Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇତିହାସ ରଚିଲେ ବିଜୟ ଶଙ୍କର : ବିଶ୍ୱକପର ୪୪ ବର୍ଷର ଇତିହାସ ଏହିଭଳି କରିଥିବା ସେ ପ୍ରଥମ ଭାରତୀୟ

17/06/2019 at 9:02 AM

ଭାରତୀୟ କ୍ରିକେଟ ଦଳର ଅଲ ରାଉଣ୍ଡର ଖେଳାଳି ବିଜୟ ଶଙ୍କର ବିଶ୍ୱକପ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଇତିହାସ ରଚିଛନ୍ତି । ପାକିସ୍ତାନ ବିପକ୍ଷରେ ବିଶ୍ୱକପର ୨୨ ମୁକାବିଲାରେ ବିଜୟ ଇତିହାସ ରଚିଛନ୍ତି । ବିଶ୍ୱକପରେ ପ୍ରଥମ ବଲରେ ୱିକେଟ ନେଇଥିବା ସେ ପ୍ରଥମ ଭାରତୀୟ ଖେଳାଳି । ୪୪ ବର୍ଷର ଇତିହାସରେ ପ୍ରଥମ ବଲରେ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ତୃତୀୟ ବୋଲର ।

ପାକିସ୍ତାନର ଇନିଂସ ବେଳେ ୫ ଓଭରରେ ବୋଲିଂ କରିବାକୁ ଆସିଥିବା ବିଜୟ ଶଙ୍କର ଇମାମି ଉଲ ହକଙ୍କୁ ପ୍ରଥମ ବଲରେ ଆଉଟ କରିଦେଇଥିଲେ । ବ୍ୟାଟିଂରେ ସେ ୧୫ ବଲରେ ୧୫ ରନ କରିଛନ୍ତି ।

   Related Posts