Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଭଙ୍ଗା ଯାଉଛି ବିଜୟ ମାଲ୍ୟାଙ୍କ ପ୍ରାଇଭେଟ ଜେଟ

8/03/2019 at 2:45 PM

ଦିଲ୍ଲୀ ୮/୩ : ଭାରତର ଅନେକ ବ୍ୟାଙ୍କର ଟଙ୍କା ଲୁଟି ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରାଇଭେଟ ବିମାନ ଏ-୩୧୯ ଭଙ୍ଗା ଯାଉଛି | ଏହାକୁ ମୁମ୍ବାଇର ଏୟାର ଇଣ୍ଡିଆ ହ୍ୟାଙ୍ଗରରେ ଭଙ୍ଗା ଯାଉଛି | ବିଜୟ ମାଲ୍ୟା ବିଦେଶକୁ ଯିବା ପରେ ଏହି ବିମାନ ନିଲାମ କରାଯାଇଥିଲା |

ଏହି ବିମାନକୁ ୩୪ କୋଟି ଟଙ୍କାରେ ଫ୍ଲୋରିଡ଼ାର ଏଭିଏସନ ମେନେଜମେଣ୍ଟ ସେଲ୍ସ କମ୍ପାନୀ କିଣିଥିଲେ | ଆଜି ବିମାନକୁ ଡିସମେଣ୍ଟାଲ କରାଯାଉଛି | ଡିସମେଣ୍ଟାଲ କରାଯିବା ପରେ ବିମାନର ଅଂଶଗୁଡିକୁ ଫ୍ଲୋରିଡ଼ା ପଠାଇ ଦିଆଯିବ | ଏଥିପାଇଁ ଆମେରିକା କମ୍ପାନୀ ହିଁ ଏୟାର ଇଣ୍ଡିଆକୁ ବିମାନକୁ ଭାଙ୍ଗି ପଠାଇ ଦେବ ପାଇଁ କହିଥିଲା |


ସୂଚନାଯୋଗ୍ୟ ଯେ, ବିଜୟ ମାଲ୍ୟା ବିଦେଶ ପଳାୟନ କରିବା ପରେ ସର୍ଭିସ ଟ୍ୟାକ୍ସ ଅଥରିଟି ଏହି ବିମାନକୁ ଜବତ କରିଥିଲା | ଏହାପରେ ବିମାନକୁ ନିଲାମ କରାଯାଇଥିଲା | ବ୍ୟାଙ୍କର ୯ ହଜାର କୋଟି ଟଙ୍କା ଛଡା ମାଲ୍ୟା ଉପରେ ୮୦୦ କୋଟି ଟଙ୍କାର ସର୍ଭିସ ଟ୍ୟାକ୍ସ ମଧ୍ୟ ବାକି ଅଛି |

୩ ଥର ନିଲାମୀ ପରେ ମଧ୍ୟ ଏହି ବିମାନରେ କେହି ଟଙ୍କା ଲଗାଇନଥିଲେ | ଶେଷରେ ଫ୍ଲୋରିଡ଼ାର ଏଭିଏସନ ମେନେଜମେଣ୍ଟ ସେଲ୍ସ କମ୍ପାନୀ ଏହି ବିମାନକୁ କିଣିଥିଲେ |


ବିଜୟ ମାଲ୍ୟାର ବିମାନ ନିଲାମ କରି ଭଙ୍ଗା ଯିବା ଘଟଣା ଏହା ପ୍ରଥମ ନୁହେଁ | ଏହା ପୂର୍ବରୁ ବିଜୟ ମାଲ୍ୟାର ଜେଟ ନିଲାମ କରି ଭଙ୍ଗା ଯାଇଥିଲା | ସେହି ଜେଟ ବିଜୟ ମାଲ୍ୟାର ଷ୍ଟାଇଲ ଷ୍ଟେଟମେଣ୍ଟ ଥିଲା | ସେହି ଜେଟ ଭିତରେ ବାରଠୁ ଆରମ୍ଭ କରି ସବୁ ପ୍ରକାର ଲାକଜରୀ ସୁବିଧା ଉପଲବ୍ଧ ଥିଲା |

   Related Posts