ନୂଆଦିଲ୍ଲୀ ୫।୧୦: ସୁପ୍ରିମକୋର୍ଟ ଅବମାନନା ମାମଲାରେ ଦୋଷୀ ବିଜୟ ମାଲ୍ୟା ଦଣ୍ଡ ଶୁଣାଣି ନିମନ୍ତେ ସୋମବାର କୋର୍ଟରେ ହାଜର ହୋଇନାହାନ୍ତି। ଏଥିରେ ମାମଲାର ଶୁଣାଣି କରୁଥିବା ଜଜ୍ମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ବ୍ରିଟେନ ନ୍ୟାୟାଳୟରେ ପ୍ରତ୍ୟାର୍ପଣ କେସ୍ ହାରି ସାରିଥିବା ମାଲ୍ୟା ଏପର୍ଯ୍ୟନ୍ତ ସେଠାରେ କିପରି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ତେବେ ଦୋଷୀଙ୍କ ଓକିଲ ପ୍ରଶ୍ନର ସଠିକ ଉତ୍ତର ଦେଇ ନପାରିବାରୁ ଜଜ୍ ତାଙ୍କୁ ବିରକ୍ତ ହେବା ସହ ଦଣ୍ଡ ଶୁଣାଣିକୁ ନଭେମ୍ବର ୨ତାରିଖକୁ ଟାଳିଦେଇଛନ୍ତି।
{"id":339060,"sizeSlug":"large"}ବ୍ୟାଙ୍କମାନଙ୍କର ହଜାର ହଜାର କୋଟି ଟଙ୍କା ଋଣ ନେଇ ଫେରାର ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ସମ୍ପତ୍ତିର ସଠିକ ବିବରଣୀ ଦେବାକୁ କହିଥିଲେ। ତେବେ କୋର୍ଟଙ୍କୁ ସେ ଏହାର ସଠିକ ବିବରଣୀ ପ୍ରଦାନ କରିନଥିବା ବେଳେ ପରିବାର ଲୋକଙ୍କ ନାମରେ ବେଆଇନ ଭାବେ ବିଦେଶୀ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏ ନେଇ ମାଲ୍ୟା ଆବେଦନ କରିଥିବା ରିଭ୍ୟୁ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ବେଳେ ଦଣ୍ଡଶୁଣାଣି ଲାଗି ଅକ୍ଟୋବର ୫ ତାରିଖରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
{"id":339062,"width":579,"height":337,"sizeSlug":"large"}ଏଥିଲାଗି କୋର୍ଟ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ନିର୍ଦ୍ଦେଶ ଜାରି କରି ମାଲ୍ୟାଙ୍କ ୫ ଅକ୍ଟୋବର ହାଜିର ସୁନିଶ୍ଚିତ କରିବାକୁ ମଧ୍ୟ କହିଥିଲେ। ଏହା ସତ୍ତ୍ୱେ ମାଲ୍ୟା ସୋମବାର କୋର୍ଟରେ ହାଜର ହୋଇପାରିନାହାନ୍ତି। ସେପଟେ ଶୁଣାଣି ଆରମ୍ଭରେ ସରକାରୀ ଓକିଲ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ଲାଗି ଗୁପ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା କୋର୍ଟଙ୍କୁ ସୂଚୀତ କରିଥିଲେ। ଏଥିରେ ଆମେ ପକ୍ଷ ନଥିବାରୁ ଏହି ପ୍ରକ୍ରିୟା କେତେସମୟ ପର୍ଯ୍ୟନ୍ତ ଜାରି ରହିବ ତାହା ଜଣାନଥିବା କୋର୍ଟଙ୍କୁ ଜଣାଇଛନ୍ତି। ସେହିପରି ମାଲ୍ୟାଙ୍କ ଓକିଲ ଅଙ୍କୁର ସହଗଲଙ୍କୁ କୋର୍ଟ ଏ ନେଇ ପଚାରିବାରୁ ସେ ମଧ୍ୟ ଏ ବାବଦରେ ଅଜ୍ଞ ବୋଲି କହିଥିଲେ। ଏଥିରେ ଜଜ୍ ଅସନ୍ତୋଷ ପ୍ରକାଶ କରିବା ସହ ୨ ନଭେମ୍ବର ଅପରାହ୍ନ ୨ଟା ବେଳେ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କହିଛନ୍ତି।