Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମହେଶ ବାବୁଙ୍କୁ ଚ୍ୟାଲେଞ୍ଜ୍ ଦେଲେ ବିଜୟ ଦେବରାକୋଣ୍ଡା, ପାୱାର୍ ଲିଷ୍ଟ୍ ୨୦୨୧ରେ ହାସଲ କଲେ ଏହି ସଫଳତା

22/07/2021 at 11:22 AM

ନୂଆଦିଲ୍ଲୀ ୨୨/୦୭ : ସାଉଥ୍ ଫିଲ୍ମ ଷ୍ଟାର୍ ବିଜୟ ଦେବରାକୋଣ୍ଡାଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେ ତାଙ୍କର ପ୍ରଥମ ପ୍ୟାନ୍ ଇଣ୍ଡିଆ ରିଲିଜ୍ ଫିଲ୍ମ ଲାଇଗର୍ ଯୋଗୁଁ ଚର୍ଚ୍ଚାରେ । ଏହି ଫିଲ୍ମକୁ ନେଇ ବିଜୟ ଦେବରାକୋଣ୍ଡାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ବଡ଼ କ୍ରେଜ୍ ରହିଛି । ଏଥି ମଧ୍ୟରେ ଫିଲ୍ମ ଷ୍ଟାର୍ ବିଜୟ ଦେବରାକୋଣ୍ଡା ଏକ ବଡ ସଫଳତା ହାସଲ କରିଛନ୍ତି। ସୂଚନା ଅନୁଯାୟୀ, ବିଜୟ ଦେବରାକୋଣ୍ଡା ପାୱାର ଲିଷ୍ଟ ୨୦୨୧ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କେବଳ ଏତିକି ନୁହେଁ, ସେ ଏହି ତାଲିକାରେ ଟଲିଉଡର ସୁପରଷ୍ଟାର ମହେଶ ବାବୁଙ୍କ ପଛରେ ଅଛନ୍ତି।

Vijay Deverakonda- Mahesh Babu project to start soon - tollywood

ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ମହେଶ ବାବୁଙ୍କୁ ହେଲୋ ମାଗାଜିନର ପାୱାର ଲିଷ୍ଟ ୨୦୨୧ରେ ଅନ୍ତର୍ଭୁକ୍ତ କରାଯାଇଛି । ତାଙ୍କ ପଛରେ ବିଜୟ ଦେବରାକୋଣ୍ଡା ଅଛନ୍ତି। ବିଜୟ ଦେବରାକୋଣ୍ଡା ନିଜେ ମହେଶ ବାବୁଙ୍କର ଜଣେ ଫ୍ୟାନ୍ସ ଅଟନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ କଲେଜ ସମୟରେ ସେ ମହେଶ ବାବୁଙ୍କ ଫିଲ୍ମ ଦେଖିବା ଲାଗି ଟିକେଟ୍ ପାଇବା ପାଇଁ ଦିଲସୁଖାନଗରର କୋଣାର୍କ ଥିଏଟର ବାହାରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେଉଥିଲେ। ତେଣୁ ବିଜୟ ଦେବରାକୋଣ୍ଡାଙ୍କ ପାଇଁ ଏହି ପାୱାର ଲିଷ୍ଟରେ ତାଙ୍କ ଆଇଡଲ୍ ପାଖରେ ଠିଆ ହେବା ପ୍ରକୃତରେ ଏକ ବଡ଼ କଥା।

ଉଭୟ ଫିଲ୍ମ ଷ୍ଟାର ମହେଶ ବାବୁ ଏବଂ ବିଜୟ ଦେବରାକୋଣ୍ଡା ଆଜିକାଲି ସେମାନଙ୍କର ଆଗାମୀ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ବିଜୟ ଦେବରାକୋଣ୍ଡା ଲାଇଗର୍ ପାଇଁ ଚର୍ଚ୍ଚାରେ ଥିବାବେଳେ ଟଲିଉଡ ପ୍ରିନ୍ସ ତାଙ୍କ ଫିଲ୍ମ ସରକାରୁ ଭାରୀ ପାଟାକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଦୁବାଇରେ ସୁଟିଂ କରାଯାଉଛି। ସାଉଥ୍ ଫିଲ୍ମ ଅଭିନେତ୍ରୀ କିର୍ତ୍ତୀ ସୁରେଶ ଏହି ଫିଲ୍ମରେ ମହେଶ ବାବୁଙ୍କ ସହ ନଜର ଆସିବେ।

   Related Posts