କରୋନାରେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅର୍ଜ୍ଜୁନ ରେଡ୍ଡି : ୧କୋଟି ୫୦ଲକ୍ଷ ଟଙ୍କା ସହିତ ଦେବେ ରିଲିଫ ସାମଗ୍ରୀ

Published By : Prameya-News7 Bureau | April 27, 2020 IST

ମୁମ୍ବାଇ ୨୭/୪: କରୋନା ଭାଇରସ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି। କେନ୍ଦ୍ର ସରକାର ସହ ରାଜ୍ୟ ସରକାର ମଧ୍ୟ ଏହି ଯୁଦ୍ଧରେ ଲଢ଼ିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। କରୋନା ଯୋଗୁଁ ପୂରା ଦେଶକୁ ପୁଣି ଥରେ ମଇ ୩ଯାଏଁ ଲକଡାଉନ୍ କରାଯାଇଛି। ଏହି କଠିନ ସମୟରୁ ବାହାରିବା ପାଇଁ ସାଧାରଣ ଜନତାଠୁ ଖାସ୍ ଲୋକମାନେ ସାହାଯ୍ୟର ହାତ ଆଗକୁ ବଢ଼ାଇଛନ୍ତି। ବଲିଉଡଠୁ ଆରମ୍ଭ କରି ଦକ୍ଷିଣ ଭାରତର କଳାକାର ଯାଏଁ ଏବେ ସୁଦ୍ଧା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି। ଏବେ ଏହି ତାଲିକାରେ ଦକ୍ଷିଣ ଭାରତର ଦିଗ୍ଗଜ କଳାକାର ବିଜୟ ଦେବରାକୋଣ୍ଡାଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି।

{"id":260840,"sizeSlug":"large"}

‘ଅର୍ଜ୍ଜୁନ ରେଡ୍ଡି’ ନାଁରେ ଲୋକଙ୍କ ହୃଦୟରେ ନିଜର ଖାସ୍ ସ୍ଥାନ ସୃଷ୍ଟି କରିଥିବା ଦିଗ୍ଗଜ ଅଭିନେତା ବିଜୟ ଦେବରାକୋଣ୍ଡା କରୋନା ଭାଇରସରେ ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ୧.୩୦କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେବାର ଘୋଷଣା କରିଛନ୍ତି। ଏହା ସହିତ ସେ ଏହି କଠିନ ସମୟରେ ଆର୍ଥିକ ସମସ୍ୟା ଭୋଗୁଥିବା ଶ୍ରମିକଙ୍କୁ ରାସନଠୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବାର ଘୋଷଣା କରିଛନ୍ତି।

{"id":260841,"sizeSlug":"large"}

ଏକ ଟ୍ବିଟ୍ କରି ସେ ଘୋଷଣା କରିଛନ୍ତି,‘ ଆମ୍ଭମାନଙ୍କ ମଧ୍ୟରୁ କେହି ଏଥିପାଇଁ ପ୍ରସ୍ତୁତ ନୁହେଁ। ଆମେ ଏହାଠାରୁ ବର୍ତ୍ତିବୁ। ଏହା ତାଙ୍କୁ ଚକିତ କରିଛି। କିନ୍ତୁ ଏବେ ସେ ନିଜ ଟିମ୍ ସହ ଅଛନ୍ତି ଯେଉଁମାନେ ଲଢ଼ିବାକୁ କେବେ ବି ମନା କରନ୍ତି ନାହିଁ। ତାଙ୍କୁ ୧.୩୦କୋଟି ଟଙ୍କାର ଫଣ୍ଡ ଘୋଷଣା କରୁଥିବାବେଳେ ଖୁସି ଲାଗୁଛି ଯାହା ଦ୍ବାରା ସେ ବହୁତ ଲୋକଙ୍କୁ ସାହାଯ୍ୟ କରି ପାରିବେ।’

{"id":260842,"sizeSlug":"large"}

ବିଜୟ ନିଜ ଟ୍ବିଟ୍ ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ସେ କରୋନା ଭାଇରସ ସହ ଲଢ଼ୁଥିବା ଗରିବ ଶ୍ରମିକଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

{"id":260843,"sizeSlug":"large"}

ସୋସିଆଲ ମିଡିଆରେ ବିଜୟ ଦେବରାକୋଣ୍ଡାଙ୍କ ଟ୍ବିଟ୍ ଏବଂ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ‘ଅର୍ଜ୍ଜୁନ ରେଡ୍ଡି’,‘ଡିୟର କମରେଡ’ ଏବଂ ‘ଓ୍ବାର୍ଲଡ ଫେମସ୍ ଲଭର’ ଭଳି ଫିଲ୍ମରେ ସେ କାମ କରିଛନ୍ତି। ବିଜୟ,ଚାର୍ମି ଏବଂ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ହିନ୍ଦୀ ଫିଲ୍ମରେ ନିଜ ଡେବ୍ୟୁ କରିବାକୁ ଯାଉଛନ୍ତି। ପୁରୀ ଜଗନ୍ନାଥଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମର ଟାଇଟଲ୍ ବର୍ତ୍ତମାନ ‘ଫାଇଟର’ ରଖାଯାଇଛି। ଏହି ଫିଲ୍ମ ହିନ୍ଦୀ ସହ ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହେବ।

{"id":260844,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.