Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପ୍ରବାସୀ ଓଡ଼ିଆ ଶ୍ରମଜୀବିଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଲାଗି ଦାବି କଲେ ବିଜୟ

17/04/2020 at 3:38 PM

ଭୁବନେଶ୍ବର୧୭/୪: ବାହାର ରାଜ୍ୟରେ ଓଡିଶା ଶ୍ରମିକ ଫସି ରହିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେପି ନେତା ବିଜୟ ମହାପାତ୍ର।  ସେ କହିଛନ୍ତି, କର୍ଣ୍ଣାଟକ, ଗୁଜୁରାଟ ଓ ବେଙ୍ଗାଲୁରୁରେ ବହୁ ଓଡ଼ିଆ ଦାଦନ ଫସି ରହିଛନ୍ତି। ସେମାନଙ୍କ  ପାଖରେ ଏପର୍ଯ୍ୟନ୍ତ ଖାଇବା ପହଞ୍ଚି ପାରି ନାହିଁ। ସେମାନେ ଭୋକରେ ଦିନ କାଟୁଛନ୍ତି। ଏ ନେଇ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଥା ସମ୍ଭବ ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ପହଞ୍ଚାଆନ୍ତୁ। ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଅଛି। କିନ୍ତୁ ବାହାରେ ଥିବା ଓଡ଼ିଆ ଶ୍ରମିକ ହନ୍ତସନ୍ତ ହେଉଛନ୍ତି। ସେମାନଙ୍କ ପାଇଁ ୨୪ ଘଣ୍ଟିଆ କଲ ସେଣ୍ଟର ଖୋଲିବାକୁ ବିଜୟ ମହାପାତ୍ର ଦାବି କରିଛନ୍ତି।

   Related Posts