Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

୨୫ ପ୍ରତିଶତ କମିଲା ସ୍କୁଲ ଫି, ଟ୍ରାନ୍ସପୋର୍ଟ ଓ କମ୍ପ୍ୟୁଟର ଫି ଆଦାୟ କରିବା ଉପରେ ଲାଗିଲା ରୋକ୍

30/09/2020 at 8:19 PM

ଅହମ୍ମଦାବାଦ ୩୦।୦୯: କରୋନା ମହାମାରୀ ମଧ୍ୟରେ ଗୁଜରାଟ ସରକାର ଆଜି ବୁଧବାର ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ସ୍କୁଲ ଫି ୨୫ ପ୍ରତିଶତ ହ୍ରାସ କରିଛନ୍ତି। ଗୁଜରାଟରେ କରୋନା ପ୍ରକୋପ ସମୟରେ ଅନଲାଇନରେ ସ୍କୁଲ ପାଠପଢାକୁ ନେଇ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ଅଧିକ ଫି ଆଦାୟ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଗୁଜରାଟ ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଅଭିଭାବକଙ୍କ ଅନୁରୋଧ ଉପରେ ବିଚାର କରିବା ପରେ ଗୁଜରାଟ ସରକାରର ଶିକ୍ଷା ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡାସମା ଘୋଷଣା କରିଛନ୍ତି ଯେ ସ୍କୁଲ ଫିରେ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହି ନିଷ୍ପତ୍ତି ଅଭିଭାବକ ଏବଂ ସ୍କୁଲ ପ୍ରବନ୍ଧକଙ୍କ ସହିତ ଆଲୋଚନା ପରେ ନିଆଯାଇଛି।

ଏହା ସହିତ ଶିକ୍ଷା ବିଭାଗ ସ୍କୁଲର ଏଜୁକେସନ ଫିରେ ୨୫ ପ୍ରତିଶତ ହ୍ରାସ କରି ସ୍କୁଲଗୁଡିକୁ ସ୍କୁଲ ପିଲାଙ୍କଠୁ କ୍ୟାଣ୍ଟିନ୍ ଫି, ଟ୍ରାନ୍ସପୋଟେସନ ଫି, ସ୍ପୋର୍ଟ୍ସ ଫି ଓ କମ୍ପ୍ୟୁଟର କ୍ଲାସର ଫି ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାର ଏହି ନିଷ୍ପତ୍ତି ନା କେବଳ ସରକାରୀ ସ୍କୁଲ ବରଂ ଗୁଜରାଟର ସମସ୍ତ ଘରୋଇ ସ୍କୁଲ, ସେଣ୍ଟ୍ରାଲ ବୋର୍ଡର ସ୍କୁଲ ଓ ଇଣ୍ଟରନ୍ୟାସନାଲ ବୋର୍ଡର ସ୍କୁଲ ପାଇଁ ମଧ୍ୟ ଲାଗୁ କରାଯାଇଛି। ଶିକ୍ଷା ବିଭାଗ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେଉଁ ଅଭିଭାବକଙ୍କଠୁ ସଂପୂର୍ଣ୍ଣ ଫି ଆଦାୟ କରାଯାଇଛି, ସ୍କୁଲଗୁଡିକୁ ସେହି ଫି ଫେରାଇବାକୁ ପଡିବ।

କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଅଭିଭାବକ ୫୦ ପ୍ରତିଶତ ସ୍କୁଲ ଫି ଛାଡ ହେବ ବୋଲି ଆଶା ରଖିଥିଲେ। ମାତ୍ର ଗୁଜରାଟ ସରକାରଙ୍କ ନିଷ୍ପତ୍ତିରେ ଅଭିଭାବକ ନିରାଶ ହୋଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅଭିଭାବକଙ୍କ ପାଇଁ ଲଲିପପ୍ ବୋଲି ସେମାନେ କହିଛନ୍ତି।

   Related Posts