Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଯାଇ ବିଜୟ ମାଲ୍ୟା ହଟହଟା : ଷ୍ଟାଡିୟମ ବାହାରେ ଲୋକଙ୍କ ‘ମାଲ୍ୟା ଚୋର୍ ହୈ’ ନାରା

10/06/2019 at 2:36 PM

ଭାରତୀୟ ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ନେଇ ଲଣ୍ଡନ ଚମ୍ପଟ ମାରିଥିବା ବିଜୟ ମାଲ୍ୟା ଅପମାନିତ । କ୍ରିକେଟ ନିଶା ଯୋଗୁଁ ସର୍ବସାଧାରଣରେ ମାଲ୍ୟାଙ୍କ ବେଶ ହଟହଟା ହେବାକୁ ପଡ଼ିଛି । ଗତକାଲି ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଦେଖି ଷ୍ଟାଡିୟମ ବାହାରକୁ ଆସିବା ପରେ, ମାଲ୍ୟା କେମିତି ହୁଟିଂର ଶିକାର ହୋଇଥିଲା..କେମିତି ଚୋର, ଚୋର ନିନ୍ଦା ମୁଣ୍ଡାଇଥିଲା ।

ମଦସମ୍ରାଟ ବିଜୟ ମାଲ୍ୟାଙ୍କ ଠାରୁ ୯ଶହ କୋଟି ଟଙ୍କା ଋଣ ଅସୁଲ ପାଇଁ ଏବେ ବ୍ୟାଙ୍କ ଗୁଡିକ ସଂଘର୍ଷ କରୁଛନ୍ତି । କିନ୍ତୁ ମାଲ୍ୟା ପୁରା ବେଫିକର ବିନ୍ଦାସ ହୋଇ ବୁଲୁଛନ୍ତି । ଟିକେ ବି ଫରକ୍ ପଡୁନି । ପାର୍ଟି ହେଉ ଅବା ଅନ୍ୟ କୌଣସି ଉତ୍ସବ, ସବୁଠି ପହଞ୍ଚି ବେଶ୍ ଆରାମରେ ଉପଭୋଗ କରୁଛନ୍ତି । ଆଉ ଏବେ ଏକଦମ୍ ବେଫିକର ହୋଇ ଲଣ୍ଡନରେ କ୍ରିକେଟ ଦେଖୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଯେତେବେଳେ ଷ୍ଟାଡିୟମ ବାହାରେ ସାଧାରଣ ଲୋକଙ୍କ ଗହଣରେ ପହଞ୍ଚିଲେ, ସେଠି ଲୋକ କହିଲେ ମାଲ୍ୟା ଚୋର୍ ହୈ….

ଭାରତର ଭଗୋଡା… ୱାଣ୍ଟେଡ୍ ଟାଇକନ୍ ବିଜୟ ମାଲ୍ୟା… ୯ ହଜାର କୋଟି ବ୍ୟାଙ୍କ ଠକେଇ ଅଭିଯୋଗରେ ମାଲ୍ୟାଙ୍କୁ ଖୋଜୁଛି ସିବିଆଇ । ହେଲେ ବ୍ୟାଙ୍କକୁ ଚିତାକାଟି ଏବେ ବେଫିକର ବିନ୍ଦାସ୍ ହୋଇ ବୁଲୁଛନ୍ତି ମାଲ୍ୟା । ପାର୍ଟି ହେଉ ଅବା ଅନ୍ୟ କୌଣସି ଉତ୍ସବ, ମାଲ୍ୟା ସବୁଠି ପହଞ୍ଚି ମନଭରି ଉପଭୋଗ କରୁଛନ୍ତି । ଏଇ ଦେଖୁନାହାନ୍ତି ଏବେ କେମିତି ଲଣ୍ଡନରେ ପହଞ୍ଚିଥିଲେ ଇଣ୍ଡିଆ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ…ତେବେ ପୁଅ ସିଡ୍ ସହ ଷ୍ଟାଡିୟମରେ ବସି ମ୍ୟାଚ୍ ତ ଉପଭୋଗ କଲେ । ହେଲେ ଯେତେବେଳେ ବାହାରକୁ ବାହାରିଲେ କଣ ହେଲା, ଦେଖନ୍ତୁ… । ଲଣ୍ଡନ ଓବାଲ ଷ୍ଟାଡିୟମରେ ମ୍ୟାଚ୍ ଦେଖି ବାହାରିବା ମାତ୍ରେ ଲୋକେ ମାଲ୍ୟାଙ୍କୁ ଦେଖି ହୁଟିଙ୍ଗ ଆରମ୍ଭ କରିଦେଇଥିଲେ । ଦେଖୋ ଦେଖୋ ଚୋର ଆୟା କହି ଚିଲେଇବା ଆରମ୍ଭ କରିଥିଲେ । …

ଆଖିରେ ଚଷମା, ଦେହରେ ସୁବ୍ ବୁଟ୍ ପିନ୍ଧି ପୂରା ଶାନୋ ସକତ୍‌ରେ ଆସିଥିଲେ ମ୍ୟାଚ୍ ଦେଖିବାକୁ । କିନ୍ତୁ ଇଣ୍ଡିଆନ୍ ଫ୍ୟାନ୍ସ ମାଲ୍ୟାଙ୍କୁ ଦେଖିବା ମାତ୍ରେ ଚୋର ଚୋର କହି ନାରା ଲଗାଇବା ଆରମ୍ଭ କରିଥିଲେ । ସୁରକ୍ଷା ଘେରରେ ଭାରୀୟ ପ୍ରଶଂସକଙ୍କ ଗହଣରେ ଥିବା ମାଲ୍ୟା ଭାବୁଥିଲେ ଯେ, ଲୋକ ତାଙ୍କୁ ଖୁସି ହବୋ ସହ ଗୋଟେ ଗୋଟେ ସେଲଫି ନେବାପାଇଁ ପାଗଳ ହେବେ । ହେଲେ ଯାହା ଘଟିଲା, ସେ କେବେ ବି ସ୍ବପ୍ନରେ ଭାବିନଥିଲେ । ପ୍ରାୟ ୧୦ ମିନିଟ୍ ଧରି ଷ୍ଟାଡିୟମ ବାହାରେ ଏହିଭଳି ମାଲ୍ୟାଙ୍କ ହୁଟିଙ୍ଗ କରୁଥିଲେ ଲୋକେ । ହେଲେ ମାଲ୍ୟା ଖୁବ୍ ଧୈର୍ଯ୍ୟର ସହିତ ସବୁ ଶୁଣି ଚୁପଚାପ୍ ସେହିଠାରେ ଛିଡା ହୋଇଥିଲେ । ଆଗରେ ପଛରେ ସବୁଠି କେବଳ ସେଇ ଗୋଟିଏ ନାରା ଶୁଭୁଥିଲା, ମାଲ୍ୟା ଚୋର ହୈ…ନିଜ କାର୍ ପର୍ଯ୍ୟନ୍ତ ପହଞ୍ଚିବା ଯାଏଁ, ମାଲ୍ୟାଙ୍କର ଏମିତି ହୁଟିଙ୍ଗ କରିଥିଲେ ଲୋକେ ।

ଏହି ନାରାବଜୀ ଭିତରେ କେହି କେହି ତ ପଇସା ବି ମାଗୁଥିଲେ । ତଥାପି ଚୁପ୍ ହୋଇ ରହିଥିଲେ ମାଲ୍ୟା । ଆଉ ଯେତେବେଳେ ପ୍ରତିକ୍ରିୟା ରଖିବାକୁ ଦିଆଗଲା, ସେତେବେଳେ ମାଲ୍ୟା କହିଥିଲେ ଯେ, ମୁଁ କେବଳ ଖେଳ ଦେଖିବାକୁ ଆସିଛି ବୋଲି କହି ଚାଲିଯାଇଥିଲେ । ଠକେଇ କରି ସନା ଆଜି ଚୋରର ନାରାବାଜୀ ତାଙ୍କୁ ଏଭଳି ସ୍ଥିତିର ସାମ୍ନା କରାଇଲା, ହେଲେ କ୍ରିକେଟକୁ ଭଲପାଉଥିବା ମାଲ୍ୟା ଆଜି ନିଜକୁ ରୋକି ପାରିନଥିଲେ । ଲଣ୍ଡନରେ ଖେଳ ହେଉଥିବାରୁ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ତେଣୁ କାହାକୁ ଖାତିର ନକରି କାହାକୁ ପରବାହ ନକରି ପୂରା ବେଫିକର, ବିନ୍ଦାସ ହୋଇ ଖେଳ ଦେଖି ଫେରିଥିଲେ । ତେବେ ଏଠି ତ କେବଳ ଷ୍ଟାଡିୟମ ବାହାରେ ତାଙ୍କୁ ହୁଟିଙ୍ଗ କରାଯାଇଥିଲା । ହେଲେ ପୁଅ ସିଡ୍ ସହ ଖେଳ ଦେଖୁଥିବା ଫଟୋ ପୋଷ୍ଟ ପରେ ସାଂଘାତିକ ଟ୍ରୋଲ ହୋଇଛି ।

ତେବେ ଇତିମଧ୍ୟରେ ମାଲ୍ୟା ପଳାତକ ବୋଲି ଘୋଷଣା ହୋଇଥିବା ବେଳେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଆବେଦନ ହୋଇଥିବା ବେଳେ ଏଥିପାଇଁ ଲଣ୍ଡନ କୋର୍ଟରେ ଏବେ ଶୁଣାଣି ଜାରି ରହିଛି ।       

   Related Posts