Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ସୁପ୍ରିମକୋର୍ଟ ଫାଇଲରୁ ବିଜୟ ମାଲ୍ୟାଙ୍କ ଜରୁରୀ ଦସ୍ତାବିଜ ଗାୟବ : ପୁନର୍ବିଚାର ଆବେଦନ ଶୁଣାଣି ସ୍ଥଗିତ

6/08/2020 at 12:38 PM

ନୂଆଦିଲ୍ଲୀ ୦୬/୦୮ : ସୁପ୍ରିମକୋର୍ଟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁନର୍ବିଚାର ଆବେଦନର ଶୁଣାଣି ଅଗଷ୍ଟ ୨୦ ତାରିଖକୁ ସ୍ଥଗିତ ରହିଛି | ବିଜୟ ମାଲ୍ୟା ଫାଇଲରୁ ଗୋଟିଏ ଦସ୍ତାବିଜ ଗାୟବ ଥିବାରୁ କୋର୍ଟଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା | ଏହା ଅବମାନନା ମାମଲା | ମାଲ୍ୟାକୁ ୨୦୧୭ ମସିହାରେ ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବାରୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା | ସେ ସୁପ୍ରିମକୋର୍ଟ ଆଦେଶ ବିରୋଧରେ ଯାଇ ନିଜ ସମ୍ପତ୍ତି ନିଜ ପରିବାର ନାଁରେ ଟ୍ରାନ୍ସଫର କରିଥିଲେ |

ସୁପ୍ରିମକୋର୍ଟରେ ଏହି ମାମଲାର ଫାଇଲରେ ବିଜୟ ମାଲ୍ୟାଙ୍କ ଫାଇଲର ଏକ ଦସ୍ତାବିଜ ମିଳୁନାହିଁ | ଯେଉଁଥିପାଇଁ ଗୁରୁବାର ଦିନ ଶୁଣାଣି ହୋଇପାରିନାହିଁ | ୩ ବର୍ଷ ପୂର୍ବରୁ ମାଲ୍ୟା ପୁନର୍ବିଚାର ପାଇଁ ଆବେଦନ ଦାଏର କରିଥିଲେ | ତାହାର ଶୁଣାଣି ପାଇଁ ଗୁରୁବାର ଦିନ ଲିଷ୍ଟିଙ୍ଗ ହୋଇଥିଲା | ମାଲ୍ୟା କୋର୍ଟଙ୍କ ଆଦେଶ ଉଲଙ୍ଘନ କରି ନିଜ ପରିବାର ସଦସ୍ୟଙ୍କୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ |   

ଗତ ମାସରେ ମାଲ୍ୟାଙ୍କ ଆବେଦନ ବିଳମ୍ବରେ ଲିଷ୍ଟିଙ୍ଗ କରାଯାଇଥିବାରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଉପରେ କ୍ଷୁବ୍ଧ ଥିଲେ | ସୁପ୍ରିମକୋର୍ଟ କହିଥିଲେ ଯେ ୨୦୧୭ ମସିହାରେ ଦିଆଯାଇଥିବା ଆଦେଶର ୩ ବର୍ଷ ପରେ ରିଭ୍ୟୁ ପିଟିସନ ସାମ୍ନାକୁ ଆସିଥିଲା | କୋର୍ଟ ରେଜିଷ୍ଟ୍ରିକୁ ପଚାରିଥିଲେ ଯେ ଏବେ ଯାଏଁ ପିଟିସନ କାହିଁକି ସାମ୍ନାକୁ ଅଣାଯାଇନଥିଲା | କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାରେ ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ କହିଥିଲେ | କୋର୍ଟ ଏହି ମାମଲାରେ ରେଜିଷ୍ଟ୍ରି ଲିଷ୍ଟିଙ୍ଗ କରିବାରେ ଭେଦଭାବ କରୁଥିବା ଅଭିଯୋଗ କରି ଜଣେ ଓକିଲଙ୍କ ଉପରେ ରାଗିଥିଲେ | 

ମାଲ୍ୟା ୨୦୧୬ ମସିହାରୁ ବ୍ରିଟେନରେ ଅଛନ୍ତି | ଭାରତ ସରକାର ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ବହୁ ଚେଷ୍ଟା କରୁଛନ୍ତୁ | ଚଳିତ ବର୍ଷ ଜୁନ ମାସରେ ଲଣ୍ଡନ ହାଇକୋର୍ଟ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ ଅନୁମତି ଆବେଦନ ଖାରଜ କରିଥିଲେ | ମେ ମାସରେ ବ୍ରିଟେନ ହାଇକୋର୍ଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିରୋଧରେ ଦାଏର ହୋଇଥିବା ଆବେଦନକୁ ଖାରଜ କରିଥିଲେ |

   Related Posts