ଫୋର୍ବସର ତାଲିକାରେ ପ୍ରକାଶ ପାଇଲା କମ୍ ବୟସର ଧନୀ ବ୍ୟକ୍ତିଙ୍କ ନାଁ, ପ୍ରଥମ ସ୍ଥାନରେ ଅଛନ୍ତି ପେଟିଏମର ମାଲିକ ବିଜୟ ଶେଖର ଶର୍ମା…

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ୧୨|୧୦: ୨୦୧୯ ମସିହାର ସବୁଠାରୁ ଧନୀ ବ୍ୟକ୍ତିଙ୍କ ନାଁ ଫୋର୍ବସ ତାଲିକାରେ ପ୍ରକାଶ ପାଇଛି। ଏହି ତାଲିକାରେ ଏମିତି କିଛି ଧନୀ ବ୍ୟକ୍ତିଙ୍କ ନାଁ ରହିଛି ଯାହାଙ୍କ ବୟସ ୫୦ ବର୍ଷରୁ କମ୍‌ ହେବ। କମ୍‌ ବୟସରେ ସଫଳତାର ପାହାଚ ଗୋଟେ ପରେ ଗୋଟେ ଅତିକ୍ରମ କରିଥିବା ଏହି ଧନୀ  ବ୍ୟକ୍ତିଙ୍କ ସଂପର୍କରେ ଆସନ୍ତୁ ଜାଣିବ।

ସବୁଠାରୁ କମ୍‌ ବୟସରେ ଫୋର୍ବସର ଧନୀ ତାଲିକାରେ ପେଟିଏମର ସଂସ୍ଥାପକ ବିଜୟ ଶେଖର ଶର୍ମାଙ୍କ ନାଁ ରହିଛି। ଫୋର୍ବସର ସୂଚନା ମୁତାବକ ୪୧ ବର୍ଷ ବୟସ୍କ ବିଜୟ ଶଙ୍କରଙ୍କ ପାଖରେ ୨.୩୫ ବିଲିୟନ ଡଲାର ସମ୍ପତ୍ତି ରହିଛି। ଶୀର୍ଷ ୧୦୦ ଜଣଙ୍କ ମଧ୍ୟରୁ ବିଜୟଙ୍କ ନାଁ ୫୬ ତମ ସ୍ଥାନରେ ରହିଛି।

ଓବେରାୟ ରିଏଲିଟିର ମାଲିକ ବିକାଶ ଓବେରାୟଙ୍କ ନାଁ ଫୋର୍ବସର ତାଲିକାରେ ପ୍ରକାଶ ପାଇଛି। ୪୯ ବର୍ଷ ବୟସ୍କ ବିକାଶଙ୍କ ପାଖରେ ୨.୧୧ ବିଲିୟନ ଡଲାର ସମ୍ପତ୍ତି ରହିଛି। ଫୋର୍ବସର ତାଲିକାର ଶୀର୍ଷ ୧୦୦ ଜଣଙ୍କ ମଧ୍ୟରୁ ବିକାଶଙ୍କ ନାଁ ୬୩ ତମ ସ୍ଥାନରେ ରହିଛି।

ସେହିପରି ଟପ ୧୦୦ ଜଣଙ୍କ ମଧ୍ୟରୁ ଫୋର୍ବସର ତାଲିକାର ୭୨ ତମ ସ୍ଥାନରେ B BYJUS Learning App ସଂସ୍ଥାପକ ବାଇଜୁ ରବିନ୍ଦ୍ରଙ୍କ ନାଁ ରହିଛି। ତାଙ୍କ ପାଖରେ ୧.୯୧ ବିଲିୟନ ଡଲାର ସମ୍ପତ୍ତି ରହିଛି। ଫୋର୍ବସର ସୂଚନା ମୁତାବକ ତାଙ୍କ ବୟସ ମାତ୍ର ୩୮ ବର୍ଷ।

ସେହିପରି ମଣିପାଲ ଗ୍ରୁପ ସଂସ୍ଥାପକ ରଞ୍ଜନଙ୍କ ନାଁ ଫୋର୍ବସ ତାଲିକାର ୯୨ ତମ ସ୍ଥାନରେ ରହିଛି। ୪୬ ବର୍ଷ ବୟସ୍କ ରଞ୍ଜନଙ୍କ ପାଖରେ ୧.୫୮ ବିଲିୟନ ଡଲାର ସମ୍ପତ୍ତି ରହିଛି।

୯୪ ତମ ସ୍ଥାନରେ Directi ର ପାଉଣ୍ଡର ଭବିନ ଓ ଦିବ୍ୟାଙ୍କ ତୁରଖିୟାଙ୍କ ନାଁ ରହିଛି। ଏହି ଦୁଇଜଣଙ୍କ  ପାଖରେ ୧.୫୪ ବିଲିୟର ଡଲାର ସମ୍ପତ୍ତି ରହିଛି।

ଟପ୍‌ ୧୦୦ ଜଣଙ୍କ ମଧ୍ୟରୁ ୯୭ ସ୍ଥାନରେ ପତଞ୍ଜଳିର ଆଚାର୍ଯ୍ୟ ବାଲକୃଷ୍ଣଙ୍କ ନାଁ ରହିଛି। ତାଙ୍କ ପାଖରେ ୧.୪୭ ବିଲିୟନ ଡଲାର ସମ୍ପତ୍ତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.