ପ୍ରତ୍ୟର୍ପଣ ବିରୋଧରେ ଲଣ୍ଡନ ସୁପ୍ରିମକୋର୍ଟରେ ପହଞ୍ଚିଲେ ବିଜୟ ମାଲ୍ୟା, କୋର୍ଟରେ ଦାୟର କଲେ ଆବେଦନ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ ୫।୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ନିଜକୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଲଣ୍ଡନ କୋର୍ଟରେ ଆବେଦନ କରିଛନ୍ତି । ମାଲ୍ୟା ଲଣ୍ଡନର ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି। ଅପ୍ରେଲ ୨୦ରେ ବ୍ରିଟିଶ ହାଇକୋର୍ଟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ମାଲ୍ୟାଙ୍କୁ ୧୪ ଦିନ ମଧ୍ୟରେ ଆବେଦନ ଦାଖଲ କରିବାର ଥିଲା । ବିଜୟ ମାଲ୍ୟା ଭାରତରେ ପ୍ରାୟ ୯,୦୦୦ କୋଟି ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ଓ୍ବାଣ୍ଟେଡ ଅଛନ୍ତି।

କିଙ୍ଗଫିସର ଏୟାରଲାଇନ୍ସର ୬୪ ବର୍ଷ ବୟସ୍କ ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟା ମାର୍ଚ୍ଚ ୨୦୧୬ଠାରୁ ବ୍ରିଟେନରେ ଅଛନ୍ତି ଏବଂ ଅପ୍ରେଲ ୨୦୧୭ରେ ପ୍ରତ୍ୟର୍ପଣ ୱାରେଣ୍ଟ ପରଠାରୁ ଜାମିନରେ ଅଛନ୍ତି। ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମା ୧୯୯୨ରେ ସ୍ବାକ୍ଷରିତ ହୋଇଥିଲା।  ନଭେମ୍ବର ୧୯୯୩ଠାରୁ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଛି । ଏପର୍ଯ୍ୟନ୍ତ କେବଳ ଗୋଟିଏ ସଫଳ ପ୍ରତ୍ୟର୍ପଣ ବ୍ରିଟେନରୁ ଭାରତ ପର୍ଯ୍ୟନ୍ତ ହୋଇଛି। ସମୀରଭାଇ ବିନୁଭାଇ ପଟେଲଙ୍କୁ ୨୦୧୬ରେ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା । କାରଣ ୨୦୦୨ରେ ଗୋଦ୍ରା ହିଂସା ପରେ ଦଙ୍ଗାରେ ସାମିଲ ହେବାକୁ ନେଇ ଶୁଣାଣିରେ ହାଜର ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.