Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭାରତ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବା ପାଇଁ ଓଭାଲ ଷ୍ଟାଡିୟମରେ ବିଜୟ ମାଲ୍ୟା

9/06/2019 at 4:36 PM

ନୂଆଦିଲ୍ଲୀ ୯/୬ : ପଳାୟନ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ ଦେଖିବାକୁ ଓଭାଲ ଷ୍ଟାଡିୟମରେ ପହଞ୍ଚିଥିଲା । ମାଲ୍ୟାକୁ ଷ୍ଟାଡିୟମରେ ଦେଖି ସାମ୍ବାଦିକମାନେ ଘେରି ଯାଇଥିଲେ । ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ସେ ଏଠାକୁ କାହିଁକି ଆସିଛନ୍ତି । ମାଲ୍ୟା କହିଥିଲା ଯେ, ସେ କେବଳ ମ୍ୟାଚ ଦେଖିବାକୁ ଆସିଛି ।

ବିଜୟ ମାଲ୍ୟା ଉପରେ ଅନେକ ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି । କିଛି ଦିନ ପୂର୍ବରୁ ବିଜୟ ମାଲ୍ୟାକୁ ଲଣ୍ଡନ କୋର୍ଟ ତରଫରୁ ଏକ ବଡ ଝଟକା ଲାଗିଥିଲା । ଲଣ୍ଡନ କୋର୍ଟ ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନ ଖାରଜ କରିଦେଇଥିଲେ । ପ୍ରତ୍ୟାର୍ପଣ ବିରୋଧରେ ଆବେଦନ କରିବା ପାଇଁ ଲଣ୍ଡନ କୋର୍ଟ ମାଲ୍ୟାଙ୍କୁ ଅନୁମତି ଦେଇନଥିଲେ । ଏହାପରେ ମୌଖିକ ଶୁଣାଣି ହେବ । ଗତ ଫେବୃଆରୀ ମାସରେ ବ୍ରିଟେନ ଗୃହମନ୍ତ୍ରୀ ବିଜୟ ମାଲ୍ୟାକୁ ଭାରତ ପ୍ରତ୍ୟର୍ପିତ କରିବା ପାଇଁ ଆଦେଶ ଦେଇଥିଲେ ।

୯୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟି ନେଇଥିବା ମାମଲାରେ ବିଜୟ ମାଲ୍ୟାକୁ ପ୍ରତ୍ୟାର୍ପଣ ପାଇଁ ଭାରତୀୟ ଏଜେନ୍ସି ଲମ୍ବା ସମୟ ଧରି ପ୍ରୟାସ କରୁଛି । ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଛି ବିଜୟ ମାଲ୍ୟା । ବିଜୟ ମାଲ୍ୟାକୁ ପଳାୟନ ଆର୍ଥିକ ଅପରାଧୀ ଘୋଷଣା କରିବା ପାଇଁ ପ୍ରବର୍ତନ ନିର୍ଦେଶାଳୟ କୋର୍ଟରେ ଆବେଦନ କରିଥିଲେ ।

   Related Posts