Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିମାନ ବନ୍ଦରରେ ଅଭିନେତା ବିଜୟଙ୍କ ଉପରେ ହଠାତ୍ ଆକ୍ରମଣ କରିଦେଲେ ବ୍ୟକ୍ତି, ଭାଇରାଲ୍ ହେଉଛି ଭିଡିଓ…

4/11/2021 at 12:12 PM

ମୁମ୍ବାଇ ୦୪/୧୧: ଲୋକପ୍ରିୟ ତାମିଲ ଅଭିନେତା ବିଜୟ ସେତୁପତିଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରେ ଜଣେ ଅଜଣା ବ୍ୟକ୍ତି ଆକ୍ରମଣ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବିଜୟ ବିମାନବନ୍ଦରରୁ ବାହାରୁଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ପଛରୁ ଆକ୍ରମଣ କରିଛନ୍ତି। ବିମାନବନ୍ଦରରେ ହୋଇଥିବା ଏହି ଆକସ୍ମିକ ଆକ୍ରମଣରେ ବିଜୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓ ଦେଖି ଜଣାପଡୁଛି ଯେ ବିଜୟଙ୍କ ସହ ଆସିଥିବା ତାଙ୍କ ସହକାରୀଙ୍କ ଉପରେ ବ୍ୟକ୍ତି ଜଣଙ୍କ ପ୍ରତିଶୋଧ ନେବାକୁ ଚାହୁଁଥିଲେ। କିନ୍ତୁ ବିମାନବନ୍ଦର ସୁରକ୍ଷା କର୍ମୀ ତାଙ୍କୁ ଏପରି କରିବାକୁ ଅଟକାଇଥିଲେ।

ଏହି ଆକ୍ରମଣର ଭିଡିଓ ପୋଷ୍ଟ କରିଥିବା ସାମ୍ବାଦିକଙ୍କୁ ଜଣେ ଟ୍ୱିଟର ୟୁଜର୍ ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଗତକାଲି ରାତିରେ KIAL ରେ ଏହି ଘଟଣା ଘଟିଛି। ବିଜୟଙ୍କ ସହକାରୀ ଏବଂ ଅନ୍ୟ ଜଣେ ମଦ୍ୟପ ଯାତ୍ରୀଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରେ ଯାତ୍ରୀ ବିଜୟଙ୍କ ସହାୟକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ପରେ ଯାତ୍ରୀ କ୍ଷମା ମାଗିବା ପରେ ଏହି ସମସ୍ୟାର ସମାଧାନ ହୋଇଥିଲା।

   Related Posts