ରିଲିଜର ଗୋଟେ ଦିନ ପରେ ଇଣ୍ଟରନେଟରେ ଲିକ୍ ହେଲା ବିଜୟ ଦେବରାକୋଣ୍ଡାଙ୍କ ନୂଆ ଫିଲ୍ମ ‘ଡିୟର କମ୍ରାଡି’

Published By : Prameya-News7 Bureau | July 27, 2019 IST

ତାମିଲନାଡ଼ୁ୨୭|୭:  ଅଭିନେତା ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦନା ଅଭିନୀତ ଫିଲ୍ମ ‘ଡିୟର କମ୍ରାଡି’ ସଫଳତାର ସହ ସିନେମା ହଲରେ ଚାଲୁ ରହିଛି। ଭାରତ ସମେତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ପିଲ୍ମ ‘ଡିୟର କମ୍ରେଡ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ରିଲିଜ୍ ହେବାର ଗୋଟେ ଦିନ ପରେ ଅନଲାଇନରେ ଲିକ୍ ହୋଇଯାଇଥିଲା।

{"id":138046}

ତାମିଲ ରକ୍ସ ନାମକ ଗୋଟେ ପ୍ରାଇଭେଟ ଓ୍ବେବସାଇଟ୍ ବିଜୟଙ୍କ ନୂଆ ଫିଲ୍ମକୁ ଅନଲାଇନରେ ଲିକ୍ କରିଦେଇଥିଲା। ଫିଲ୍ମଟି ଅନଲାଇନରେ ଲିକ୍ ହେବା ଦ୍ବାରା କଲେକ୍ସନରେ ଉପରେ ପ୍ରଭାବ ପଡ଼ିପାରେ ବୋଲି ପିଲ୍ମ ନିର୍ମାତା କହିଛନ୍ତି।

{"id":138050}

ପ୍ରଥମ ଦିନରୁ ହିଁ ଫିଲ୍ମକୁ ଭଲ ସଫଳତା ମିଳିଥିଲା। ଏହି ପ୍ରଥମ ଦିନରେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ ଲାଗିଥିଲା। ଦର୍ଶକଙ୍କୁ ଟିକେଟ ମିଳିବା କଷ୍ଟ ହୋଇ ପଡ଼ିଛି।

{"id":138047}

ପ୍ରାଇଭେଟ ଓ୍ବେବସାଇଟ୍ ଦ୍ବାରା କରାଯାଉଥିବା ବେଆଇନ କାର୍ଯ୍ୟ ଉପରେ ତାମିଲନାଡ଼ୁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପ୍ରାଇଭେଟ ତାମିଲ ରକ୍ସ ଓ୍ବେସାଇଟ୍ ର ବଡ ନେଟଓ୍ବାର୍କ ଓ ବହୁ ସଂଖ୍ୟକ ଡୋମେନରେ ଚାଲୁଥିବାରୁ ଏହି ସାଇଟ୍ ଉପରେ କିଛି କଟକଣା ଲାଗି ନଥିଲା।

{"id":138048}

ତେଲୁଗୁ ଭାଷାରେ ନିର୍ମିତ ଡିୟର କମ୍ରେଡ ଫିଲ୍ମକୁ ତେଲୁଗୁ, ତାମିଲ,ମଲାୟାଲାମ ଓ କାନ୍ନାଡା ଭଳି ୪ଟି ଭାଷାରେ ରିଲିଜ୍ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମଟି ୧୧.୫ କୋଟି ଟଙ୍କାର ବ୍ୟବସାୟ କରିସାରିଲେଣି।

{"id":138049}

ଆନ୍ଧ୍ର ଓ ତେଲେଙ୍ଗାନରେ ୭.୪ କୋଟି ଟଙ୍କି ଏହି ଫିଲ୍ମ ବ୍ୟବସାୟ କରିଛି। ଏହି ଫିଲ୍ମଟି ଗୋଟେ ପ୍ରେମକାହାଣୀ ଉପରେ ଆଧାରିତ ଯାହାକୁ ଦର୍ଶକ ବହୁ ମାତ୍ରାରେ ପସନ୍ଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.