ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ଅଭିନେତା ବିଜୟ ଦେବରାକୋଣ୍ଡା ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ ଓ ମହେଶ ବାବୁଙ୍କୁ!

Published By : Prameya-News7 Bureau | December 17, 2019 IST

ମୁମ୍ବାଇ୧୭|୧୨: ସାଉଥ୍ ଇଣ୍ଡଷ୍ଟ୍ରି ସହ ବଲିଉଡରେ ମଧ୍ୟ ଛାଇଛନ୍ତି ବିଜୟ ଦେବରାକୋଣ୍ଡା। ଏବେ ବିଜୟଙ୍କୁ ନେଇ ଅନେକ ଚର୍ଚ୍ଚା। ତାଙ୍କ ଷ୍ଟାଇଲ ଓ ଅଭିନୟର ଅନ୍ଦାଜ ଦର୍ଶକ ଖୁବ ପସନ୍ଦ କରନ୍ତି। ସମଗ୍ର ଦେଶର ଝିଅ ବିଜୟଙ୍କ ପ୍ରେମରେ ପାଗଳ। ଫିଲ୍ମ ଅର୍ଜୁନ ରେଡିରେ ଅଭିନୟ କରିବା ପରେ ତାଙ୍କର ଫ୍ୟାନ ଫଲିୋଂ ବଢିଯାଇଛି।  

{"id":198808,"sizeSlug":"large"}

ଅନେକ ବଡ଼ ବଡ଼ ସୁପରଷ୍ଟାରଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ବିଜୟ।୨୦୧୯ ମସିହାରେ ବିଜୟଙ୍କର ରିଲିଜ ହୋଇଥିବା ଫିଲ୍ମ ମଧ୍ୟ ହିଟ୍‌ ହୋଇଛି। ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦନା ଅଭିନୀତ ଫିଲ୍ମ ‘ଡିୟର କମ୍ରେଡ୍‌’କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏହା ସହ ଫିଲ୍ମଟି ସୁପରହିଟ୍ ହୋଇଛି। ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ବିଜୟଙ୍କୁ ନେଇ ମଧ୍ୟ ଅନେକ ଆଲୋଚନା ହୋଇଛି।

{"id":198809,"sizeSlug":"large"}

ଚଳିତ ବର୍ଷ ଗୁଗଲ ସର୍ଚ୍ଚରେ ପ୍ରଥମ ସ୍ଥାନରେ ରହିଛନ୍ତି ବିଜୟ। ଏଥିରେ ସେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ମହେଶ ବାବୁଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି। କ୍ୟାରିଅର ଆରମ୍ଭ କରିବାର ଖୁବ୍ କମ ଦିନ ମଧ୍ୟରେ ବିଜୟ ସଫଳତା ହାସଲ କରିଛନ୍ତି। ବଲିଉଡରୁ ମଧ୍ୟ ବିଜଙ୍କୁ ଫିଲ୍ମର ଅଫର ମିଳିଛି।

{"id":198810,"sizeSlug":"large"}

ଗୁଗଲ ସର୍ଚ୍ଚ ସହ ଇନଷ୍ଟାଗ୍ରାମରେ ମଧ୍ୟ ବିଜୟ ଅଲ୍ଲୁ ଅର୍ଜୁନ ଓ ମହେଶ ବାବୁଙ୍କୁ ପଛରେ ପକାଇଛନ୍ତି। ଉଭୟ ସୁପରଷ୍ଟାରଙ୍କଠାରୁ ଇନଷ୍ଟାରେ ବିଜୟଙ୍କର ଅଧିକ ଫଲୋଓର୍ସ ଅଛନ୍ତି।ସୂଚନାଯୋଗ୍ୟ ଯେ, ଇନ୍‌ଷ୍ଟାରେ ବିଜୟଙ୍କର ୫ମିଲିୟନ ଫଲୋଓର୍ସ ଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କର ୪.୬ ଓ ମହେଶ ବାବୁଙ୍କର ୩.୮ଫଲୋଓର୍ସ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.