ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟର ଝଟକା : ଯାଇପାରିବେନି ସୁପ୍ରିମକୋର୍ଟ

Published By : Prameya-News7 Bureau | May 14, 2020 IST

ଲଣ୍ଡନ ୧୪/୦୫ : ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଦେଶରୁ ପଳାୟନ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟଙ୍କ ଝଟକା ଲାଗିଛି | ଭାରତ ପ୍ରତ୍ୟାବର୍ତ୍ତନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି | ଆବେଦନ ଖାରଜ ହେବାପରେ ବିଜୟ ମାଲ୍ୟାଙ୍କୁ ୨୮ ଦିନ ଭିତରେ ଭାରତକୁ ହସ୍ତାନ୍ତର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି | ଆଜି ସକାଳୁ ବିଜୟ ମାଲ୍ୟା ସରକାରଙ୍କୁ ବ୍ୟାଙ୍କ ଟଙ୍କା ଫେରସ୍ତ କରିବାକୁ ଏବଂ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ଗୁହାରି କରିଥିଲେ |

କରୋନା ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ଗତକାଲି ଅର୍ଥ ମନ୍ତ୍ରୀ ୨୦ ଲକ୍ଷ କୋଟି ପ୍ୟାକେଜ ଘୋଷଣା କରିଥିଲେ | ମୋଦି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ମାଲ୍ୟା ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ | ସମସ୍ତ ଋଣ ଟଙ୍କା ସେ ଫେରାଇ ଦେବେ ବୋଲି କହିଥିଲେ |

ଏନେଇ ସେ ଟ୍ୱିଟ କରି କହିଥିଲେ ଯେ, 'କୋଭିଡ-୧୯ ରିଲିଫ ପ୍ୟାକେଜ ପାଇଁ ସରକାରଙ୍କୁ ଅଭିନନ୍ଦନ | ସେ ଯେତେ ଚାହିଁବେ ନୋଟ୍ ଛପାଇ ପାରିବେ | କିନ୍ତୁ ମୁଁ ମୋ ପରି ଜଣେ ଛୋଟ ସହଯୋଗୀଙ୍କୁ ଅଣଦେଖା କରିବା କଣ ଉଚିତ୍ | ଯିଏ ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ୧୦୦% ଋଣ ଫେରସ୍ତ କରିବାକୁ ଚାହୁଁଛି | ଦୟାକରି ମୋଠାରୁ ବିନା ସର୍ତ୍ତରେ ଟଙ୍କା ନିଅନ୍ତୁ ଏବଂ ମୋ ବିରୋଧରେ ସବୁ ମାମଲାକୁ କ୍ଷମା କରିଦିଅନ୍ତୁ |'

ପଳାୟନ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ମଧ୍ୟ ବନ୍ଦ ହୋଇଯାଇଛି | ସେ ଭାରତ ପ୍ରତ୍ୟାବର୍ତ୍ତନ ନ କରିବାକୁ ଲଣ୍ଡନ ଉଚ୍ଚ ନ୍ୟାୟାଳୟରେ ମାମଲା ହାରି ଯାଇଛନ୍ତି | ନ୍ୟାୟାଳୟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ସୁପ୍ରିମକୋର୍ଟରେ ଅପିଲ କରିଥିଲେ | ମାର୍ଚ୍ଚ ୩୧ ତାରିଖରେ ମଧ୍ୟ ମାଲ୍ୟା ଏକ ଟ୍ୱିଟ କରିଥିଲେ | କରୋନା ସଙ୍କଟ ପରିସ୍ଥିତିରେ ଋଣର ଶତ ପ୍ରତିଶତ ଟଙ୍କା ଫେରାଇ ଦେବେ ବୋଲି ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରି ଟ୍ୱିଟ କରିଥିଲେ | ଏ ସମ୍ପର୍କରେ ସରକାର ବିଚାର କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.