Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାଲ୍ୟାଙ୍କ ସେୟାର ବିକି ବ୍ୟାଙ୍କ୍ ଫେରି ପାଇଲେ ୭୧୮୨ କୋଟି ଟଙ୍କା, ‘କିଙ୍ଗ୍ ଅଫ୍ ଗୁଡ୍ ଟାଇମ୍ସ’ଙ୍କ ବିରୋଧରେ ୯୦୦୦ କୋଟି ଟଙ୍କାର ରହିଥିଲା ଋଣ ବକେୟା

24/06/2021 at 1:51 PM

ନୂଆଦିଲ୍ଲୀ,୨୪/୦୬: ପଳାତକ  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ବଢିଲା ଅଡୁଆ । ଭାରତୀୟ ବ୍ୟାଙ୍କମାନେ ମାଲ୍ୟାଙ୍କ ବିଭିନ୍ନ ସମ୍ପତି ନିଲାମ କରି ପ୍ରାୟ ୭୧.୮୨ ବିଲିୟନ ଟଙ୍କା(୭୧୮୨ କୋଟି ଟଙ୍କା) ବା ୯୬୭ ମିଲିୟନ ଡଲାର ଆଦାୟ କରିସାରିଛନ୍ତି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ବା ଇଡିରୁ ତଥ୍ୟ ମିଳିଛି ।

ସୂଚନା ଅନୁସାର, ଇଡି ବିଜୟ ମାଲ୍ୟାଙ୍କ ବିଭିନ୍ନ ସମ୍ପତ୍ତି ଜବତ କରିଛି । ଠକାମିର ଶିକାର ଅନେକ ବ୍ୟାଙ୍କ ଅଭିଯୋଗ କରିବା ପରେ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବୁଧବାର ୟୁନାଇଟେଡ୍ ବ୍ରିଓ୍ୱେରିଜରେ ଥିବା ମାଲ୍ୟାଙ୍କ ୫୮.୨୫ ବିଲିୟନ(୫୮୨୫ କୋଟି ) ଟଙ୍କାର ସମ୍ପତ୍ତି ବିକ୍ରି କରାଯାଇଥିଲା । ସେହିପରି ୨୦୧୯ରେ ମଧ୍ୟ ୧୩.୫୭ ବିଲିୟନ ବା(୧୩୫୭ କୋଟି) ଟଙ୍କା ଆଦାୟ କରାଯାଇଥିଲା । ଆଉ ବଳକା ଥିବା ୮ ବିଲିୟନ(୮୦୦ କୋଟି) ଟଙ୍କାର ସେୟାର ୨ ଦିନ ମଧ୍ୟରେ ବିକ୍ରି କରାଯିବ ।

ସୂଚନାଯାଗ୍ୟ, ବିଜୟ ମାଲ୍ୟା ଏପ୍ରିଲ ୨୦୧୭ରେ ଲଣ୍ଡନରେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ୧୭ଟି ବ୍ୟାଙ୍କ ଠକାମିର ଅଭିଯୋଗ ଆଣିଥିଲେ । ମାଲ୍ୟାଙ୍କ ବିରୋଧରେ ୯୧ ବିଲିୟନ ଟଙ୍କାର ୯୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ଏପରିକି ସେ ଲୋନ୍ ନେଇ ନସୁଝି ଦେଶ ଛାଡି ଫେରାର ହୋଇଯାଇଥିଲେ । ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କ ଅନେକ ସମ୍ପତ୍ତି ଜବତ କରିଥିଲା । କେବଳ ମାଲ୍ୟା ନୁହେଁ ଆଉ ୨ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଓ ମେହୁଲ ଚୋକସୀଙ୍କ ସମ୍ପତ୍ତି ମଧ୍ୟ ଇଡି ଜବତ କରିଥିଲା ।

ଇଡି ଏହି ୩ ପଳାତକଙ୍କଠାରୁ ପ୍ରାୟ ୧୮୧.୭ ବିଲିୟନ ବା ୧୮,୧୭୦.୦୨ କୋଟି ଟଙ୍କା ଆଦାୟ କରିସାରିଛି । ଯାହା ମୋଟ୍ କ୍ଷତିର ୮୦ ପ୍ରତିଶତ ଅଟେ ।

   Related Posts