Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବୈଦେଶିକ ସଚିବଙ୍କ ଦାବି : ମିରାଜ ମାଡରେ ମସୁଦ ଅଜହର ସମ୍ପର୍କୀୟ ମୃତ

26/02/2019 at 12:22 PM

ନୂଆଦିଲ୍ଲୀ ୨୬/୨: ସର୍ଜିକାଲ ଷ୍ଟ୍ରାଇକ୍-୨ର ସୂଚନା ଭାରତୀୟ ବୈଦେଶିକ ସଚିବ ଆଜି  ୧୧:୩୦ରେ ପ୍ରେସ୍ କନଫରେନ୍ସ୍ କରି ଦେଇଛନ୍ତି। ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ସେନାଙ୍କ ସର୍ଜିକାଲ ଷ୍ଟ୍ରାଇକରେ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ସମ୍ପର୍କୀୟ ୟୁସୁଫ ଅଜହର ନିହତ ହୋଇଛି। ଏଥି ସହ ଏହି ସଙ୍ଗଠନର କେତେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଗୋଖଲେ କହିଛନ୍ତି ଗୁଇନ୍ଦା ସୂଚନା ଥିଲା ଯେ ଏଠାରେ ମସୁଦ ଅଜହରର ସମ୍ପର୍କୀୟ ୟୁସୁଫ ଅଜହର ଆତଙ୍କବାଦୀଙ୍କ କ୍ୟାମ୍ପ ସଞ୍ଚାଳିତ କରୁଥିଲା।

ବିଜୟ ଗୋଖଲେ କହିଛନ୍ତି ଯେ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ୨୦ବର୍ଷରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି। ଏହି ସଙ୍ଗଠନ ପୁଲଓ୍ବାମାରେ ଆକ୍ରମଣ କରିଥିଲା। ଫେବୃୟାରୀ ୧୪ତାରିଖରେ ଆତଙ୍କବାଦୀ ଆକ୍ରମଣରେ ୪୨ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ।       

   Related Posts