Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଉ ଖସି ପାରିବେନି, ମାଲ୍ୟାକୁ ଅପେକ୍ଷା କରିଛି ଭାରତୀୟ ଜେଲ : ପ୍ରତ୍ୟାର୍ପଣ ପାଇଁ ଚାଲିଛି ପ୍ରସ୍ତୁତି

3/06/2020 at 2:42 PM

ନୂଆଦିଲ୍ଲୀ ୦୩/୦୬ : ଦେଶରୁ ପଳାୟନ କରିଥିବା ମଦ ବ୍ୟବସାୟୀ ତଥା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା କିଛି ଦିନ ମଧ୍ୟରେ ଦେଶକୁ ପ୍ରତ୍ୟାର୍ପଣ କରାଯାଇପାରେ | ଇଂରାଜୀ ଖବରକାଗଜ ଇକୋନୋମିକ୍ସ ଟାଇମ୍ସ ଅନୁଯାୟୀ, ମାଲ୍ୟାର ପ୍ରତ୍ୟାର୍ପଣ ସମ୍ବନ୍ଧିତ ସମସ୍ତ ଔପଚାରିକତା ସମ୍ପୂର୍ଣ ହୋଇସାରିଛି | ମାଲ୍ୟା ବିରୋଧରେ ୯ ହଜାର କୋଟି ଟଙ୍କା ଠକାମୀ ତଥା ମାନି ଲଣ୍ଡ୍ରିଙ୍ଗ ମାମଲା ରହିଛି | ବ୍ୟକ୍ତିଗତ କାରଣ ଦର୍ଶାଇ ସେ ୨୦୧୬ ମସିହା ମେ ମାସରୁ ଦେଶରୁ ପଳାଇଯାଇଛି |

ସେବେଠାରୁ ସେ ବ୍ରିଟେନରେ ଅଛି | ମାଲ୍ୟା ପାଖାପାଖି ୧୭ଟି ଭାରତୀୟ ବ୍ୟାଙ୍କରୁ ଠକେଇ କରି କରଜ ଓ ଋଣ କରି ଋଣ ଟଙ୍କା ବିଦେଶରେ ପାଖାପାଖି ୪୦ କମ୍ପାନୀର ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଛି | ମେ ୧୪ ତାରିଖରେ ମାଲ୍ୟାର ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଥିଲା | କିନ୍ତୁ ମାଲ୍ୟା ଏହି ମାମଲା ହାରିଯାଇଥିଲା | ବର୍ତ୍ତମାନ ଆଗାମୀ ୨୮ ଦିନ ଭିତରେ ଭାରତ ସରକାରଙ୍କୁ ମାଲ୍ୟାକୁ ଦେଶକୁ ଆଣିବାକୁ ହେବ | ମେ ୧୪ ତାରିଖ ଶୁଣାଣି ପରେ ୨୦ ଦିନ ବିତିସାରିଛି | ଆଉ ରହିଲା ମାତ୍ର ୮ ଦିନ | ୮ ଦିନ ଭିତରେ ମାଲ୍ୟାକୁ ଦେଶକୁ ଆଣିବାକୁ ହେବ | ଏପ୍ରିଲ ମାସରେ ବ୍ରିଟେନ ହାଇକୋର୍ଟ ଏକ ଶୁଣାଣିରେ କହିଥିଲେ ଯେ ବିଜୟ ମାଲ୍ୟାକୁ ଭାରତ ପ୍ରତ୍ୟର୍ପିତ କରାଯାଇପାରିବ | ଏହାପରେ ମେ ୧୪ ତାରିଖରେ କୋର୍ଟ ମାଲ୍ୟାକୁ ସୁପ୍ରିମକୋର୍ଟ ଯିବା ଆବେଦନକୁ ଖାରଜ କରିଥିଲେ |

ବ୍ରିଟେନ ଆଇନ ସମ୍ପର୍କରେ ତଥ୍ୟ ରଖୁଥିବା ଲୋକଙ୍କ କହିବାନୁଯାୟୀ, ପ୍ରତ୍ୟାର୍ପଣ ଟାଳିବା ପାଇଁ ମାଲ୍ୟା ପାଖରେ ଏବେ ମଧ୍ୟ ଦୁଇଟି ଉପାୟ ଅଛି | ଗୋଟିଏ ହେଲା ଶରଣ ମାଗିବା | ମାଲ୍ୟାକୁ ଭାରତକୁ ପ୍ରତ୍ୟାର୍ପଣ କରିବ ପାଇଁ ୨୦୧୮, ଡିସେମ୍ବର ମାସରେ ହିଁ ଲଣ୍ଡନ ୱେଷ୍ଟମିନଷ୍ଟର କୋର୍ଟ ଆଦେଶ ଦେଇଥିଲେ |   

ଇଡି ସୂତ୍ର ଅନୁଯାୟୀ, ବ୍ରିଟେନ ସୁପ୍ରିମକୋର୍ଟ ମାଲ୍ୟାର ଆବେଦନ ଖାରଜ କରିଛନ୍ତି | ସେଥିପାଇଁ ମାଲ୍ୟାର ପ୍ରତ୍ୟାର୍ପଣ ନେଇ ସମସ୍ତ ଔପଚାରିକତା ସମ୍ପୂର୍ଣ ହୋଇସାରିଛ | ସିବିଆଇ ଓ ଇଡି ଟିମ ମାଲ୍ୟାର ପ୍ରତ୍ୟାର୍ପଣକୁ ନେଇ ପ୍ରସ୍ତୁତି କରୁଛନ୍ତି | ମାମଲାରେ ଜଡିତ ସିବିଆଇ ସୂତ୍ରରୁ ଜଣାପଡିଛି ଯେ, ପ୍ରତ୍ୟାର୍ପଣ ପରେ ପ୍ରଥମେ ସିବିଆଇ ମାଲ୍ୟାକୁ ଅଟକ ରଖିବା କାରଣ ସିବିଆଇ ମାଲ୍ୟା ବିରୋଧରେ ପ୍ରଥମେ ମାମଲା ରୁଜ୍ଜୁ କରିଥିଲା |

   Related Posts