Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଆଶ୍ୱସ୍ତି, ଦେବାଳିଆ ଘୋଷଣା ଲାଗି SBIଙ୍କ ଆବେଦନର ଶୁଣାଣି ସ୍ଥଗିତ

10/04/2020 at 2:34 PM

ଲଣ୍ଡନ :  ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ତାଙ୍କୁ ଦେବାଳିଆ ଘୋଷଣା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ଙ୍କ ନେତୃତ୍ୱରେ ବ୍ୟାଙ୍କ ସମୂହ କରିଥିବା ନିବେଦନର ଶୁଣାଣିକୁ କୋର୍ଟ ଅନୁନ୍ୟ ୬ ମାସ ପର୍ଯ୍ୟନ୍ତ ଟାଳିଦେଇଛନ୍ତି। ଯେ ପର୍ଯ୍ୟନ୍ତ ଭାରତୀୟ କୋର୍ଟରେ ମାଲ୍ୟାଙ୍କ ଆବେଦନର ଶୁଣାଣି ନ ସରିଛି ସେ ପର୍ଯ୍ୟନ୍ତ ବ୍ୟାଙ୍କମାନଙ୍କ ନିବେଦନର ଶୁଣାଣି ହେବ ନାହିଁ ବୋଲି ଲଣ୍ଡନସ୍ଥିତି ଚିଫ୍ ଇନସଲଭେନ୍ସୀ କମ୍ପାନୀ କୋର୍ଟଙ୍କ ନ୍ୟାୟାଧୀଶ ଜଷ୍ଟିସ୍ ମାଇକ୍ ବ୍ରିଗ୍ସ କହିଛନ୍ତି।  

ଗୁରୁବାର ହୋଇଥିବା ଶୁଣାଣିରେ ଜଷ୍ଟିସ୍ ବ୍ରିଗସ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବ୍ୟାଙ୍କମାନଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ଦେବାର କୌଣସି ଆବଶ୍ୟକତା  ନାହିଁ।  ତେବେ କୋର୍ଟଙ୍କ ଏପରି ନିଷ୍ପତ୍ତିରେ ବ୍ୟାଙ୍କମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି।  ପିଟିସନର ଶୁଣାଣି  ସଂଶୋଧନ ଓ ସମ୍ପୂର୍ଣ୍ଣ ଋଣ ପରିଷୋଧ ପର୍ଯ୍ୟନ୍ତ ସ୍ଥଗିତ ରହିବା ଦରକାର ବୋଲି କହିଛନ୍ତି ବିଚାରପତି ।

ଗତବର୍ଷ ଡିସେମ୍ବର ମାସରେ କୋର୍ଟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଉଭୟ ପକ୍ଷଙ୍କ ତର୍କ ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଏଥିରେ ବ୍ୟାଙ୍କମାନେ  ସେମାନଙ୍କର ବକେୟା ୧.୧୪୫ ବିଲିୟନ ପାଉଣ୍ଡ ଅସୁଲ ଲାଗି ମାଲ୍ୟାଙ୍କୁ ଦେବାଳିଆ ଘୋଷଣା ନିମନ୍ତେ ଲଣ୍ଡନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  

ତେବେ ଇନସଲଭେନ୍ସୀ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଭାରତରେ ମାଲ୍ୟାଙ୍କ ବିରୋଧରେ ଚାଲିଥିବା ମୋକଦ୍ଦମାର ରାୟ ଆସିପାରେ ବୋଲି ଜଜ୍ ଆଶାବ୍ୟକ୍ତ କରିଛନ୍ତି। କାରଣ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓ କର୍ଣ୍ଣାଟକ ଉଚ୍ଚ ନ୍ୟାୟଳୟରେ ମାଲ୍ୟାଙ୍କ ବିରୋଧରେ ଲମ୍ବିତ ମୋକଦ୍ଦମାର ସମାଧାନ ଆଶା କ୍ଷୀଣ ।  ଏଣୁ ଲଣ୍ଡନ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ହୁଏତ ଭାରତୀୟ କୋର୍ଟ ମାଲ୍ୟାଙ୍କ ମାମଲାର ତ୍ୱରିତ ସମାଧାନ କରିପାରନ୍ତି ବୋଲି ଆଶା କରାଯାଉଛି। 

   Related Posts