ମାଲ୍ୟା ପ୍ରଶଂସା କଲେ ଓ ପୁଣି ଯାଚିଲେ : ‘ପ୍ଲିଜ୍ ସରକାର ଏବେ ମୋଠାରୁ ନିଅନ୍ତୁ ସବୁ ଟଙ୍କା’

Published By : Prameya-News7 Bureau | May 14, 2020 IST

ଲଣ୍ଡନ ୧୪।୫: ଭାରତକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଲଢୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଗୁରୁବାର ଦିନ ୧୦୦ ପ୍ରତିଶତ ଋଣ ପରିଶୋଧ କରିବାକୁ ତାଙ୍କ ପ୍ରସ୍ତାବକୁ ସ୍ବୀକାର କରିବାକୁ ସରକାର କହିଛନ୍ତି । ଏହାସହ ତାଙ୍କ ବିରୋଧରେ ମାମଲା ବନ୍ଦ କରିବାକୁ ସେ ସରକାରଙ୍କୁ ଅପିଲ୍ କରିଛନ୍ତି । ମାଲ୍ୟା ନିକଟରେ ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ଦେୟ ଫେରସ୍ତ ପ୍ରସ୍ତାବକୁ ବାରମ୍ବାର ଅଣଦେଖା କରାଯାଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

ମାଲ୍ୟା ଟ୍ବିଟ୍ କରିଛନ୍ତି ଯେ, କୋଭିଡ-୧୯ ରିଲିଫ ପ୍ୟାକେଜ ପାଇଁ ସରକାରଙ୍କୁ ଅଭିନନ୍ଦନ । ସେ ଯେତେ ଚାହିଁବେ ନୋଟ୍ ଛପାଇ ପାରିବେ । କିନ୍ତୁ ମୁଁ ମୋ ପରି ଜଣେ ଛୋଟ ସହଯୋଗୀଙ୍କୁ ଅଣଦେଖା କରିବା କଣ ଉଚିତ୍ । ଯିଏ ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ୧୦୦% ଋଣ ଫେରସ୍ତ କରିବାକୁ ଚାହୁଁଛି ।

ମାଲ୍ୟା ହେଉଛନ୍ତି ବନ୍ଦ ହୋଇଥିବା ଏୟାରଲାଇନ୍ସ କିଙ୍ଗଫିସର ଏୟାରଲାଇନ୍ସର ପ୍ରମୋଟର । ୯୦୦୦ କୋଟି ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ତାଙ୍କ ତଲାସ ଜାରି ରହିଛି । ମାଲ୍ୟା କହିଛନ୍ତି ଯେ, ଦୟାକରି ମୋ ଠାରୁ ବିନା ସର୍ତ୍ତରେ ଟଙ୍କା ନେଇ ମାମଲା ବନ୍ଦ କରନ୍ତୁ। ଏହି ମାସର ଆରମ୍ଭରେ ମାଲ୍ୟା ଭାରତକୁ ପ୍ରତ୍ୟର୍ପଣ ପାଇଁ ଲଣ୍ଡନ ହାଇକୋର୍ଟଙ୍କ ଆଦେଶ ବିରୋଧରେ ବ୍ରିଟେନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.