ମୁଥୟା ମୁରଲିଧରନଙ୍କ ବାୟୋପିକ୍‌ରୁ ଓହରିଲେ ଅଭିନେତା ବିଜୟ ସେତୁପତି, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | October 19, 2020 IST

ଚେନ୍ନାଇ, ୧୯|୧୦:    ଶ୍ରୀଲଙ୍କାର ମହାନ ବୋଲର ମୁଥୟା ମୁରଲିଧରନଙ୍କ ଉପରେ ନିର୍ମିତ ବାୟୋପିକ ୮୦୦କୁ ନେଇ ବିବାଦ ଜାରି ରହିଛି । ଏହାମଧ୍ୟରେ ବାୟୋପିକର ଅଭିନେତା ତଥା ମୁରଲିଧରନଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ବିଜୟ ସେତୁପତି ଚଳଚ୍ଚିତ୍ରରୁ ଓହରି ଯାଇଛନ୍ତି ।

ଯେବେଠାରୁ ଏହି ଫିଲ୍ମ ବାବଦରେ ଘୋଷଣା ହୋଇଛି ସେବେଠୁ ତାମିଲନାଡୁରେ ରାଜନୀତି ସରଗରମ ହୋଇ ଉଠିଛି । ଏହାସହ ବିଜୟ ସେତୁପତିଙ୍କୁ ଲଗାତର ଭାବେ ବିରୋଧ ମଧ୍ୟ କରାଯାଉଛି । ଅନେକ ରାଜନେତା ବିଜୟଙ୍କୁ ଏହି ଫିଲ୍ମରୁ ଓହରିବାକୁ କହିଥିଲେ । ଏହାପରେ ବିଜୟ ଚଳଚ୍ଚିତ୍ରରୁ ଓହରି ଯାଇଛନ୍ତି ।

ତେବେ ଏହି ନିଷ୍ପତ୍ତି ବିଜୟ ନୁହେଁ, ମୁରଲିଧରନ ନେଇଛନ୍ତି । ମୁରଲିଧରନ ଏକ ପ୍ରେସ ରିଲିଜ ଜାରି କରି ଫିଲ୍ମରୁ ଓହରି ଯିବାକୁ ବିଜୟଙ୍କୁ ଅନୁରୋଧ କରିଥିଲେ । ତାଙ୍କ ପାଇଁ କାହାର କ୍ଷତି ହେଉ ବୋଲି ମୁରଲିଧରନ ଚାହିଁ ନଥିଲେ । ସୋସିଆଲ ମିଡିଆରେ ମଧ୍ୟ ଲଗାତର ଭାବେ ମୁରଲିଧରନଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏପରି ପରିସ୍ଥିତିକୁ ଦେଖି ବିଜୟ ଫିଲ୍ମଠୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ ।

wp:html /wp:html

ଏହାକୁ ନେଇ ମୁଥୟା ମୁରଲିଧରନ ନିଜ ପ୍ରେସ ରିଲିଜରେ ଲେଖିଛନ୍ତି ଯେ, ବିଜୟ ଅନେକ ଚାପର ସମ୍ମୁଖୀନ ହେଉଛନ୍ତି । କିଛି ଲୋକ ଫିଲ୍ମ ତିଆରି ହେବା ଚାହୁଁନାହାଁନ୍ତି । ବିଜୟଙ୍କ ଭଳି ଜଣେ ମହାନ କଳାକାର ଏପରି ସମସ୍ୟାର ସାମ୍ନା କରିବା ସେ ଚାହାଁନ୍ତି ନାହିଁ । ତେଣୁ ସେ ବିଜୟଙ୍କୁ ବାୟୋପିକରୁ ବାହାରି ଯିବାକୁ ଅନୁରୋଧ କରିଛନ୍ତି । ଏହାସହ ମୁରଲିଧରନ ଜୀବନରେ ଅନେକ ଝଡଝଞ୍ଜାର ସାମ୍ନା କରିଛନ୍ତି । ଏତେ ସବୁର ସାମ୍ନା କରିବା ପରେ ସେ ସଫଳତା ପାଇଥିବା ସେ କହିଛନ୍ତି । ତ ଏହି ଫିଲ୍ମ ଲୋକଙ୍କ ନିକଟରେ ଯେମିତି ବି ହେଉ ପହଁଚିବ ବୋଲି ମୁଥୟା କହିଛନ୍ତି ।

ଏତତ୍ ବ୍ୟତୀତ ବିଜୟ ମଧ୍ୟ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଫିଲ୍ମରେ କାମ କରିବାର ମନ ଛାଡି ଯାଇଥିବା ସେ ଟ୍ୱିଟରରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.