷମାନେ ଦେଶେ ତୃତୀୟ ଲହରର ଆଶଙ୍କା କରିଛନ୍ତି। ତେଣୁ ଆମକୁ ଏବେଠୁ ପ୍ରସ୍ତୁତି କରିବାକୁ ପଡିବ ବୋଲି ବିଜୟନ କହିଛନ୍ତି।

ବିଜୟନ ଏହି ଚିଠି ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ ପାଖକୁ ପଠାଇଛନ୍ତି। ବିଜୟନ ଏହି ଚିଠି ରାଜ୍ୟଗୁଡିକୁ ସେହି ସମୟରେ ଲେଖିଛନ୍ତି, ଯେଉଁ ସମୟରେ ସୁପ୍ରିମକୋର୍ଟ ଦେଶରେ ଟିକାର ଗୋଟିଏ ଦର ନିର୍ଦ୍ଧାରଣ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହି ଜାତୀୟ ବିପତ୍ତି ସମୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଭ୍ୟାକ୍ସିନର ଉତ୍ତମ ଯୋଗାଣ ସହ ରାଜ୍ୟ ଗୁଡିକ ସହ ଉତ୍ତମ ସମନ୍ଵୟ ରଖିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ ଟିକାର ଭିନ୍ନ ଭିନ୍ନ ରହିଛି। କୋଭିସିଲ୍ଡର ଦର ଗୋଟିଏ ଥିବା ବେଳେ କୋଭାକ୍ସିନର ଦର ଅଲଗା ରହିଛି। ଏବେ ଟିକାକରଣରେ ପି ଫାଇଜର ସାମିଲ ହୋଇଛି। ଏହି ରୁଷ ଟିକାର ଦାମ ମଧ୍ୟ ଭିନ୍ନ ରହିଛି। ଟିକା ନିର୍ମାତକାରୀ କମ୍ପାନୀ କେନ୍ଦ୍ରକୁ ଗୋଟିଏ ଦରରେ ଭ୍ୟାକ୍ସିନ ଦେଉଥିବା ବେଳେ ରାଜ୍ୟ ଏବଂ ଘରୋଇ ହସ୍ପିଟାଲ ପାଇଁ ଭିନ୍ନ ଭିନ୍ନ ଦାମ ଧାର୍ଯ୍ୟ କରୁଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଏକ ମାସରେ ରାଜ୍ୟ ଏକ କୋଟି ଡୋଜ୍ ଟିକା ପାଇଁ କେନ୍ଦ୍ରକୁ କହିଥିଲା। ହେଲେ ରାଜ୍ୟକୁ ଏ ପର୍ଯ୍ୟନ୍ତ ୮ ଲକ୍ଷ ୮୪ ହଜାର ଟିକା ମିଳିଛି। ଏମିତିରେ କେମିତି ଟିକାକରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଅଣ ଏନଡିଏ ରାଜ୍ୟ ସରକାର ଏକାଠି ମିଶି ଟିକାର ଗୋଟିଏ ଦର ରହିବା ଏବଂ ରାଜ୍ୟଗୁଡିକୁ ମାଗଣାରେ ବିତରଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

   Related Posts