Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା : ଧୱନ ଓ ଭୁବନେଶ୍ୱର କୁମାରଙ୍କ ପରେ ଏହି ଖେଳାଳି ମଧ୍ୟ ଟିମରୁ ଆଉଟ୍ !

20/06/2019 at 3:22 PM

ୱାର୍ଲଡକପ ମ୍ୟାଚରେ ଖେଳାଳିମାନେ ଆହତ ହେବ ପ୍ରକ୍ରିୟା ଜାରି ରହିଛି । ପ୍ରତ୍ୟେକ ମ୍ୟାଚରେ ଯେକେହି ଖେଳାଳି ଆହତ ହେଉଛନ୍ତି ଏବଂ ଏଥିପାଇଁ ତାଙ୍କୁ ଟିମରୁ ବାହାରିବାକୁ ପଡୁଛି ।  ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ମଧ୍ୟ ଟିମରୁ ବାହାରି ପାରନ୍ତି । ବୁଧବାର ଦିନ ବର୍ଷା ହେଉଥିବାବେଳେ ଭାରତୀୟ ଖେଳାଳି ଅଭ୍ୟାସ  ମ୍ୟାଚ ଖେଳୁଥିଲେ ।

ଅଭ୍ୟାସ ମ୍ୟାଚ ବେଳେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ହୋଇଥିଲା । ଆଘାତ ବେଶୀ ଗଭୀର ନହୋଇଥିଲେ ମଧ୍ୟ ଇଣ୍ଡିଆ ଟିମ ମନରେ ଏକ ଡର ରହିଛି । ଯଦି ବିଜୟ ଶଙ୍କର ପୁଣି ଟିମରୁ ବାହାରିଯିବେ ତାହେଲେ ତାଙ୍କ ବଦଳରେ ମ୍ୟାଚ କିଏ ଖେଳିବେ ସେନେଇ ଟିମ ଇଣ୍ଡିଆ ଚିନ୍ତାରେ ପଡିଯାଇଥିଲା । କିନ୍ତୁ ଡାକ୍ତର କହିଛନ୍ତି ତାଙ୍କୁ ଗଭୀର ଆଘାତ ହୋଇନାହିଁ ।

ଟିମ ଏବେ ଯାଏଁ କୌଣସି ମ୍ୟାଚ ହାରିନାହିଁ । ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ବିଜୟ ରଥରେ ସବାର ହୋଇଚାଲିଛି । ଶିଖର ଧୱନ ଟିମରୁ ବାହାରିବା ପରେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଥିଲା । ଧୱନ ଆଙ୍ଗୁଠି ଫ୍ରାକଚର ହୋଇଥିବା ଯେଗୁଁ ସେ ଟିମରୁ ବାହାରି ଯାଇଛନ୍ତି । ଶିଖର ଧୱନଙ୍କ ଜାଗାରେ ଋଷଭ ପନ୍ଥ ଖେଳୁଛନ୍ତି ।

ଅପରପକ୍ଷରେ ବୋଲର ଭୁବନେୱର କୁମାର ମଧ୍ୟ ଆହତ ଯୋଗଁ ଟିମରୁ ବାହାରି ଯାଇଛନ୍ତି । ସେ ଆଗାମୀ କେତୋଟି ମ୍ୟାଚ ଖେଳି ପାରିବେନାହିଁ । ଶନିବାର ଦିନ ଆଫଗାନିସ୍ତାନ ବିପକ୍ଷରେ ଭାରତ ଖେଳିବ ।

ବିଶ୍ୱକପରେ ପ୍ରଥମ ବଲରେ ୱିକେଟ ନେଇଥିବା ସେ ପ୍ରଥମ ଭାରତୀୟ ଖେଳାଳି । ୪୪ ବର୍ଷର ଇତିହାସରେ ପ୍ରଥମ ବଲରେ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ତୃତୀୟ ବୋଲର ।

   Related Posts